Posted inଜାତୀୟ

ଯୁବତୀଙ୍କୁ ନେଇ ଫେରାର ହୋଇଥିବା ବିବାହିତ ବ୍ୟକ୍ତି ଜମା କରିବେ ପୋଲିସଙ୍କ ଖୋଜିବା ଖର୍ଚ୍ଚର ଅଧା, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଅହମଦାବାଦ, ୨୦।୪ : ଗୁଜୁରାଟ ହାଇକୋର୍ଟ ଏକ ନିଆରା ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଯୁବତୀଙ୍କୁ ସାଙ୍ଗରେ ନେଇ ଫେରାର ହୋଇ ଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ପୋଲିସକୁ ସାତ ମାସ ସମୟ ଲାଗିଥିଲା। ଏହି ଅବଧି ମଧ୍ୟରେ, ସରକାରୀ ରାଜକୋଷରୁ ଖର୍ଚ୍ଚ ହୋଇଥିବା ଟଙ୍କାର ଅଧାକୁ ବର୍ତ୍ତମାନ ସେହି ବ୍ୟକ୍ତିଙ୍କୁ ପୈଠ କରିବାକୁ ପଡ଼ିବ ବୋଲି ହାଇ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।

ରାଘଭାଇ ପାରମାର ନାମକ ୨୦ ବର୍ଷ ବୟସ୍କ ବିବାହିତ ବ୍ୟକ୍ତି ୨୦୨୧ ମେ’ରେ ରାଜକୋଟ ସହରର ଜଣେ ୨୦ ବର୍ଷ ବୟସ୍କା ଯୁବତୀଙ୍କୁ ବିବାହ କରିଥିଲେ। ଏନେଇ ଯୁବତୀଙ୍କ ପିତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୋଲିସ ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ। ସାତ ମାସ ପରେ, ଯେତେବେଳେ ସେମାନଙ୍କୁ ଚିହ୍ନଟ କରାଯାଇଥିଲା। ଯୁବତୀ ଜଣଙ୍କ ନିଜର ମାତାପିତାଙ୍କ ନିକଟକୁ ଫେରି ଆସିଥିଲା। ହାଇକୋର୍ଟ ଜାଣିବାକୁ ପାଇଥିଲେ ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ ପୂର୍ବରୁ ବିବାହ କରି ସାରିଛନ୍ତି।

ରାଜକୋଟ ପୋଲିସ କୋର୍ଟକୁ ସୂଚନା ଦେଇଥିଲେ ଯେ ସାତ ମାସର ତଦନ୍ତରେ ପୋଲିସ ୧୭,୭୧୦ ଘଣ୍ଟା ଉଭୟଙ୍କୁ ଖୋଜିବାରେ ବିତାଇଛି। ତା’ପରେ ୧୯ ଦିନ ଧରି ଲୋକଙ୍କ ପଚରାଉଚରା ଚାଲିଥିଲା। ଏଥିରେ ମୋଟ ୪୨,୫୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିସହ ହାଇକୋର୍ଟରେ ଶାରୀରିକ ଭାବରେ ଉପସ୍ଥିତ ହେବା ପାଇଁ ପ୍ରାୟ ୭୫,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା।

ଯୁବତୀଙ୍କୁ ଫେରାଇ ଆଣିବା ପାଇଁ ଏଭଳି ମୋଟ ୧,୧୭,୫୦୦ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଯୁବତୀଙ୍କ ପିତା କୋର୍ଟଙ୍କୁ କହିଛନ୍ତି ଯେ ସେ ତାଙ୍କ ଝିଅକୁ ଖୋଜିବା ପାଇଁ ୮.୦୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ଏଥିରେ ସେ ନିଜ ସହ ନେଇଥିବା ଅଳଙ୍କାର ମଧ୍ୟ ରହିଛି।

ଏହି ଖର୍ଚ୍ଚର ଅଧା ପୈଠ କରିବାକୁ ପାରମାରଙ୍କୁ ହାଇକୋର୍ଟ ରେଜିଷ୍ଟ୍ରିରେ ୫୫,୦୦୦ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେ ଦେୟ ଦେବାରେ ବିଫଳ ହୁଅନ୍ତି, ତେବେ ରେଜିଷ୍ଟ୍ରି ଏହାକୁ କୋର୍ଟଙ୍କୁ ସୂଚିତ କରିବେ। ଏହା ପରେ ପାରମାରଙ୍କ ବିରୋଧରେ କୋର୍ଟ ଆଦେଶର ଅବମାନନା କରିଥିବା ନେଇ ପଦକ୍ଷେପ ଗ୍ରହଣ କରାଯିବ।

ପାରମାରଙ୍କ ତରଫରୁ ଏହି ରାଶି ଜମା ହେବା ପରେ ଏହାକୁ ରାଜକୋଟ ସହରର ପୋଲିସ କଲ୍ୟାଣ ପାଣ୍ଠିରେ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ସମ୍ପତ୍ତିକୁ ଜବତ କରିବା ଖବରକୁ ଖଣ୍ଡନ କଲେ ସରକାର, ଫ୍ରାନ୍ସ ଅଦାଲତରୁ ମିଳିନି କୌଣସି ନିର୍ଦ୍ଦେଶ

ନୂଆଦିଲ୍ଲୀ,୮ ।୭: ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତ ସହ ଟିକସ ବିବାଦରେ ଫ୍ରାନ୍ସ କୋର୍ଟ ବ୍ରିଟେନର କେର୍ନ ଏନର୍ଜି ସପକ୍ଷରେ ରାୟ ଦେଇଛନ୍ତି । ବ୍ରିଟେନର...

୩ ମାସ ପରେ ଭାକ୍ସିନ ନେଇପାରିବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୫: ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରଶନ୍‌ (ଏନ୍‌ଇଜିଭିଏସି) ପକ୍ଷରୁ କରୋନା ଭାକ୍ସିନ ଟିକାକରଣ ନେଇ ଦିଆଯାଇଥିବା ପରାମର୍ଶ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

୨୬/୧୧ରେ ନିଜ ଜୀବନକୁ ବାଜି ଲଗାଇ ଅନେକଙ୍କୁ ବଞ୍ଚାଇ ଥିଲେ ମୁମ୍ବାଇର ନୂଆ କମିଶନର

ମୁମ୍ବାଇ,୧୭।୩: ବରିଷ୍ଠ ଆଇପିଏସ୍‌ ଅଫିସର ହେମନ୍ତ ନାଗ୍ରାଲେଙ୍କୁ ବୁଧବାର ମୁମ୍ବାଇ ପୋଲିସ କମିଶନର ପଦରେ ନିଯୁକ୍ତ କରାଯାଇଛି। ମୁମ୍ବାଇ ଉପରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ...

ଘରୋଇ ହସ୍ପିଟାଲରେ ମାଗଣାରେ ହେବ କରୋନା ଚିକିତ୍ସା: ମୁଖ୍ୟମନ୍ତ୍ରୀ

ପଣଜୀ,୧୬।୫: ଗୋଆରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ କିଛି ଦିନ ହେବ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି।...

କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକାରେ ନାହିଁ ପ୍ରିୟଙ୍କାଙ୍କ ନାଁ

ନୂଆଦିଲ୍ଲୀ,୧୪।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଗୁରୁବାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କର ଏକ ତାଲିକା ପ୍ରକାଶ ପାଇଥିଲା। ହେଲେ ଏଥିରେ କଂଗ୍ରେସ...

ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ, ୬ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର…

ଶ୍ରୀନଗର,୧୨।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ଜଣେ ଜେସିଓ ଏବଂ ୪ ଜଣ ଯବାନ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ହୋଇ ଶହୀଦ୍‌ ହୋଇଥିଲେ। ଏହାର ୨୪ ଘଣ୍ଟା...

ୟୁରୋପର ଭ୍ରମ ସୃଷ୍ଟି କରୁଛି ଭାରତର ଏହି ଗାଁ, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ନିକଟରେ କେରଳରେ ଏପରି ଏକ ପାର୍କ ନିର୍ମାଣ କରାଯାଇଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କହୁଛନ୍ତି ଏହା ଆମ ଭାରତ ନା ୟୁରୋପ? ଏହା...

ତୃତୀୟ ନୁହେଁ ମୁଖ୍ୟ ସାମ୍ମୁଖ୍ୟ ଗଢ଼ାହେବ: ନୀତୀଶ

ପାଟନା,୧୨।୧୨: ୨୦୨୪ ଲୋକ ସଭା ନିର୍ବାଚନ ଲାଗି ତୃତୀୟ ସାମ୍ମୁଖ୍ୟ ନୁହେଁ, ମୁଖ୍ୟ ସାମ୍ମୁଖ୍ୟ ଗଢ଼ାହେବ ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ...

Advertisement
Archives

Model This Week