କୋଭିଡ୍‌-୧୯ରୁ ସୁସ୍ଥ ହେଲେ ମୋର୍ତ୍ତାଜା

ଢାକା,୧୬।୭(ପି.ଟି.): ବାଂଲାଦେଶ ପୂର୍ବତନ ଅଧିନାୟକ ମଶ୍ରାଫି ମୋର୍ତ୍ତାଜା କରୋନା ଭାଇରସ୍‌ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ଜୁନ୍‌ ୨୦ ତାରିଖରୁ ସେ ଘରେ ରହି ଚିକିତ୍ସିତ ହୋଇ ଆସୁଥିଲେ। କୋଭିଡ୍‌-୧୯ ପରୀକ୍ଷରେ ନେଗେଟିଭ୍‌ ବୋଲି ମୋର୍ତ୍ତାଜା ମଙ୍ଗଳବାର ନିଜ ଫେସ୍‌ବୁକ୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି। ଭଗବାନଙ୍କ ଦୟାରୁ ଓ ସମସ୍ତଙ୍କ ଅଶାର୍ବାଦରୁ ଏହି ଭାଇରସ୍‌ ସଂକ୍ରମଣରୁ ମୁକ୍ତ ହୋଇଛି ବୋଲି ସେ କହିଛନ୍ତି। ପୂର୍ବରୁ କରୋନ ଭାଇରସ୍‌ ପରୀକ୍ଷାରେ ମୁଁ ପଜିଟିଭ୍‌ ବୋଲି ଜଣା ପଡିଥିଲା। ଘରୋ ଚିକିତ୍ସିତ ହୋଇ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି। ତେଣୁ ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନେ ନିରାଶ ନ ହୋଇ ସକରାତ୍ମକ ମନୋଭାବ ପୋଷଣ କରିବା ଦରକାର। ଏକାଠି ହୋଇ ଲଢ଼ିଲେ ଆମେ ଏହି ଭାଇରସ୍‌କୁ ହରାଇପାରିବା ବୋଲି ୩୬ ବର୍ଷୀୟ ଏହି ଦ୍ରୁତ ବୋଲର କହିଛନ୍ତି।
ମୋର୍ତ୍ତାଜାଙ୍କ ସ୍ତ୍ରୀ ସୁମୋନା ହକ୍‌ ମଧ୍ୟ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ସେ ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରିନାହାନ୍ତି। ଦୁଇ ସପ୍ତାହ ଚିକିତ୍ସିତ ହେବା ପରେ ମଧ୍ୟ ସୁମୋନା ତଥାପି ପଜିଟିଭ୍‌ ଅଛନ୍ତି। ତେବେ ସେ ଭଲ ଅଛନ୍ତି ବୋଲି ମୋର୍ତ୍ତାଜା କହିଛନ୍ତି। ବାଂଲାଦେଶ ପାର୍ଲାମେଣ୍ଟ ସଦସ୍ୟ ଥିବା ମୋର୍ତ୍ତାଜା ଶାସକ ଆଓ୍ବାମୀ ଲିଗ୍‌ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ୨୦ ତାରିଖରେ ସେ ପଜିଟିଭ୍‌ ବୋଲି ଜଣାପଡିଥିଲା। ଅନ୍ୟ ଦୁଇ ବାଂଲାଦେଶ କ୍ରିକେଟର ନାଫିସ୍‌ ଇକ୍‌ବାଲ ଓ ନାଜମୁଲ ଇସ୍‌ଲାମ ଏହି ଭାଇରସ ସଂକ୍ରମଣରୁ ମୁକ୍ତ ହୋଇସାରିଛନ୍ତି। ୩ ସପ୍ତାହ ତଳେ ଏମାନେ ପଜିଟିଭ୍‌ ବୋଲି ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?