Posted inଫୁରସତ

ମାସ୍କ ପିନ୍ଧି ଇଣ୍ଟରଭ୍ୟୁ

ବେଳେବେଳେ ଯୋଗ୍ୟତା ଥାଇ ବି ଚେହେରା ଖାସ୍‌ ନ ହୋଇଥିବାରୁ ଅନେକେ ଇଣ୍ଟରଭ୍ୟୁରେ ସଫଳ ହୋଇ ପାରନ୍ତି ନାହିଁ। କାରଣ କେତେକ ସ୍ଥାନରେ ଯୋଗ୍ୟତାଠାରୁ ଲୁକ୍‌ସକୁ ବେଶି ଗୁରୁତ୍ୱ ଦିଆଯାଏ। ଏଇ ମୁହଁ ଦେଖା ନୀତି ପାଇଁ ଅନେକ ଯୋଗ୍ୟ ବ୍ୟକ୍ତି ଉପଯୁକ୍ତ ସମ୍ମାନ ଓ କାମ ପାଇ ପାରନ୍ତି ନାହିଁ। ଏହାକୁ ନଜରରେ ରଖି ଚାଇନା, ଚେଙ୍ଗଡୁର ଏକ ଲଜିଷ୍ଟିକ୍‌ କମ୍ପାନୀ ଆପଣାଇଛି ଏକ ଅଭିନବ ଉପାୟ। ଏହି କମ୍ପାନୀରେ ନିୟମ କରାଯାଇଛି ଯେ, ଯେଉଁମାନେ ଇଣ୍ଟରଭ୍ୟୁ ଦେବା ପାଇଁ ଆସୁଛନ୍ତି ଓ ଯେଉଁମାନେ ଇଣ୍ଟରଭ୍ୟୁ ନେବେ ଉଭୟେ ଚେହେରାରେ ମାସ୍କ ଲଗାଇବେ। କମ୍ପାନୀର କହିବାନୁଯାୟୀ ଏହାଦ୍ୱାରା ଇଣ୍ଟରଭ୍ୟୁ ଦେବାକୁ ଆସୁଥିବା ଲୋକଙ୍କର ମାନସିକ ଚାପ କମୁଛି। ତା’ସହ ଯୋଗ୍ୟ ବ୍ୟକ୍ତିଙ୍କର ଚୟନ ହୋଇପାରୁଛି। ଏହି କମ୍ପାନୀର ଏଭଳି ଅଭିନବ ଉପାୟରେ କରାଯାଉଥିବା ଇଣ୍ଟରଭ୍ୟୁର ଭିଡିଓକୁ ସୋସିଆଲ ମିଡିଆରେ ଲୋକେ ବେଶ୍‌ ପସନ୍ଦ କରିଛନ୍ତି। ଏଭଳି ବ୍ୟବସ୍ଥା ସବୁଠି ହେବା କଥା ବୋଲି ଅନେକେ ମତ ବି ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri