Posted inଜାତୀୟ

ମଥୁରାରେ କଡା ସୁରକ୍ଷା ବ୍ୟବସ୍ଥା: ସିସିଟିଭି, ଡ୍ରୋନ୍ ଦ୍ୱାରା ରଖାଯାଇଛି ନଜର

ମଥୁରା,୬ ।୧୨: ସୋମବାର ସକାଳୁ ମଥୁରାବାସୀଙ୍କ ନିଦ ଭାଙ୍ଗିବା ବେଳକୁ ସେମାନେ ତାଙ୍କ ସହରକୁ ଏକ କିଲା ଭାବେ ଦେଖିବାକୁ ପାଇଛନ୍ତି । ବିଶେଷକରି କୃଷ୍ଣ ଜନ୍ମଭୂମୀ ମନ୍ଦିର ନିକଟରେ ଥିବା ଲୋକେ କଡା ସୁରକ୍ଷା ବ୍ୟବସ୍ଥାକୁ ଆଖିଖୋଲି ଦେଖିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସ୍ଥାନୀୟ ପ୍ରଶାସନ କଟଣା କୋବ ଦେବାଞ୍ଚଳରେ ୩ ଲେୟାର ବାଲା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଇଏ ହେଉଛି ସେହି ଅଞ୍ଚଳ ଯେଉଁଟି ମଥୁରା ସାହି ଇଦଗାହ ମସଜିଦକୁ ନେଇ ବିବାଦ ଲାଗି ରହିଛି । ସୂଚନାଯୋଗ୍ୟ, ଅଯୋଧ୍ୟରେ ରାମ ଜନ୍ମଭୂମୀ, ବାବରି ମସଜିଦକୁ ନେଇ ସଦଭାବ ବିଗିଡି ନ ଥିବା ବେଳେ ଏଥର କିନ୍ତୁ କିଛି ଦକ୍ଷିଣପନ୍ଥୀ ସଙ୍ଗଠନ ପକ୍ଷରୁ ଧମକ ଦିଆଯାଇଛି କି ମସଜିଦ ମଧ୍ୟରେ ହିନ୍ଦୁ ରିତିନୀତିରେ ପୂଜା କରାଯିବ । ଏହାକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସହରକୁ ଯୋଡୁଥିବା ସମସ୍ତ ନ୍ୟାଶନାଲ ଓ ଷ୍ଟେଟ ହାଇୱେରେ ପୋଲିସ ବାରିକେଡ କରାଯାଇଛି । ମନ୍ଦିର-ମସଜିଦ ପଛରେ ଯାଉଥିବା ରେଲୱେ ଟ୍ରାକକୁ ବନ୍ଦ ବି କରାଯାଇଛି । ଏହାସହ ସେଠାରେ ୧୪୪ ଧାରା ଜାରି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ କୁନ୍ଦ୍ରାଙ୍କ ପର୍ନୋଗ୍ରାଫି ମାମଲାରେ ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ, ୨୨।୨: ବଲିଉଡ୍‌ର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପର୍ନୋଗ୍ରାଫି ମାମଲାରେ ଏପର୍ଯ୍ୟନ୍ତ ପୋଲିସର ତଦନ୍ତ ଜାରି ରହିଛି।...

ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଆସନ୍ତା ସପ୍ତାହରେ ମଞ୍ଜୁରୀ ଦେଇପାରନ୍ତି ସରକାର

ନୂଆଦିଲ୍ଲୀ,୨୩।୧୨: କରୋନା ପ୍ରତିଷେଧକ ଟିକାକୁ ସାର୍ବଜନୀକ ଭାବେ ଦେବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା...

ସିପିଆଇ ବିବାଦ ମଧ୍ୟରେ ଜେଡିୟୁ ନେତାଙ୍କୁ ଭେଟିଲେ କହ୍ନେୟା କୁମାର

ପାଟନା,୧୫ ।୨: ବିହାର ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ଏବେ ଚର୍ଚ୍ଚା ହେଉଛି କି କମ୍ୟୁନିଷ୍ଟ ପାର୍ଟି ଅଫ୍...

ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲା: ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିଲେ ବିଚାରପତି

ନୂଆଦିଲ୍ଲୀ, ୧୬ା୭: ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଏସ୍‌.କେ. ଯାଦବ ଶୁଣାଣି ଶେଷ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ...

୪ ବର୍ଷ ପୂରଣ କରି ରେକର୍ଡ କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଭାଜପା ସରକାର ୪ ବର୍ଷ ପୂରଣ କରିଛନ୍ତି। ମାର୍ଚ୍ଚ ୧୯, ୨୦୧୭ରେ ଗୋରଖପୁର ଲୋକ ସଭା ନିର୍ବାଚନମଣ୍ଡଳୀର ତତ୍କାଳୀନ...

ନେତାଙ୍କ ଫୋନ୍‌ ଟ୍ୟାପିଂ ଅଭିଯୋଗ

ନୂଆଦିଲ୍ଲୀ/ଜୟପୁର,୧୯ା୭(ପି.ଟି.): ରାଜସ୍ଥାନର କଂଗ୍ରେସ ସରକାର ଯଦି ଅସାମ୍ବିଧାନିକ ଉପାୟରେ ରାଜନେତାମାନଙ୍କୁ ଫୋନ୍‌ ଟ୍ୟାପିଂ କରୁଥାଏ, ତେବେ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ଭାଜପା ପକ୍ଷରୁ...

ମହରମ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, ୨୮।୮(ପି.ଟି.):ଦେଶବ୍ୟାପୀ ମହରମ ଶୋଭାଯାତ୍ରା ବାହାର କରିବା ଲାଗି ଅନୁମତି ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ଏଥିପାଇଁ ଆବେଦନ କରିଥିବା ଲକ୍ଷ୍ନୌର ଶିୟା ନେତା...

ଆସନ୍ତା ବର୍ଷ ଜାନୁୟାରୀରେ ମୁକୁଳି ପାରନ୍ତି ଶଶିକଳା

ବେଙ୍ଗାଲୁରୁ,୧୫ ।୯: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ଜୟାଲଳିତାଙ୍କ ଅତି ନିକଟତମ କୁହାଯାଉଥିବା ଭିକେ ଶଶିକଳା ବେଙ୍ଗାଲୁରୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ।...

Advertisement
Archives

Model This Week