ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଗିରଫ

ଭଦ୍ରକ ଅଫିସ/ ଭୁବନେଶ୍ୱର ୨୮ା୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଭଦ୍ରକ ଜିଲା ନଳାଙ୍ଗରୁ ସୋମବାର ଗିରଫ ହୋଇଛନ୍ତି। ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ସହଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି।

ଉଭୟଙ୍କୁ ଆଜି ଅପରାହ୍ନ ୫ଟାରେ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇ ୧୦ ଦିନିଆ ରିମାଣ୍ଡ ଆବେଦନ କରାଯିବ। ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ୧୦ ଦିନ ପାଇଁ ରିମାଣ୍ଡରେ ଅଣାଯିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ନୟାଗଡ଼ ଜିଲା ରଣପୁର ଥାନା ଗୋଡ଼ିପୋଖରୀ ଗାଁର ମାନସ ସ୍ବାଇଁ ଭୁବନେଶ୍ୱରରେ ଶର୍ମିଷ୍ଠା ରାଉତଙ୍କ ଏକ ଓ୍ବେବ୍‌ ପୋର୍ଟାଲରେ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ। ସେଠାରେ କାମ କରିବାର କିଛି ଦିନ ପରେ ଚାକିରି ଛାଡ଼ି ଦେଇଥିଲେ। ଚାକିରି ଛାଡ଼ିବା ବେଳେ ମାନସ କିଛି ଗୁପ୍ତ ତଥ୍ୟ ଥିବା ମେମୋରି ଚିପ୍‌ ନେଇଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ଫେରାଇବା ପାଇଁ ଶର୍ମିଷ୍ଠା ମାନସଙ୍କୁ କହିଥିଲେ। କିନ୍ତୁ ମାନସ ତାଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଏହା ପରଠାରୁ ସବୁଦିନ ପାଇଁ ମାନସଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଶର୍ମିଷ୍ଠା।

ଯୋଜନା ମୁତାବକ ମାନସ ଚାନ୍ଦବାଲିରୁ ଫେରୁଥିବା ବେଳେ ତାଙ୍କୁ ଏକ କାର୍‌ରେ ଅପହରଣ କରି ଭୁବନେଶ୍ୱର ଆଣିଥିଲେ। ସେଠାରେ ମାନସଙ୍କୁ ହତ୍ୟା କରି ପରେ ନୟାଗଡ଼ ଯିବା ରାସ୍ତାରେ ମୃତଦେହକୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ପୋତି ଦେଇଥିଲେ। ସେହିଦିନଠାରୁ ଶର୍ମିଷ୍ଠାଙ୍କୁ ପୋଲିସ ଖୋଜୁଥିଲା। ଶେଷରେ ଆଜି ସେ ବନ୍ଧା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭେରେ ସୀମିତ ଧଉରାଗୋଠ ଜଳସେଚନ ପ୍ରକଳ୍ପ : ପାଣିକୁ ଅନାଇଛନ୍ତି ୨୨ ଗ୍ରାମର ବାସିନ୍ଦା

ଆଠମଲ୍ଲିକ,୨୭।୭(ଡି.ଏନ.ଏ.)- ପ୍ରକଳ୍ପ ହେବ। ଜମିକୁ ମାଡ଼ିବ ପାଣି। ଫଳିବ ସୁନାର ଫସଲ। ଏହି ଆଶାରେ ଦୀର୍ଘ ୩୬ ବର୍ଷ ହେଲା ଅପେକ୍ଷା କରିଛନ୍ତି ଆଠମଲ୍ଲିକ ଉପଖଣ୍ଡ...

ପଲିଥିନ୍‌ ତଲେ ପରିବାର: ପାଏଖାନା ଘରେ ଧାନ୍‌ଚାଉଲ, ଜିନିଷ୍‌ପାତିି

ଗଣ୍ଡତୁରୁମ, ୯।୯ (ଡି.ଏନ୍‌.ଏ.):  ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଂଚଲରେ ଗଲା ମଙ୍ଗଲବାରନୁ ଲଘୁଚାପ ପରଭାବରେ ବରଷା ଲାଗିରହିଛେ। ବାଦଲଫଟା ବରଷାରେ ବ୍ଲକ ଅଧୀନ ଅନେକ୍‌...

ଚାଷ ପ୍ରତି ବିମୁଖ ଭାଗଚାଷୀ

କେନ୍ଦ୍ରାପଡ଼ା ଅଫିସ/ଯାଜପୁର ଅଫିସ/ବରଗଡ଼ ଅଫିସ୍‌, ୨୭ା୪: ଓଡ଼ିଶା ଦିବସ ପାଳନ ଅବସରରେ ରାଜ୍ୟ ସରକାର ୪୩ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ...

ଆଜି ନକଲି ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବୁଧବାର ପଲିଗ୍ରାଫ ଟେଷ୍ଟ ହେବ । ପୋଲିସ ବିଭିନ୍ନ ଦିଗକୁ ନେଇ ସ୍ବତନ୍ତ୍ର ପ୍ରଶ୍ନ ତିଆରି କରିଛି ।...

ହାଇୱାକୁ ଧକ୍କା ଦେଲା ବାଇକ: ୨ ମୃତ, ଜଣେ ଗୁରୁତର

ଗୋପାଳପୁର/କନିଷି,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ଗୋଳନ୍ଥରା ଚଟି ଛକରେ ସୋମବାର ମଧ୍ୟରାତ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ...

ନନ୍ଦନକାନନରେ ବିଦ୍ୟୁତ୍‌ ଚୋରି, ଦେୟ ଭରୁଛନ୍ତି କର୍ତ୍ତୃପକ୍ଷ

ବାରଙ୍ଗ,୯।୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଆର୍ଥିକ ସହଯୋଗ ରହିଛି। ଏହାସହ ସେଠାରୁ ମିଳୁଥିବା ରାଜସ୍ବକୁ ନିଜେ ନନ୍ଦନକାନନ...

ଆଜି ରାଜ୍ୟରୁ ୬୦୯ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୧୨୨ ପିଲା

ଭୁବନେଶ୍ୱର,୬।୯(ବ୍ୟୁରୋ): ସୋମବାର ରାଜ୍ୟରୁ ୬୦୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୨,୧୬୭ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ତଦନ୍ତରେ ବାଧକ ସାଜିଲା ଝଡ଼ବର୍ଷା

ରସୁଲପୁର,୧ା୪(ଡି.ଏନ.ଏ.): କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର କୁଳମଣି ଲେଙ୍କାଙ୍କ ପୁଅ ବିକାଶ ଲେଙ୍କାଙ୍କ ହତ୍ୟା ମାମଲାର ତତନ୍ତ ଆରମ୍ଭ ହୋଇଥିବାବେଳେ ଝଡ଼ବର୍ଷା ଏଥିରେ...

Advertisement
Archives

Model This Week