୧୬ ବର୍ଷ ବୟସରେ ବିବାହ, ଶାଶୁଘରେ ଘରୋଇ ହିଂସାର ଶିକାର…ପୁଅଙ୍କ ମୃତ୍ୟୁ-ଝିଅଙ୍କ ଆତ୍ମହତ୍ୟା; ବେଶ ସଂଘର୍ଷମୟ ଥିଲା ଆଶାଙ୍କ ଜୀବନ

ମୁମ୍ବାଇ:ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିଜ କଣ୍ଠର ଯାଦୁରେ ସାରା ବିଶ୍ୱକୁ ବାନ୍ଧି ରଖିଥିବା ଏହି ମହାନ ଗାୟିକାଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ଅନେକ ଘାତ-ପ୍ରତିଘାତ ଏବଂ ଦୁଃଖରେ ପରିପୂର୍ଣ୍ଣ ଥିଲା।

୧୯୩୩ ମସିହାରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ ଆଶା। ସେ ପ୍ରସିଦ୍ଧ ଗାୟକ ଦୀନାନାଥ ମଙ୍ଗେଶକରଙ୍କ ଝିଅ ଥିଲେ। ମାତ୍ର ୯ ବର୍ଷ ବୟସରେ ପିତାଙ୍କୁ ହରାଇବା ପରେ ପରିବାରର ସମସ୍ତ ବୋଝ ସେ ଓ ତାଙ୍କ ବଡ଼ ଭଉଣୀ ଲତା ମଙ୍ଗେଶକରଙ୍କ କାନ୍ଧକୁ ଆସିଯାଇଥିଲା। ଅଳ୍ପ ବୟସରୁ ରୋଜଗାର ପାଇଁ ସେ ଗୀତ ଗାଇବା ଆରମ୍ଭ କରିଥିଲେ।

ଆଶାଙ୍କ ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ଥିଲା ତାଙ୍କର ପ୍ରଥମ ବିବାହ। ମାତ୍ର ୧୬ ବର୍ଷ ବୟସରେ ପରିବାର ବିରୋଧରେ ଯାଇ ସେ ନିଜଠାରୁ ୧୫ ବର୍ଷ ବଡ଼ ଗଣପତରାଓ ଭୋସଲେଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ସୁଖ ବେଶୀ ଦିନ ରହି ନ ଥିଲା। ଶ୍ୱଶୁର ଘରେ ସେ ଘରୋଇ ହିଂସାର ଶିକାର ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କୁ ସ୍ବାମୀଙ୍କ ଘର ଛାଡ଼ି ପିଲାମାନଙ୍କ ସହ ବାପଘରକୁ ଫେରିବାକୁ ପଡ଼ିଥିଲା।

ଆଶାଙ୍କ ଜୀବନରେ ଦୁଃଖର ପାହାଡ଼ ସେତେବେଳେ ଭାଙ୍ଗି ପଡ଼ିଥିଲା, ଯେତେବେଳେ ତାଙ୍କ ପିଲାମାନେ ତାଙ୍କୁ ଛାଡ଼ି ଚାଲିଗଲେ। ତାଙ୍କ ବଡ଼ ପୁଅ ହେମନ୍ତ ଭୋସଲେଙ୍କର ୨୦୧୫ରେ କର୍କଟ ରୋଗରେ ମୃତ୍ୟୁ ହୋଇଥିବା ବେଳେ, ଝିଅ ବର୍ଷା ଭୋସଲେ ୨୦୧୨ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ତାଙ୍କୁ ଭିତରୁ ଭାଙ୍ଗି ଦେଇଥିଲେ ମଧ୍ୟ ସେ ନିଜକୁ ସମ୍ଭାଳି କାମ ଜାରି ରଖିଥିଲେ।

ପ୍ରଥମ ବିବାହ ବିଫଳ ହେବାର ପ୍ରାୟ ୨୦ ବର୍ଷ ପରେ ସେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଆର.ଡି. ବର୍ମନ (ପଞ୍ଚମ ଦା)ଙ୍କୁ ବିବାହ କରିଥିଲେ। ସଙ୍ଗୀତ ଦୁନିଆରେ ଏହି ଯୋଡ଼ି ଅନେକ ସୁପରହିଟ ଗୀତ ଭେଟି ଦେଇଥିଲେ। କିନ୍ତୁ ଆର.ଡି. ବର୍ମନଙ୍କ ଅକାଳ ବିୟୋଗ ତାଙ୍କୁ ପୁଣି ଥରେ ଏକା କରିଦେଇଥିଲା।

ଏତେ ସବୁ ଦୁଃଖ, ଅପମାନ ଏବଂ ସଂଘର୍ଷ ସତ୍ତ୍ୱେ ଆଶା ଭୋସଲେ କେବେ ହାର ମାନି ନ ଥିଲେ। ସେ ହଜାର ହଜାର ଗୀତ ଗାଇ ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡରେ ନିଜ ନାମ ସ୍ଥାନିତ କରିବା ସହ ଭାରତୀୟ ସଙ୍ଗୀତର ଏକ ଅମର ସ୍ବର ପାଲଟି ଯାଇଛନ୍ତି। ତାଙ୍କର ଏହି ମହାପ୍ରୟାଣ ସହ ଭାରତୀୟ ସଙ୍ଗୀତର ଏକ ଗୌରବମୟ ଅଧ୍ୟାୟ ଶେଷ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri