ୟୁନିଟ-୧ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ୨୬ ଦୋକାନ, ୫ ଗୋଦାମ ଜଳିଗଲା

ଭୁବନେଶ୍ୱର,୨୩ା୧୦(ସତ୍ୟଜିତ ରାଉତ): ଭୁବନଶ୍ୱର ୟୁନିଟ-୧ ପରିବା ମାର୍କେଟରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୨୬ ଦୋକାନ ଓ ପ୍ରାୟ ୫ଟି ପରିବା ଗୋଦାମ ଜଳିଯାଇଛି। ଆଉ କିଛି ଦୋକାନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ କ୍ଷୟକ୍ଷତି ଆକଳନ କରାଯାଇ ନ ଥିଲେ ମଧ୍ୟ ବହୁ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ପ୍ରାଥମିକ ଅନୁସନ୍ଧାନରୁ ଶର୍ଟସର୍କିଟ୍‌ରୁ ନିଅଁା ଲାଗିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି। ତେବେ ସୌଭାଗ୍ୟବଶତଃ ଏହି ଅଘଟଣରେ କୌଣସି ଦୋକାନୀ କିମ୍ବା ଗ୍ରାହକ ଆହତ ହୋଇନାହାନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡର ଶିକାର ହୋଇଥିବା ହୋଲସେଲ୍‌ ଓ ରିଟେଲର୍‌ ବ୍ୟବସାୟୀମାନେ ବହୁ କ୍ଷତି ସହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ହାଟରେ ଥିବା ଏକ ହୋଟେଲରେ ପ୍ରଥମେ ନିଆଁ ଲାଗିଥିଲା। ଦିନ ପ୍ରାୟ ୨ଟା ୫ରେ କୌଣସି କାରଣରୁ ହଠାତ୍‌ ହୋଲେଟର ଏକ ପାର୍ଶ୍ୱରୁ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ହୁତୁହୁତୁ ହୋଇ ନିଆଁ ଜଳିଉଠିବା ସହ ହୋଟେଲର ଛପର ସହ ଅନ୍ୟ ଦୋକାନ ଓ ପରିବାର ମାର୍କେଟକୁ ବ୍ୟାପିଯାଇଥିଲା। ଦୋକାନୀମାନେ ପାଣି ପକାଇ ନିଅଁା ଆୟତ୍ତ କରିବାକୁ ଲାଗିପଡ଼ିଥିଲେ। ହେଲେ ନିଆଁ ଆୟତ୍ତ ନ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ବିଭିନ୍ନ ଦମକଳ କେନ୍ଦ୍ରରୁ ଅଗ୍ନିଶମ ବାହିନୀ ପହଞ୍ଚତ୍ ଦିନ ପ୍ରାୟ ୨ଟା ୪୦ରୁ ନିଅଁା ଲିଭାରେ ଲାଗି ପଡିଥିଲେ। ଅଗ୍ନିଶମ ବିଭାଗର ୧୬ ଦମକଳ ଗାଡି ଓ ପ୍ରାୟ ୧୪୦ କର୍ମଚାରୀ ନିୟୋଜିତ ହୋଇଥିଲେ। ୩ଟା ୪୫ ପର୍ଯ୍ୟନ୍ତ ଅଗ୍ନିଶମ ଟିମ୍‌ଗୁଡିକର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ସେତେବେଳକୁ ଦୋକାନ ଓ ଗୋଦାମରେ ଥିବା ବିଭିନ୍ନ ତେଜରାତି ସାମଗ୍ରୀ ଓ ପରିବା ନଷ୍ଟ ହୋଇଯାଇଥିଲା।

ବଡ଼ କଥା ହେଉଛି, ନିଅଁା ଲିଭା ସମୟରେ ହାଟ ଆସୋସିଏଶନର ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ। ଅଗ୍ନିକାଣ୍ଡକୁ ନେଇ ଆରୋପ ପ୍ରତ୍ୟାରୋପରୁ ଉଭୟ ଗୋଷ୍ଠୀ ଘଟଣାସ୍ଥଳରେ ଚେୟାର ଫିଙ୍ଗାଫୋପଡ଼ା ହୋଇଥିଲା। ପୋଲିସ ଉପସ୍ଥିତିରେ ହିଁ ଏଭଳି ଅପ୍ରୀତିକର ଘଟଣା ଘଟିଥିଲା। ସ୍ଥିତିକୁ ଦେଖି କ୍ୟାପିଟାଲ ଥାନା ପକ୍ଷରୁ ପ୍ରଥମେ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରାଯାଇଥିଲା। ପରେ ଉତ୍ତେଜନା ପରିସ୍ଥିତିକୁ ଦେଖି ଅନ୍ୟ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିାଲା। ପୋଲିସ ଟିମ୍‌ର ଉଦ୍ୟମ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଇନ ଶୃଙ୍ଖଳା ସ୍ଥିତିକୁ ଦେଖି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଘଟଣାସ୍ଥଳକୁ ଯାଇ ତଦାରଖ କରିଥିଲେ। ମେୟର ସୁଲୋଚନା ଦାସ ଓ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଘଟଣାସ୍ଥଳରେ ପହଞ୍ଚତ୍ କ୍ଷତିଗ୍ରସ୍ତ ଦୋକାନୀମାନକୁ ସାନ୍ତ୍ୱନା ଦେଇଥିଲେ। ତେବେ ଭୁଲ ବୁଝାବଣାରୁ ଛୋଟ ଧରଣର ଝଗଡା ହୋଇଥିବା ବେଳେ ଆପୋସ ସମାଧାନ ହୋଇଥିବା ନେଇ ଡିସିପି କହିଛନ୍ତି। ଖବର ପ୍ରସ୍ତୁତ ହେବା ଯାଏ ଏନେଇ ଥାନାରେ ମାମଲା ହୋଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?