Posted inଖେଳ

ମ୍ୟାଚ୍‌ ଫିକ୍ସିଂ: ଜୋୟସା ୬ ବର୍ଷ ବାସନ୍ଦ

ଦୁବାଇ,୨୯।୪(ପି.ଟି.): ଶ୍ରୀଲଙ୍କା ପୂର୍ବତନ ଦ୍ରୁତ ବୋଲର ତଥା କୋଚ୍‌ ନୂଆନ ଜୋୟସା ସବୁପ୍ରକାର କ୍ରିକେଟରୁ ୬ ବର୍ଷ ବାସନ୍ଦ ହୋଇଛନ୍ତି। ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ବୁଧବାର ବାସନ୍ଦ କରାଯାଇଛି ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଜେନେରାଲ ମ୍ୟାନେଜର- ଇଣ୍ଟିଗ୍ରିଟି ୟୁନିଟ୍‌ ଆଲେକ୍ସ ମାର୍ଶାଲ କହିଛନ୍ତି। କ୍ରିକେଟରେ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦିଆଯିବ ଓ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଜଣେ ଭାରତୀୟ ବୁକିଙ୍କଠାରୁ ସେ ଦୁର୍ନୀତି ପ୍ରସ୍ତାବ ପାଇଥିଲେ ମଧ୍ୟ ସେ ଏହାକୁ ସାର୍ବଜନୀନ କରି ନ ଥିଲେ। ସେ ମଧ୍ୟ ପୂର୍ବରୁ ୨୦୧୮ ଅକ୍ଟୋବର ୩୧ ତାରିଖରେ ସାମୟିକ ଭାବେ ବାସନ୍ଦ ହୋଇଥିଲେ। ସେ ମଧ୍ୟ ଶ୍ରୀଲଙ୍କା ଜାତୀୟ ଦଳରେ କୋଚ୍‌ ରହିଛନ୍ତି। ଦୁର୍ନୀତି କରିବା ବଦଳରେ ସେ ସମସ୍ତଙ୍କର ରୋଲ ମଡେଲ ଭାବେ ପରିଚିତ ହେବା ଆବଶ୍ୟକ। ତେବେ ତାଙ୍କ କାର୍ଯ୍ୟକଳାପକୁ ଗ୍ରହଣ କରାଯାଇନାହଁି ବୋଲି ମାର୍ଶାଲ କହିଛନ୍ତି।
୪୨ ବର୍ଷୀୟ ଜୋୟସା ୩୦ ଟେଷ୍ଟ ଓ ୯୫ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୟୁଏଇରେ ଅନୁଷ୍ଠିତ ଏକ ଟି୧୦ ଟୁର୍ନାମେଣ୍ଟରେ ତାଙ୍କ ବିରୋଧରେ ଦୁର୍ନୀତ ଅଭିଯୋଗ ଆସିଥିଲା। ସେତେବେଳେ ସେ ଶ୍ରୀଲଙ୍କା ଦଳର ବୋଲିଂ କୋଚ୍‌ ଭାବେ ଦାୟିତ୍ୱରେ ଥିଲେ। ସେ ମଧ୍ୟ ଶ୍ରୀଲଙ୍କା ଏ’ ଦଳର ବୋଲିଂ କୋଚ୍‌ ରୂପେ କାର୍ଯ୍ୟ କରିଛନ୍ତି। ଜୋୟସାଙ୍କ ପୂର୍ବରୁ ଚଳିତ ମାସରେ ପୂର୍ବତନ ଦ୍ରୁତ ବୋଲର ଦିଲହରା ଲୋକୁହେଟିଗଙ୍କୁ ମଧ୍ୟ ସମ କାରଣ ପାଇଁ ସବୁ ପ୍ରକାର କ୍ରିକେଟରୁ ୮ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ସେହିପରି ୨୦୧୯ରେ ସନତ ଜୟସୂରିୟାଙ୍କୁ ବାସନ୍ଦ କରାଯାଇଥିଲା। ୨୦୧୬ରେ ପୂର୍ବତନ ଶ୍ରୀଲଙ୍କା ଅଫ୍‌ ସ୍ପିନର ଜୟାନନ୍ଦ ଓ୍ବାରନାବୀରାଙ୍କୁ ମଧ୍ୟ ବାସନ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

MS Dhoni Net Worth: କୋଟି କୋଟି ଟଙ୍କା ରୋଜଗାର, ହେଲେ କ୍ରିକେଟ ବ୍ୟତୀତ ଧୋନୀଙ୍କ ଆଉ କ’ଣ ରହିଛି ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୭ରେ ୪୫ ବର୍ଷ ବୟସରେ ପାଦ ଥାପିଛନ୍ତି। ‘କ୍ୟାପ୍ଟେନ କୁଲ’ ଭାବରେ ଜଣାଶୁଣା – କ୍ରିକେଟ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri