୧୭ ବର୍ଷ ମଧ୍ୟରେ କଲେଣି ୬ ଥର ବିବାହ, ଏମିତି କାହାଣୀ ଶୁଣି ପୋଲିସ ଆଶ୍ଚର୍ଯ୍ୟ

ପାଟନା, ୧୮ା୮: ଫିଲ୍ମରେ ଅଭିନେତା ଅନେକ ମହିଳାଙ୍କୁ ବିବାହ କରୁଥିବା ଦେଖିଥିବେ। ମାତ୍ର ବାସ୍ତବରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଏକ କିମ୍ବା ଦୁଇ ନୁହେଁ, ୬ ଥର ବିବାହ କରିଛନ୍ତି। ଏହି ବ୍ୟକ୍ତି ୨୦୦୫ରେ ପ୍ରଥମ ଥର ପାଇଁ ବିବାହ କରିଥିଲେ। ଏହି ୧୭ ବର୍ଷ ମଧ୍ୟରେ ସେ ମଝିରେ ମଝିରେ ବିବାହ କରିଆସୁଥିଲେ। ବର୍ତ୍ତମାନ ସେ ଝାଡ଼ଖଣ୍ଡର ଜଣେ ମହିଳାଙ୍କୁ ବିବାହ କରି ରହୁଛନ୍ତି।

ରିଲ୍‌ ଲାଇଫ୍‌ କାହାଣୀ ଏବେ ରିୟଲ ଲାଇଫ୍‌ରେ ଦେଖିବାକୁ ମିଳିଛି। ତାଙ୍କର ପ୍ରଥମ ସ୍ତ୍ରୀ ଉକ୍ତ ବ୍ୟକ୍ତିଙ୍କ ଏପରି ବିବାହ ବିଷୟରେ ପ୍ରକାଶ କରିଛନ୍ତି। ପ୍ରକୃତରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଅତି ନିର୍ମମ ଭାବେ ପିଟି ଫିଙ୍ଗି ଦେଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ପୀଡ଼ିତା କାନ୍ଦି କାନ୍ଦି ତାଙ୍କ କାହାଣୀ କହିଥିଲେ। ଏହା ସହିତ ସ୍ବାମୀ ୬ଟି ବିବାହ କରିବା ବିଷୟରେ ସୂଚନା ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ମହିଳାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପାଟଣା ବାସିନ୍ଦା ରୁବି କୁମାରୀ ଅଭିଯୋଗ କରିଛନ୍ତି ଯେ, ୨୦୦୫ରେ ସେ ଚେରିୟା ବରୀପୁର ବ୍ଲକର ହରିଶଙ୍କର ଗୋପଙ୍କ ପୁଅ ରଞ୍ଜନ କୁମାରଙ୍କୁ ବିବାହ କରିଥିଲେ। ବିବାହ ପରେ ରଞ୍ଜନ କୁମାର ଏବଂ ରୁବିଙ୍କର ମଧ୍ୟ ଦୁଇଟି ସନ୍ତାନ ଥିଲେ। ରୁବି ଅଭିଯୋଗ କରିଛନ୍ତି, ରଞ୍ଜନଙ୍କର ପିଲାଳିଆମି ଏବଂ ରସିକ ମନୋଭାବ ଯୋଗୁ ସେ ଅନ୍ୟ ମହିଳାମାନଙ୍କୁ ଫସାଉଥିଲେ।

ରୁବି ଅଭିଯୋଗ କରିଛନ୍ତି, ରଞ୍ଜନ ଦିଲ୍ଲୀର ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ଏହା ପରେ ରଞ୍ଜନ ତୃତୀୟ ଥର ପାଇଁ ମନେରର ଜଣେ ମହିଳାଙ୍କୁ ବିବାହ କରିଥିଲେ। ରୁବି ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ରଞ୍ଜନ କୁମାର ଏଥିରେ ସନ୍ତୁଷ୍ଟ ନ ଥିଲେ, ସେତେବେଳେ ସେ ଝାଡ଼ଖଣ୍ଡର ୩ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କୁ ବିବାହ କରିଥିଲେ। ରଞ୍ଜନ ଝାଡ଼ଖଣ୍ଡର ଜଣେ ମହିଳାଙ୍କ ସହ ଚେରିଆ ବାରିପୁରରେ ତାଙ୍କ ପୈତୃକ ବାସଭବନରେ ରହୁଛନ୍ତି। ତାଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି। ରୁବି ଏହାକୁ ବିରୋଧ କରିଥିଲେ, ସେତେବେଳେ ରଞ୍ଜନ ରୁବିଙ୍କୁ ନିର୍ମମ ଭାବରେ ପିଟିଥିଲେ। ବର୍ତ୍ତମାନ ରୁବି ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନ୍ୟାୟ ପାଇଁ ସେ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏହାର ତଦନ୍ତ କରିବାକୁ କହିଛି। ବର୍ତ୍ତମାନ ଅନୁସନ୍ଧାନ ପରେ ହିଁ ରୁବିଙ୍କ ଅଭିଯୋଗ ସତ କି ମିଥ୍ୟା ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

ଇବୋଲା ବିପଦକୁ ଦେଖି ସ୍ଥଗିତ ରହିଲା ଭାରତ-ଆଫ୍ରିକା ସମ୍ମିଳନୀ, ଦିଲ୍ଲୀରେ ଥିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୧।୫: ଆଫ୍ରିକାର କିଛି ଅଂଶରେ ଇବୋଲା ଭାଇରସର ବୃଦ୍ଧି ପାଉଥିବା ପ୍ରକୋପକୁ ଦୃଷ୍ଟିରେ ରଖି, ଭାରତ ଏବଂ ଆଫ୍ରିକୀୟ ସଂଘ ମଧ୍ୟରେ ସ୍ଥିର ହୋଇଥିବା ଶିଖର ସମ୍ମିଳନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri