ସାଲିସରେ ମାଲିସ

ପିଲାଦିନେ ଶୁଣିଥିଲୁ ଯିଏ ବାଘ-ଛେଳିକୁ ଗୋଟିଏ ଘାଟରେ ପାଣି ପିଆଇଦେଇ ପାରିଲା ସେ ରହିଲା ଆଗଧାଡ଼ିରେ। ଏବେ ଓଡ଼ିଶା ରାଜନୀତିରେ ଦେଖାଯାଇଛି ଯେ ବାଘ ଚାରିପଟରେ ଛେଳି, ମେଣ୍ଢା ଓ ହରିଣ ମାଳମାଳ ହୋଇ ପାଣି ପିଉଛନ୍ତି। ପ୍ରଥମେ, କିଛିବର୍ଷ ପାଇଁ, କଂଗ୍ରେସ ଦଳ ବିରୋଧୀ ସାଜି ଭାବିଥିଲା ଅଣ୍ଡାମାଡ଼ ଓ ବିଧାନସଭାରେ ଗର୍ଜନ କରି କ୍ଷମତା ହାସଲ କରିବ। ଏହାପରେ ହଠାତ୍‌ ଗୋଟେ ଦିନ ପ୍ରଦେଶ କଂଗ୍ରେସ ସଭାପତି ବଦଳିଗଲେ। ଖଣିଖାଦାନ କାର୍ଯ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତିଙ୍କୁ ସମୟ କେମିତି ମିଳିବ ରାଜନୀତିର ଭିତିରି କଥା ବୁଝିବାକୁ। ଦୁର୍ବଳ ସ୍ଥିତିରୁ ଅଧିକ ଦୁର୍ବଳ ହୋଇପଡ଼ିଲା କଂଗ୍ରେସ। ବିଧାନସଭାରେ ଦ୍ୱିତୀୟ ସ୍ଥାନରୁ ଖସିଲା ତୃତୀୟକୁ। ସେହି ଯେଉଁ ପତନ ଆରମ୍ଭ ହେଲା ସେଥିରେ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣଚ୍ଛେଦ ଲାଗିପାରୁ ନାହିଁ। ପଦବୀ ଧରିରଖି ଖଣିଖାଦାନ ଓ ପାରିବାରିକ ବ୍ୟବସାୟ ବଢ଼ାଇଲା ବେଳକୁ ଦଳଟା ଧ୍ୱଂସ ପାଇଗଲା।
ଅନ୍ୟପଟେ ଦିନାକେତେ ମନେହେଲା ଓଡ଼ିଶାରେ କେବଳ ମାତ୍ର ଭାଜପା ତାହାର ବିରୋଧୀ ମୁଣ୍ଡ ଟେକିପାରିବ। ସୋସିଆଲ ମିଡିଆରେ ହାତଗଣତି ବ୍ୟକ୍ତି କ୍ରୋଧିତ ହୋଇ ବିଭିନ୍ନ ଘଟଣାରେ ସମାଲୋଚକ ପାଲଟିଲେ। କିଛି ସମୟ ବିତିବା ପରେ ଜଣାପଡ଼ିଲା ଯେ ଅଳ୍ପ କେତେକ ବ୍ୟକ୍ତି ଛଦ୍ମନାମରେ ବିଭିନ୍ନ ଆକାଉଣ୍ଟ ପରିଚାଳନା କରୁଛନ୍ତି। ସେଥିପାଇଁ ତାଙ୍କ ଭାଷା ଓ ଆଭିମୁଖ୍ୟରେ ପରିବର୍ତ୍ତନ ଦିଶିଲା ନାହିଁ। ସ୍ଥାନୀୟ ନେତୃତ୍ୱର ଅଭାବକୁ କେହି ଜଣେ ବ୍ୟକ୍ତି ବା ମିଳିତ ଭାବେ ଗୋଟିଏ ଗୋଷ୍ଠୀ ପୂରଣ କରିବାରେ ଅସଫଳ ହୋଇପଡ଼ିଛନ୍ତି। ସମଗ୍ର ଦେଶରେ ସ୍ଥିତି ବଦଳିଲାଣି। ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପାର ଜିତିବା ସମ୍ଭାବନା କ୍ଷୀଣ ହେଉଛି ବୋଲି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବକ୍ତବ୍ୟରୁ ଅନୁମାନ କରାଯାଇପାରେ। ହୁଏତ ସେଥିପାଇଁ ଭାଜପାର ଦୁଇ ମୁଖ୍ୟ ଜାତୀୟ ନେତା ସବୁ ଆଞ୍ଚଳିକ ଦଳର ଲାଙ୍ଗୁଡ଼ରେ ହାତ ମାରିବାକୁ ଉଚିତ ମଣୁନାହାନ୍ତି। ନିଜର ସ୍ଥିତି ଦୁର୍ବଳ ହୋଇପଡୁଥିବାରୁ ପୂର୍ବ ଘମଣ୍ଡ ପରିବର୍ତ୍ତେ ଏବେ ଭିତିରି ସାଲିସକୁ ଅଧିକ ଗୁରୁତ୍ୱ ଦିଆଗଲାଣି। ପ୍ରବଳ ବର୍ଷାରେ ଖୋଳି ହୋଇଯାଇଥିବା ଏହି ରାଜନୈତିକ ଗାତରେ ଓଡ଼ିଶା ଭାଜପା ପଡ଼ିଯାଇଥିବା ଭଳି ମନେହେଉଛି। ଦଳୀୟ କର୍ମୀଙ୍କ ମନୋଭାବ ଭାଙ୍ଗିପଡୁଥିବା ବେଳେ ସାଲିସର ନିର୍ଦ୍ଦେଶ ଯୋଗୁ ନେତା ମଧ୍ୟ କେହି ସୃଷ୍ଟି ହୋଇପାରୁ ନାହାନ୍ତି। ମାହାଙ୍ଗାରୁ ମମିତାଙ୍କ ପର୍ଯ୍ୟନ୍ତ ନୀରବ ରହି ଲୋକଦେଖାଣିଆ ବାଉଁଶ ତାଟି ଧରିବା ହୋଇଗଲାଣି ଭାଜପାର ମୁଖ୍ୟ ପ୍ରତିବାଦର ଭୂମିକା। କୌତୂହଳରେ କୁହାଯାଉଛି ଯେ, ପ୍ରତ୍ୟେକ ଦିନ କିଛି କର୍ମୀ ଆସି କାର୍ଯ୍ୟାଳୟରେ ଅପେକ୍ଷାରତ। ସରକାରଙ୍କ ବିରୋଧରେ ପ୍ରତିବାଦ କରିବା ପୂର୍ବରୁ ଜଳଖିଆ ଖର୍ଚ୍ଚ ଆସିବା ସହିତ ସ୍ଲୋଗାନ ମଧ୍ୟ କାଗଜରେ ଲେଖାହୋଇ ଆସୁଛି। ସେହି କାଗଜକୁ ବାଉଁଶ ତାଟିରେ ଲଗେଇ ଦୀର୍ଘ ୩୦ ମିନିଟ୍‌ ପର୍ଯ୍ୟନ୍ତ ଘୋ ଘା ହେଉଛନ୍ତି। ଗଣମାଧ୍ୟମର କ୍ୟାମେରାବାଲା ଫେରିଯିବା ପରେ ପ୍ରତିବାଦ ମଳିନ ପଡ଼ିଯାଉଛି।
ଏହି ଦୁଇ ମୁଖ୍ୟ ବିରୋଧୀଦଳକୁ ଦେଖିଲେ ଓଡ଼ିଶା ରାଜନୀତି ସମ୍ପର୍କରେ ଅତି ଗଭୀର ଭାବେ ବୁଝିବା ସମ୍ଭବପର ହେଉଛି। ଢଗ ଅଛି-‘ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି।’ ଏହି ଦୁଇ ଦଳର ନେତୃବୃନ୍ଦ ଭାବୁଛନ୍ତି ସେମାନଙ୍କର ସାଲିସକୁ ବୁଝିବା ପାଇଁ ଓଡ଼ିଶାବାସୀ ଅକ୍ଷମ।


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri