Posted inଖେଳ

ମାର୍ଟିନ ଗୁପ୍ଟିଲଙ୍କ ବିସ୍ଫୋରକ ବ୍ୟାଟିଂ: ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ,୭।୩: ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨୭ଟି ବଲ୍‌ ବାକିଥାଇ ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ଏଥିସହିତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଟି୨୦ ସିରିଜରେ ନ୍ୟୁଜିଲାଣ୍ଡ ୩-୨ ବ୍ୟବଧାନରେ ବାଜି ମାରିଛି। ସ୍ଥାନୀୟ ସ୍କାଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୮ ଉଇକେଟ ହରାଇ ୧୪୨ ରନ୍‌ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୫.୩ ଓଭରରେ ୩ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା। ୪୬ ବଲରୁ ୭ ଚୌକା ଓ ୪ ଛକା ସହ ୭୧ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ନ୍ୟୁଜିଲାଣ୍ଡ ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସେହିପରି ସିରିଜରେ ସ୍ଥିର ପ୍ରଦର୍ଶନ କରିଥିତ୍ବା ନ୍ୟୁଜିଲାଣ୍ଡ ସ୍ପିନର ଇଶ୍‌ ସୋଧୀ ପ୍ଲେୟାର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି। ୧୪୩ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ଅତି ସହଜରେ ବିଜୟୀ ହୋଇଥିଲା। ଗୁପ୍ଟିଲଙ୍କ ୭୧ରନକୁ ବାଦ୍‌ ଦେଲେ ଡେଭନ କନ୍‌ଓ୍ବେ ୩୬ ରନ୍‌ ସଂଗ୍ରହ କରିଥିଲେ। ଅଧିନାୟକ କେନ୍‌ ଓ୍ବିଲିୟମସନ ଖାତା ଖେଳିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ଗ୍ଲେନ୍‌ ଫିଲିପ୍ସ ୧୬ ବଲରୁ ୫ ଚୌକା ଓ ୨ ଛକା ସହ ୩୪ ରନ୍‌ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ମାର୍କ ଚାମ୍ପିୟନ ୧ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ରିଲେ ମେରେଡିଥ ୨ ଓ ଝେ ରିଚାର୍ଡସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ଓ୍ବେଡ୍‌ ସର୍ବାଧିକ ୪୪, ଅଧିନାୟକ ଆରୋନ ଫିଞ୍ଚ୍‌ ୩୬, ମାର୍କସ ଷ୍ଟୋଇନିସ୍‌ ୨୬, ମିଚେଲ ମାର୍ଶ ୧୦ ରନ୍‌ କରି ଆଉଟ ହୋଇଥିବା ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ବୋଲିଂରେ ଇଶ୍‌ ସୋଧୀ ସର୍ବାଧିକ ୩, ଟିମ୍‌ ସୌଦି ଓ ଟ୍ରେଣ୍ଟ ବୋଲ୍ଟ ୨ଟି ଲେଖାଏ ଓ ମାର୍କ ଚପମାନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri