ଭଲ ପାଇ କରିଥିଲେ ବିବାହ: ବାପାଙ୍କ ସହ ମିଶି ସ୍ବାମୀଙ୍କୁ ଛୁରି ଭୁସି ହତ୍ୟା କଲେ ସ୍ତ୍ରୀ

କବିସୂର୍ଯ୍ୟନଗର, ୩ା୬(କୃପାସିନ୍ଧୁ ସ୍ବାଇଁ): ଗୋବିନ୍ଦପୁର ଗ୍ରାମର କାଳିଆ ସେଠୀ ଗତ ୧୩ ବର୍ଷ ତଳେ ପୋଲସରା ଥାନା ଡିମ୍ବିରିଆ ଗ୍ରାମର ମୋଚିରାମ ସେଠୀଙ୍କ ଝିଅ ପୂଜା ସେଠୀଙ୍କୁ ଭଲ ପାଇ ବିବାହ କରିଥିଲେ l କିଛି ଦିନ ଭଲରେ ଚଳିବା ପରେ ଉଭୟଙ୍କ ମଧ୍ୟରେ ଅଶାନ୍ତି ଆରମ୍ଭ ହୋଇଥିଲା। ସ୍ବାମୀ କାମ କରିବାକୁ ଯିବା ପରେ ପୂଜା ଅନ୍ୟ କାହା ସହ ଫୋନରେ ଦୀର୍ଘ ସମୟ ଧରି କଥା ହେଉଥିବା ଜାଣି କାଳିଆ ବାରଣ କରିଥିଲେ। ଏହାକୁ ନେଇ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହୋଇଥିଲା। ଏପରି କି ଦୁଇଥର ବାଲିଛାଇ ଫାଣ୍ଡିରେ ଘଟଣା ପହଞ୍ଚତ୍ ସମାଧାନ ମଧ୍ୟ ହୋଇଥିଲା। ତଥାପି କଥା ସେତିକିରେ ସରି ନ ଥିଲା। ସ୍ବାମୀଙ୍କୁ ଜୀବନରୁ ମାରିଦେବାକୁ ଚିନ୍ତା କରିଥିଲେ ସ୍ତ୍ରୀ ଏବଂ ଶ୍ୱଶୁର। ଶେଷରେ କାଳିଆଙ୍କ ସ୍ତ୍ରୀ ପୂଜା ଓ ଶ୍ୱଶୁର ମୋଚିରାମ ପୁଅକୁ ହତ୍ୟା କରିଥିବା ବାପା ଅଭିମନ୍ୟୁ ସେଠୀ କହିଛନ୍ତି।

ଅଭିମନ୍ୟୁଙ୍କ ଅଭିଯୋଗ ଅନୁସାରେ, ଗତ ଫେବୃଆରୀ ମାସରେ ପୂଜା ବାପଘରକୁ ଯାଇ ଆଉ ଶାଶୁଘରକୁ ଫେରି ନ ଥିଲେ। ସେ ବାରମ୍ବାର ଫୋନରେ କାଳିଆଙ୍କୁ ଧମକଚମକ ଦେଉଥିଲେ। ଗତ ରବିବାର ରାତିରେ କାଳିଆ ଘରେ ଶୋଇଥିଲେ। ଘରର କବାଟ ଆଉଜା ହୋଇଥିଲା। ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ପୂଜା ଓ ତାଙ୍କ ବାପା ଆସି ଛୁରିରେ କାଳିଆଙ୍କ ଛାତି ଏବଂ ହାତକୁ ଭୁସି ଫେରାର ହୋଇଯାଇଥିଲେ। ଖବର ପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଛି। ଅଭିମନ୍ୟୁଙ୍କ ଅଭିଯୋଗ ଆଧାରରେ ପୋଲିସ ବିଏନ୍‌ଏସ୍‌ ଦଫା ୧୦୩(ହତ୍ୟା) ର ଏକ ମାମଲା(ନଂ. ୩୯୫/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ବାପା ନିଜ ଝିଅର ସିନ୍ଦୂର ପୋଛିଦେବା ପରି ସ୍ପର୍ଶକାତର ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ମୃତ କାଳିଆଙ୍କ ୧୦ ବର୍ଷର ଏକ ପୁଅ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ଯୋଗ ଦିବସ

କଟକ,୨୧।୬(ଶିଳ୍ପା ପ୍ରିୟଦର୍ଶିନୀ): ଜୀବନ ତମାମ୍‌ ସୁସ୍ଥ ଶରୀର ଗଠନ କରିବାରେ ଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ଶନିବାର ବିଶ୍ୱ ଯୋଗ ଦିବସ ରହିଥିବାବେଳେ...

ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଦର: ଏବେ…

ଭୁବନେଶ୍ୱର,୨୦ା୬(ସୁଚିସ୍ମିତା ସାହୁ): ଗ୍ରୀଷ୍ମ ଛୁଟି ସରିବା ପରେ ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିଛି। ପ୍ରଥମ ଦିନରୁ ହିଁ ସ୍କୁଲରେ ମଧ୍ୟାହ୍ନଭୋଜନ ମିଳିଛି। ଏପରିସ୍ଥିତିରେ ରାଜ୍ୟ...

ଏମିତି ବି ଆସେ ମୃତ୍ୟୁ: ଚଣ୍ଡିଖୋଲରେ ଛାତିରେ ହେଲା ଯନ୍ତ୍ରଣା, ଜାରକାରେ…

ଧର୍ମଶାଳା, ୨୦। ୬ (ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ନିକଟରେ ଜଣେ ଟ୍ରକ...

ଈଶାନ କିଶାନଙ୍କ ଚମକାଇଲା ଭଳି ନିଷ୍ପତ୍ତି: ଟିମ୍‌ ଇଣ୍ଡିଆ ନୁହେଁ, ଏବେ ଏହି ବିଦେଶୀ ଟିମ୍‌ରୁ ଖେଳିବେ କ୍ରିକେଟ…

ନୂଆଦିଲ୍ଲୀ,୨୦।୬: ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ ଈଶାନ କିଶାନଙ୍କୁ ଏବେ ଟିମ ଇଣ୍ଡିଆରେ ସୁଯୋଗ ମିଳୁନାହିଁ। ସେ ଭାରତ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ ୨୦୨୩ରେ ଖେଳିଥିଲେ।...

ସରପଞ୍ଚ, ଭାଜପା ନେତାଙ୍କୁ ଆକ୍ରମଣ ଘଟଣା, ୪ ଅଟକ

ହିଞ୍ଜିଳିକାଟୁ,୨୦।୬(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପିତଳ ସରପଞ୍ଚ ରାମରାଘବ ପାତ୍ର ଓ ପିତଳ ଭାଜପା ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ ଘଟଣାରେ...

ନଦୀ ପାର ହୋଇ ସ୍କୁଲଗଲେ ଛାତ୍ରୀଛାତ୍ର

ମୋହନା,୨୦ା୫(ମନ୍ମଥ ମିଶ୍ର): ଗ୍ରୀଷ୍ମ ଅବକାଶ ପରେ ସ୍କୁଲ ଖୋଲିବାର ପ୍ରଥମ ଦିନ ଶୁକ୍ରବାର ଛାତ୍ରୀଛାତ୍ରମାନେ ନଦୀ ପାର ହୋଇ ପାଠ ପଢ଼ିବାକୁ ଯାଇଛନ୍ତି। ଗଜପତି ଜିଲା...

ଅପେକ୍ଷାର ହେଲା ଅନ୍ତ: ବୌଦ୍ଧବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ରେଳ ଲାଇନରେ 

ବୌଦ୍ଧ/ହରଭଙ୍ଗା,୨୦ା୬ (ଅଜିତ କୁମାର ବାରିକ/ ନରେନ୍ଦ୍ର କୁମାର ସାହୁ): ବୌଦ୍ଧବାସୀଙ୍କ ଦୀର୍ଘଦିନର ଅପେକ୍ଷା ଅନ୍ତ ହୋଇଛି। ଜିଲାବାସୀଙ୍କ ଦୀର୍ଘବର୍ଷର ଦାବି ପୂରଣ ହୋଇଛି। ଜିଲାବାସୀଙ୍କ ବହୁ...

ଟ୍ରାକ୍ଟର ଚକା ତଳେ ଗଲା ନାବାଳକଙ୍କ ଜୀବନ

ନୂଆପଡ଼ା,୨୦ା୬ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ସାରାବଙ୍ଗ ପଞ୍ଚାୟତ ଲାଞ୍ଜିମାର ଗାଁରେ ଶୁକ୍ରବାର ଟ୍ରାକ୍ଟର ଚକା ତଳେ ଚାପିହୋଇ ୯ ବର୍ଷର ବାଳକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri