କୋଭିଡ୍‌-୧୯ରୁ ସୁସ୍ଥ ହେଲେ ମୋର୍ତ୍ତାଜା

ଢାକା,୧୬।୭(ପି.ଟି.): ବାଂଲାଦେଶ ପୂର୍ବତନ ଅଧିନାୟକ ମଶ୍ରାଫି ମୋର୍ତ୍ତାଜା କରୋନା ଭାଇରସ୍‌ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ଜୁନ୍‌ ୨୦ ତାରିଖରୁ ସେ ଘରେ ରହି ଚିକିତ୍ସିତ ହୋଇ ଆସୁଥିଲେ। କୋଭିଡ୍‌-୧୯ ପରୀକ୍ଷରେ ନେଗେଟିଭ୍‌ ବୋଲି ମୋର୍ତ୍ତାଜା ମଙ୍ଗଳବାର ନିଜ ଫେସ୍‌ବୁକ୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି। ଭଗବାନଙ୍କ ଦୟାରୁ ଓ ସମସ୍ତଙ୍କ ଅଶାର୍ବାଦରୁ ଏହି ଭାଇରସ୍‌ ସଂକ୍ରମଣରୁ ମୁକ୍ତ ହୋଇଛି ବୋଲି ସେ କହିଛନ୍ତି। ପୂର୍ବରୁ କରୋନ ଭାଇରସ୍‌ ପରୀକ୍ଷାରେ ମୁଁ ପଜିଟିଭ୍‌ ବୋଲି ଜଣା ପଡିଥିଲା। ଘରୋ ଚିକିତ୍ସିତ ହୋଇ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି। ତେଣୁ ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନେ ନିରାଶ ନ ହୋଇ ସକରାତ୍ମକ ମନୋଭାବ ପୋଷଣ କରିବା ଦରକାର। ଏକାଠି ହୋଇ ଲଢ଼ିଲେ ଆମେ ଏହି ଭାଇରସ୍‌କୁ ହରାଇପାରିବା ବୋଲି ୩୬ ବର୍ଷୀୟ ଏହି ଦ୍ରୁତ ବୋଲର କହିଛନ୍ତି।
ମୋର୍ତ୍ତାଜାଙ୍କ ସ୍ତ୍ରୀ ସୁମୋନା ହକ୍‌ ମଧ୍ୟ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ସେ ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରିନାହାନ୍ତି। ଦୁଇ ସପ୍ତାହ ଚିକିତ୍ସିତ ହେବା ପରେ ମଧ୍ୟ ସୁମୋନା ତଥାପି ପଜିଟିଭ୍‌ ଅଛନ୍ତି। ତେବେ ସେ ଭଲ ଅଛନ୍ତି ବୋଲି ମୋର୍ତ୍ତାଜା କହିଛନ୍ତି। ବାଂଲାଦେଶ ପାର୍ଲାମେଣ୍ଟ ସଦସ୍ୟ ଥିବା ମୋର୍ତ୍ତାଜା ଶାସକ ଆଓ୍ବାମୀ ଲିଗ୍‌ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ୨୦ ତାରିଖରେ ସେ ପଜିଟିଭ୍‌ ବୋଲି ଜଣାପଡିଥିଲା। ଅନ୍ୟ ଦୁଇ ବାଂଲାଦେଶ କ୍ରିକେଟର ନାଫିସ୍‌ ଇକ୍‌ବାଲ ଓ ନାଜମୁଲ ଇସ୍‌ଲାମ ଏହି ଭାଇରସ ସଂକ୍ରମଣରୁ ମୁକ୍ତ ହୋଇସାରିଛନ୍ତି। ୩ ସପ୍ତାହ ତଳେ ଏମାନେ ପଜିଟିଭ୍‌ ବୋଲି ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଟକାଇବାରୁ ପୋଲିସଙ୍କ ହାତ କାଟିଦେଲେ

ଚଣ୍ଡିଗଡ଼,୧୩ା୪(ପି.ଟି.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାଧାରଣ ଯାତାୟାତ ଉପରେ କଟକଣା ଜାରି ହୋଇଛି।...

କୋଚ୍‌ ସାଉଥଗେଟ୍‌ଙ୍କ କାର୍ଯ୍ୟକାଳ ବଢ଼ାଇବ ଇଂଲଣ୍ଡ

ଲଣ୍ଡନ,୨୬।୬: ଫୁଟ୍‌ବଲ କୋଚ୍‌ ଗାରେଥ ସାଉଥଗେଟ୍‌ଙ୍କ କାର୍ଯ୍ୟକାଳ ବଢାଇବାକୁ ଚାହୁଁଛି ଇଂଲଣ୍ଡ। ଚଳିତ ୟୁରୋକପ୍‌ ଓ ଆସନ୍ତାବର୍ଷ କାତାରରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ...

ଆଇପିଏଲ୍‌ର ପ୍ରଥମ ସପ୍ତାହରେ ଖେଳି ନ ପାରନ୍ତି ଇଂଲଣ୍ଡ, ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ, ୨୬।୭- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବୋଲି ଏହାର ଗଭର୍ନିଂ କାଉନ୍‌ସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଘୋଷଣା କରିଛନ୍ତି।...

ଶାହରୁଖ ଖାନ୍‌ଙ୍କ ନାଇଟ୍‌ ରାଇଡର୍ସ ଦଳ ଅପରାଜେୟ

ତ୍ରିନିଦାଦ୍‌, ୬।୯: କାରିବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୨୭ତମ ମ୍ୟାଚ୍‌ରେ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ୨୩ ରନରେ ସେଣ୍ଟ ଲୁସିଆ ଜୌକସ୍‌ ଦଳକୁ ପରାସ୍ତ କରିଛି।...

କେପ୍‌ ଟାଉନ୍‌ରେ କୋହଲି ଯାହା କରିଛନ୍ତି, କେହିବି ତାଙ୍କୁ ଆଦର୍ଶ ମାନିବେ ନାହିଁ: ଗମ୍ଭୀର

ନୂଆଦିଲ୍ଲୀ,୧୪।୧: ନୂଆ ବିବାଦରେ ଫସିଛନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି। କେପ୍‌ ଟାଉନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ...

ନେମାର ସର୍ବକନିଷ୍ଠ ବ୍ରାଜିଲ ଖେଳାଳି

ସିଙ୍ଗାପୁର, ୧୧।୧୦ (ଏଏଫ୍‌ପି)- ବ୍ରାଜିଲ ପକ୍ଷରୁ ୧୦୦ ମ୍ୟାଚ୍‌ ଖେଳିବାରେ ନେମାର ସର୍ବକନିଷ୍ଠ ଫୁଟ୍‌ବଲର ହୋଇଛନ୍ତି। ଗୁରୁବାର ଏଠାରେ ସେନେଗାଲ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା...

ଆସିଲା ପ୍ରଥମ ଏମଆରଏନଏ ବୁଷ୍ଟର ଟିକା…

ନୂଆଦିଲ୍ଲୀ,୨୪।୬ : କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର କରୋନାର ଓମିକ୍ରନ ଭାରିଆଣ୍ଟ ପାଇଁ ଏମଆରଏନଏ ବୁଷ୍ଟର୍‌ ଟିକା ଆରମ୍ଭ କରିଛନ୍ତି। ଏକ ବିବୃତ୍ତିରେ କୁହାଯାଇଛି...

କଟକ ସହରରୁ ୯୨ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୦।୧୦-କଟକ ସହରରୁ ଶନିବାର ମୋଟ ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୫୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୦...

Advertisement
Archives

Model This Week