ମାରୁତି ସୁଜୁକି ସୁପର କ୍ୟାରିର ଅନାବରଣ

ଭୁବନେଶ୍ୱର,୧୪।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ଅପ୍‌ଗ୍ରେଡେଡ୍‌ ହାଲୁକା କମର୍ସିଆଲ ଭେଇକିଲ ସୁପର କ୍ୟାରିର ସର୍ବଭାରତୀୟ ଉନ୍ମୋଚନ ଓ ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏମ୍‌ଏସ୍‌ଆଇଏଲ୍‌ ସ୍ବୀକୃତିପ୍ରାପ୍ତ ଡିଲର ମାରୁତି ସୁଜୁକି କମର୍ସିଆଲ (ତୁସି ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌)ର ଖଣ୍ଡଗିରିଠାରେ ଆୟୋଜିତ ଏ କାର୍ଯ୍ୟକ୍ରମରେ ଏହାର ଅନାବରଣ କରାଯାଇଥିଲା। ଏହି ଅବସରରେ ଏମ୍‌ଏସ୍‌ଆଇଏଲ୍‌ର ଟିଏସ୍‌ଏମ୍‌ ସୋଭନ ପଟ୍ଟନାୟକ,କମର୍ସିଆଲ ସେଲ୍‌ସ ହେଡ୍‌ ପ୍ରଦୋଷ ଦାସଙ୍କ ସମେତ ତୁସି ମୋଟର୍ସର ଏମ୍‌ଡି ପ୍ରତିପଲ୍ଲବୀ ପଟ୍ଟନାୟକ, ନିର୍ଦ୍ଦେଶକ ଅଂଶୁମାନ ପଟ୍ଟନାୟକ ଏବଂ ଉପସଭାପତି ହରମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ,ମାରୁତି ସୁଜୁକି ସୁପର କ୍ୟାରି ଉଭୟ ପେଟ୍ରୋଲ ଏବଂ ସିଏନ୍‌ଜି ଭାରିଆଣ୍ଟରେ ଉପଲବ୍ଧ ହେଉଥିବା ବେଳେ ଏଥିରେ ମାରୁତି ସୁଜୁକିର ଆଧୁନିକ ୧.୨ ଏଲ୍‌, ନ୍ୟୁ କେ-ସିରିଜ ଡୁଆଲ ଜେଟ୍‌ ଏବଂ ଡୁଆଲ ଭିଭିଟି ଇଞ୍ଜିନ ଆଦି ସାମିଲ ରହିଛି। ସେହିଭଳି ମାରୁତି ସୁଜୁକି ସୁପର କ୍ୟାରି ମିନି ଟ୍ରକ୍‌ରେ ଏକ ୪-ସିଲିଣ୍ଡର ଇଞ୍ଜିନ ରହିଛି, ଯାହା ବ୍ରାଣ୍ଡ୍‌ର ପେଟ୍ରୋଲ ମଡେଲରେ ୬୦୦୦ ଆର୍‌ପିଏମ୍‌ ସହ ୫୯.୪ କେଡବ୍ଲ୍ୟୁ (୮୦.୭ ପିଏସ୍‌)ର ସର୍ବାଧିକ ଶକ୍ତି ଏବଂ ୨୯୦୦ ଆର୍‌ପିଏମ୍‌ରେ ୧୦୪.୪ ଏନ୍‌ଏମ୍‌ର ସର୍ବାଧିକ ଟର୍କ ପ୍ରଦାନ କରୁଛି। ଏ ସମ୍ପର୍କରେ ତୁସି ମୋଟର୍ସର ଏମ୍‌ଡି ପ୍ରତିପଲ୍ଲବୀ ପଟ୍ଟନାୟକ କହିଛନ୍ତି, ମାରୁତି ସୁଜୁକି ସର୍ବଦା ଏଭଳି ଏକ ଉପତ୍ାଦ ପ୍ରଦାନ କରିଥାଏ, ଯାହା ଗ୍ରାହକଙ୍କ ଆଶାଠାରୁ ଅଧିକ । ସେହିଭଳି ସୁପର କ୍ୟାରିକୁ ଭାରତୀୟ ମିନି ଟ୍ରକ୍‌ ଗ୍ରାହକଙ୍କର ସ୍ବତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏପରିକି ଏହାକୁ କମର୍ସିଆଲ ଭେଇକିଲ ସେଗ୍‌ମେଣ୍ଟରେ ସମସ୍ତ ଗ୍ରାହକ ପସନ୍ଦ କରିଛନ୍ତି। ଅପରପକ୍ଷରେ ସୁପର କ୍ୟାରିର ପେଟ୍ରୋଲ ମଡେଲର ଏକ୍ସ-ଶୋ ରୁମ୍‌ ମୂଲ୍ୟ ୬,୧୫,୬୨୮ଟଙ୍କା ରହିଥିବା ବେଳେ ସିଏନ୍‌ଜି ମଡେଲର ଏକ୍ସ-ଶୋ ରୁମ୍‌ ମୂଲ୍ୟ ୫,୩୦,୬୨୮ ଟଙ୍କା ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri