ତାରାତାରିଣୀ ମନ୍ଦିର ପାର୍ଶ୍ଵବର୍ତ୍ତୀ ଋଷିକୁଲ୍ୟା ନଦୀ ତଟର ଉନ୍ନତି କରଣ ଲାଗି ହେଲା ମାଷ୍ଟର ପ୍ଲାନ

ପୁରୁଷୋତ୍ତମପୁର,୧୯/୫(ଡିଏନଏ): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟଦେବୀ ଆଦିଶକ୍ତି ପୀଠ ତଥା ପର୍ଯ୍ୟଟନସ୍ଥଳ ମା ତାରାତାରିଣୀଙ୍କ  ମନ୍ଦିର ନବକଳେବର ହୋଇ ନୂତନ ରୁପରେଖରେ ଝଲସି ଉଠିଛି।ଏହା ଭକ୍ତ ମାନଙ୍କୁ ଆକୃଷ୍ଟ କରିବାରେ ଲାଗିଥିବା ବେଳେ ଏହାକୁ ପର୍ଯ୍ଯଟକଙ୍କୁ ଆହୁରି ଅଧିକରୁ ଅଧିକ  ଆକୃଷ୍ଟ କରିବା ଲାଗି ମା ତାରାତାରିଣୀଙ୍କ ମନ୍ଦିର ରହିଥିବା ରତ୍ନଗିରି ପାହାଡର ପାଦଦେଶରେ ବୋହିଯାଇଥିବା ପବିତ୍ର ଋଷିକୁଲ୍ୟା ନଦୀ ତଟର ଉନ୍ନତି କରଣ ସହ ଶୋଭା ବର୍ଦ୍ଧନ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମାଙ୍କ ଚାଲିଥିବା ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦର୍ଶନ ଲାଗି ଆସିଥିବା ବେଳେ ଏଠାରେ ଅନୁଷ୍ଠିତ ହୋଇଥବା ସାଧାରଣ ସଭାରେ ଯୋଗଦେଇ  ୨୮ କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟଲାଗି ଭିଡିଓ କନଫରେନ୍ସ ମାଧ୍ୟମରେ ଶିଳାନ୍ଯାସ କରିଥିଲେ ।

ଏହାକୁ ନେଇ ପ୍ରଶାସନିକ ସ୍ତରରେ ଏକ ମାଷ୍ଟର ପ୍ଲାନ ପ୍ରସୁତ କରାଯାଇଛି । ଏହି ମାଷ୍ଟର ପ୍ଲାନରେ ଋଷିକୁଲ୍ଯା ନଦୀ ତଟ ସମ୍ମୁଖର ଉନ୍ନତି କରଣ , ପାର୍କିଙ୍ଗ ଓ ପ୍ରବେଶ ସ୍ଥଳ , ଉପାନ ଦେବୀ ମନ୍ଦିର ଓ ପ୍ରବେଶ ସ୍ଥଳ ,ପ୍ରବେଶ ପଥର ମୂଖ୍ୟ ଦ୍ଵାର , ବଗିଚାର ପ୍ରବେଶପଥ ଦ୍ବାର, ଉପାନଦେବୀ ମନ୍ଦିର ଓ ଫୁଡ୍ କୋର୍ଟ, ପର୍ଯ୍ଯଟକମାନେ ବସିବା ଲାଗି ସୁନ୍ଦର ବଗିଚା, ଶିଶୁ ମାନଙ୍କ ମନୋରଞ୍ଜନ ଲାଗି ଖେଳଣିୟ ସ୍ଥଳ , ତିନି ଗୋଟି ଭିୟୁ ପଏଣ୍ଟ,  ଆଦି ୨୧ ଗୋଟି ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟମାନ କରିବାର ସ୍ଥିର କରାଯାଇଛି । ଏହି କାର୍ଯ୍ୟ ମାନ ସମ୍ପୂର୍ଣ୍ଣ ରୁପେ  ପ୍ରସୁତ ହୋଇଥିବା  ମାଷ୍ଟରପ୍ଳାନର ଢାଞ୍ଚାରେ ନିର୍ମାଣ କରାଯିବ। ଏଥିଲାଗି ପ୍ଲାନରେ ୨୯କୋଟି ୭୫ ଲକ୍ଷ ୬୦ହଜାର ଟଙ୍କା ବ୍ୟୟ ଅଟକଳ ସ୍ଥିର କରାଯାଇଛି ।  ଏହି ମାଷ୍ଟର ପ୍ଲାନକୁ ଓଡିଶା ସରକାରଙ୍କ ପକ୍ଷରୁ ଲୋକାର୍ପିତ କରାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?