ଭଲ ପାଇ କରିଥିଲେ ବିବାହ: ବାପାଙ୍କ ସହ ମିଶି ସ୍ବାମୀଙ୍କୁ ଛୁରି ଭୁସି ହତ୍ୟା କଲେ ସ୍ତ୍ରୀ

କବିସୂର୍ଯ୍ୟନଗର, ୩ା୬(କୃପାସିନ୍ଧୁ ସ୍ବାଇଁ): ଗୋବିନ୍ଦପୁର ଗ୍ରାମର କାଳିଆ ସେଠୀ ଗତ ୧୩ ବର୍ଷ ତଳେ ପୋଲସରା ଥାନା ଡିମ୍ବିରିଆ ଗ୍ରାମର ମୋଚିରାମ ସେଠୀଙ୍କ ଝିଅ ପୂଜା ସେଠୀଙ୍କୁ ଭଲ ପାଇ ବିବାହ କରିଥିଲେ l କିଛି ଦିନ ଭଲରେ ଚଳିବା ପରେ ଉଭୟଙ୍କ ମଧ୍ୟରେ ଅଶାନ୍ତି ଆରମ୍ଭ ହୋଇଥିଲା। ସ୍ବାମୀ କାମ କରିବାକୁ ଯିବା ପରେ ପୂଜା ଅନ୍ୟ କାହା ସହ ଫୋନରେ ଦୀର୍ଘ ସମୟ ଧରି କଥା ହେଉଥିବା ଜାଣି କାଳିଆ ବାରଣ କରିଥିଲେ। ଏହାକୁ ନେଇ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହୋଇଥିଲା। ଏପରି କି ଦୁଇଥର ବାଲିଛାଇ ଫାଣ୍ଡିରେ ଘଟଣା ପହଞ୍ଚତ୍ ସମାଧାନ ମଧ୍ୟ ହୋଇଥିଲା। ତଥାପି କଥା ସେତିକିରେ ସରି ନ ଥିଲା। ସ୍ବାମୀଙ୍କୁ ଜୀବନରୁ ମାରିଦେବାକୁ ଚିନ୍ତା କରିଥିଲେ ସ୍ତ୍ରୀ ଏବଂ ଶ୍ୱଶୁର। ଶେଷରେ କାଳିଆଙ୍କ ସ୍ତ୍ରୀ ପୂଜା ଓ ଶ୍ୱଶୁର ମୋଚିରାମ ପୁଅକୁ ହତ୍ୟା କରିଥିବା ବାପା ଅଭିମନ୍ୟୁ ସେଠୀ କହିଛନ୍ତି।

ଅଭିମନ୍ୟୁଙ୍କ ଅଭିଯୋଗ ଅନୁସାରେ, ଗତ ଫେବୃଆରୀ ମାସରେ ପୂଜା ବାପଘରକୁ ଯାଇ ଆଉ ଶାଶୁଘରକୁ ଫେରି ନ ଥିଲେ। ସେ ବାରମ୍ବାର ଫୋନରେ କାଳିଆଙ୍କୁ ଧମକଚମକ ଦେଉଥିଲେ। ଗତ ରବିବାର ରାତିରେ କାଳିଆ ଘରେ ଶୋଇଥିଲେ। ଘରର କବାଟ ଆଉଜା ହୋଇଥିଲା। ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ପୂଜା ଓ ତାଙ୍କ ବାପା ଆସି ଛୁରିରେ କାଳିଆଙ୍କ ଛାତି ଏବଂ ହାତକୁ ଭୁସି ଫେରାର ହୋଇଯାଇଥିଲେ। ଖବର ପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଛି। ଅଭିମନ୍ୟୁଙ୍କ ଅଭିଯୋଗ ଆଧାରରେ ପୋଲିସ ବିଏନ୍‌ଏସ୍‌ ଦଫା ୧୦୩(ହତ୍ୟା) ର ଏକ ମାମଲା(ନଂ. ୩୯୫/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ବାପା ନିଜ ଝିଅର ସିନ୍ଦୂର ପୋଛିଦେବା ପରି ସ୍ପର୍ଶକାତର ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ମୃତ କାଳିଆଙ୍କ ୧୦ ବର୍ଷର ଏକ ପୁଅ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri