ମାରୁତି ସୁଜୁକି ସୁପର କ୍ୟାରିର ଅନାବରଣ

ଭୁବନେଶ୍ୱର,୧୪।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ଅପ୍‌ଗ୍ରେଡେଡ୍‌ ହାଲୁକା କମର୍ସିଆଲ ଭେଇକିଲ ସୁପର କ୍ୟାରିର ସର୍ବଭାରତୀୟ ଉନ୍ମୋଚନ ଓ ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏମ୍‌ଏସ୍‌ଆଇଏଲ୍‌ ସ୍ବୀକୃତିପ୍ରାପ୍ତ ଡିଲର ମାରୁତି ସୁଜୁକି କମର୍ସିଆଲ (ତୁସି ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌)ର ଖଣ୍ଡଗିରିଠାରେ ଆୟୋଜିତ ଏ କାର୍ଯ୍ୟକ୍ରମରେ ଏହାର ଅନାବରଣ କରାଯାଇଥିଲା। ଏହି ଅବସରରେ ଏମ୍‌ଏସ୍‌ଆଇଏଲ୍‌ର ଟିଏସ୍‌ଏମ୍‌ ସୋଭନ ପଟ୍ଟନାୟକ,କମର୍ସିଆଲ ସେଲ୍‌ସ ହେଡ୍‌ ପ୍ରଦୋଷ ଦାସଙ୍କ ସମେତ ତୁସି ମୋଟର୍ସର ଏମ୍‌ଡି ପ୍ରତିପଲ୍ଲବୀ ପଟ୍ଟନାୟକ, ନିର୍ଦ୍ଦେଶକ ଅଂଶୁମାନ ପଟ୍ଟନାୟକ ଏବଂ ଉପସଭାପତି ହରମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ,ମାରୁତି ସୁଜୁକି ସୁପର କ୍ୟାରି ଉଭୟ ପେଟ୍ରୋଲ ଏବଂ ସିଏନ୍‌ଜି ଭାରିଆଣ୍ଟରେ ଉପଲବ୍ଧ ହେଉଥିବା ବେଳେ ଏଥିରେ ମାରୁତି ସୁଜୁକିର ଆଧୁନିକ ୧.୨ ଏଲ୍‌, ନ୍ୟୁ କେ-ସିରିଜ ଡୁଆଲ ଜେଟ୍‌ ଏବଂ ଡୁଆଲ ଭିଭିଟି ଇଞ୍ଜିନ ଆଦି ସାମିଲ ରହିଛି। ସେହିଭଳି ମାରୁତି ସୁଜୁକି ସୁପର କ୍ୟାରି ମିନି ଟ୍ରକ୍‌ରେ ଏକ ୪-ସିଲିଣ୍ଡର ଇଞ୍ଜିନ ରହିଛି, ଯାହା ବ୍ରାଣ୍ଡ୍‌ର ପେଟ୍ରୋଲ ମଡେଲରେ ୬୦୦୦ ଆର୍‌ପିଏମ୍‌ ସହ ୫୯.୪ କେଡବ୍ଲ୍ୟୁ (୮୦.୭ ପିଏସ୍‌)ର ସର୍ବାଧିକ ଶକ୍ତି ଏବଂ ୨୯୦୦ ଆର୍‌ପିଏମ୍‌ରେ ୧୦୪.୪ ଏନ୍‌ଏମ୍‌ର ସର୍ବାଧିକ ଟର୍କ ପ୍ରଦାନ କରୁଛି। ଏ ସମ୍ପର୍କରେ ତୁସି ମୋଟର୍ସର ଏମ୍‌ଡି ପ୍ରତିପଲ୍ଲବୀ ପଟ୍ଟନାୟକ କହିଛନ୍ତି, ମାରୁତି ସୁଜୁକି ସର୍ବଦା ଏଭଳି ଏକ ଉପତ୍ାଦ ପ୍ରଦାନ କରିଥାଏ, ଯାହା ଗ୍ରାହକଙ୍କ ଆଶାଠାରୁ ଅଧିକ । ସେହିଭଳି ସୁପର କ୍ୟାରିକୁ ଭାରତୀୟ ମିନି ଟ୍ରକ୍‌ ଗ୍ରାହକଙ୍କର ସ୍ବତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏପରିକି ଏହାକୁ କମର୍ସିଆଲ ଭେଇକିଲ ସେଗ୍‌ମେଣ୍ଟରେ ସମସ୍ତ ଗ୍ରାହକ ପସନ୍ଦ କରିଛନ୍ତି। ଅପରପକ୍ଷରେ ସୁପର କ୍ୟାରିର ପେଟ୍ରୋଲ ମଡେଲର ଏକ୍ସ-ଶୋ ରୁମ୍‌ ମୂଲ୍ୟ ୬,୧୫,୬୨୮ଟଙ୍କା ରହିଥିବା ବେଳେ ସିଏନ୍‌ଜି ମଡେଲର ଏକ୍ସ-ଶୋ ରୁମ୍‌ ମୂଲ୍ୟ ୫,୩୦,୬୨୮ ଟଙ୍କା ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri