Posted inଖେଳ

କୋଭିଡ୍‌-୧୯: ଇଂଲଣ୍ଡ ବିପକ୍ଷ ଘରୋଇ ସୀମିତ ଓଭର ସିରିଜ ବାତିଲ ହେବ

ନୂଆଦିଲ୍ଲୀ,୧୬।୭(ପି.ଟି.): ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୬ ମ୍ୟାଚ୍‌ ବିଶିଷ୍ଟ ଘରୋଇ ସୀମିତ ଓଭର ସିରିଜ ବାତିଲ ହେବା ନିଶ୍ଚିତ ହୋଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ସେପ୍ଟେମ୍ବରରେ ଆୟୋଜନ ହେବାକୁ ଥିବା ଏହି ସିରିଜ ବାତିଲ ହେବ ଏକପ୍ରକାର ସ୍ପଷ୍ଟ ହୋଇଛି। ସେହିପରି ଆସନ୍ତାମାସରେ ଭାରତ ଆସିବାକୁ ଥିବା ନ୍ୟୁଜିଲାଣ୍ଡ ଏ’ ଦଳର ଗସ୍ତ ମଧ୍ୟ ବାତିଲ ହେବ। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଆନୁଷ୍ଠାନିକ ଘୋଷଣା କରିନାହିଁ। କିନ୍ତୁ ଏହି ସିରିଜ ଗୁଡିକ ବାତିଲ ହେବା ଆଶା କରାଯାଉଛି।
ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବାକୁ ଥିବା ଇଂଲଣ୍ଡ ୩ଟି ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନର ପରିସ୍ଥିତିରେ ଇଂଲଣ୍ଡ ଭାରତ ଗସ୍ତ କରିବାକୁ ଚାହିଁବନି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ବସିବାକୁ ଥିବା ବୋର୍ଡ ଆପେକ୍ସ କାଉନ୍‌ସିଲ ବୈଠକରେ ଭାରତର ଫ୍ୟୁଚର ଟୁର୍ସ ଆଣ୍ଡ୍‌ ପ୍ରୋଗ୍ରାମ ନେଇ ଆଲୋଚନା ହେବ। ଆଲୋଚନା ହେବା ପରେ ଏ ନେଇ ଏକ ଔପଚାରିକ ଘୋଷଣା କରାଯିବ। ଅଗଷ୍ଟରେ ଭାରତ ଗସ୍ତରେ ଆସିବାକୁଥିବା ନ୍ୟୁଜିଲାଣ୍ଡ ଏ’ ଗସ୍ତ ମଧ୍ୟ ବାତିଲ ହେବାର ସମ୍ଭାବନା ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ବ୍ରିଟେନର ଗଣମାଧ୍ୟମଗୁଡିକ ମଧ୍ୟ ଏ ନେଇ ଖବର ପ୍ରକାଶ କରିଛନ୍ତି। ଭାରତରେ ଏପର୍ଯ୍ୟନ୍ତ ୯ ଲକ୍ଷ ସଂକ୍ରମିତ ହୋଇଛନ୍ତି ଓ ପାଖାପାଖି ୨୫,୦୦୦ ମୃତ୍ୟୁବରଣ କରିଛନ୍ତି। ଯଦି ସେପ୍ଟେମ୍ବରରେ ପରସ୍ଥିତିରେ ସୁଧାର ଆସେ ତା’ହେଲେ ଇଂଲଣ୍ଡ ଭାରତ ଆସିବାର ସମ୍ଭାବନା ସୃଷ୍ଟି ହେବ। ଏଭଳି ପରସ୍ଥିତିରେ ମ୍ୟାଚ୍‌ ଆୟୋଜନ ହେବାର ସମ୍ଭାବନା କମ୍‌ ରହିଛି। ପୁଣି ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ମଧ୍ୟ ବାତିଲ ହେବା ନିଶ୍ଚିତ ମନେ ହେଉଛି। ଏପରିସ୍ଥଳେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ହେବାର ସୁଯୋଗ ସୃଷ୍ଟି ହୋଇଛି। ଗତ ମାର୍ଚ୍ଚରେ ଭାରତ ଶେଷଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିଥିଲା। ତେବେ କରୋନା ଭାଇରସ୍‌ କାରଣରୁ ଏହାକୁ ଅଧାରୁ ବାତିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri