Posted inଜାତୀୟ

ଚଳନ୍ତା କାରରେ ବଳାତ୍କାର

ମଥୁରା,୨୫।୧୧: ଚଳନ୍ତା କାରରେ ୨୧ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଛି। ମଙ୍ଗଳବାର ସବ୍‌-ଇନ୍ସପେକ୍ଟର ପରୀକ୍ଷା ଦେବା ପାଇଁ ପୀଡ଼ିତା ଆଗ୍ରା ଯାଇଥିଲେ। ସେଠାରୁ ଫେରିବା ବାଟରେ ପୀଡ଼ିତାଙ୍କୁ କାରରେ ବଳାତ୍କାର କରାଯାଇଛି ବୋଲି ଏସ୍‌ପି ଶ୍ରୀଶ ଚନ୍ଦ୍ରା କହିଛନ୍ତି।

ବଳାତ୍କାର ପରେ ପୀଡ଼ିତାଙ୍କୁ ମଥୁରାର କୋସି କାଲାନ ଅଞ୍ଚଳରେ ଛାଡ଼ି ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ତେଜବୀରଙ୍କୁ ଗୁରୁବାର ଗିରଫ କରିଥିବା ବେଳେ ତାଙ୍କ ସହାୟକ ଦିଗାମ୍ବର ଫେରାର ହୋଇଯାଇଛନ୍ତି। ଉଭୟ ଅଭିଯୁକ୍ତଙ୍କ ଘର ହରିୟାଣର ପାଲଓ୍ବାଲର ମାନପୁର ଗ୍ରାମରେ। ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଦୁଇଟି ଟିମ୍‌ ଗଠନ କରାଯାଇଛି।

ପୀଡ଼ିତାଙ୍କ ଭାଇ କରିଥିବା ଅଭିଯୋଗକୁ ଆଧାର କରି ଯୁବତୀଙ୍କ ଡାକ୍ତରୀ ମଇନା କରାଯିବା ସହ ତାଙ୍କ ବୟାନ ରେକର୍ଡ କରାଯାଇଛି। ଅପରାଧରେ ବ୍ୟବହୃତ କାର ମଧ୍ୟ ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦କୋଟି ଲୋକଙ୍କୁ ମାଗଣା କରୋନା ଭ୍ୟାକ୍ସିନ ଦେବେ ମୋଦି ସରକାର!

ନୂଆଦିଲ୍ଲୀ,୨ ।୧: ସମଗ୍ର ଦେଶରେ ଶନିବାରଠାରୁ କୋଭିଡ ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଛି । ହେଲେ ଇତିମଧ୍ୟରେ ଜଣାପଡିଛି କି ମୋଦି ସରକାର କେବଳ...

କୃଷି ଆଇନ: କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌ ଜାରି, ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୨।୧୦: କୃଷି ଆଇନ ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ସୋମବାର କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରାଯାଇଛି। ଏହି ଆଇନର ବିରୋଧରେ ଦାଖଲ କରାଯାଇଥିବା ଆବେଦନର...

ଆଉ ଏକ ମହାଅଭିଯାନ କଲେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ମହାଅଭିଯାନ ଆରମ୍ଭ କରିଛନ୍ତି। ୨୬ଟି ରାଜ୍ୟର ୧୧୧ଟି ତାଲିମ କେନ୍ଦ୍ରରୁ କରୋନା ସ୍ବାସ୍ଥ୍ୟସେବା ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ...

ଜ୍ୱର ସାଜିଲା ପ୍ରତିବନ୍ଧକ: କଲ୍ୟାଣ ସିଂ ଏଡିସି ଗ୍ରାମବାସୀ ଦେଲେନି ଭୋଟ

ଢ଼ଳାଇ,୨୩।୪: ଗାଁରେ ଜ୍ୱରରେ ଶହେରୁ ଅଧିକ ଲୋକ କମ୍ପୁଛନ୍ତି। ଗତ ଏକ ସପ୍ତାହରୁ ଅଧିକ ଦିନ ଧରି ଜ୍ୱର ଛାଡୁନି। ତେଣୁ ତ୍ରିପୁରାର ରାଜଧନପରା ଅନ୍ତର୍ଗତ...

ଥରିବ ଉତ୍ତର ଭାରତ: ୪ ଦିନ ଜାରି ରହିବ ଶୀତ ଲହରୀ

ନୂଆଦିଲ୍ଲୀ,୨୨।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଆଗାମୀ ୪ ଦିନ ଧରି ପ୍ରବଳ ଥଣ୍ଡା ଜାରି ରହିବାର ସମ୍ଭାବନା ରହିଛି। ଏନେଇ ପାଣିପାଗ...

ମୋବାଇଲ୍‌ ବ୍ୟବହାର ନ କରିବା ପାଇଁ ଜମ୍ମୁ-କଶ୍ମୀର ଟ୍ରାଫିକ୍‌ ପୋଲିସର ବିଭ୍ରାନ୍ତି ଜନକ ସାଇନ୍‌ ବୋର୍ଡ: ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୦।୬: ଜମ୍ମୁ-କଶ୍ମୀର ଟ୍ରାଫିକ୍‌ ପୋଲିସ ଦ୍ୱାରା ଲଗାଯାଇଥିବା ଏକ ସାଇନ୍‌ ବୋର୍ଡ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ଜାତୀୟ ରାଜପଥ ମୋଗଲ ରୋଡ୍‌ଠାରେ...

ଗସ୍ତ ଏକ, ଲକ୍ଷ୍ୟ ଅନେକ…

ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୪ରେ ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ କ୍ଷମତାକୁ ଆସିବା ପରେ ଏହା ମୋଦିଙ୍କ...

ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ମାମଲାରେ ୫ ଗିରଫ

ନୂଆଦିଲ୍ଲୀ,୮ ।୮: ଆନ୍ଧ୍ର ପ୍ରଦେଶ ହାଇ କୋର୍ଟର ବିଚାରପତିଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ସିବିଆଇ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ...

Advertisement
Archives

Model This Week