ବିବାହ ବାତିଲ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ଓ୍ବେଲିଂଟନ୍‌, ୨୪ା୧: ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡରେ ନୂଆ କଟକଣା ଲାଗୁ ହୋଇଥିବାବେଳେ ଏହାକୁ କଡ଼ାକଡ଼ି ପାଳନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ। କୋଭିଡ୍‌ ପ୍ରକୋପ କମି ନ ଥିବାରୁ ସେ ନିଜ ବିବାହକୁ ଦ୍ୱିତୀୟ ଥର ପାଇଁ ବାତିଲ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶବାସୀ ଅସୁବିଧାରେ ପଡ଼ିଛନ୍ତି। କଟକଣା ଲାଗୁ ହୋଇଥିବାରୁ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡ଼ୁଛି। ଏପରି ସମୟରେ ସେ ଲୋକଙ୍କ ସାଙ୍ଗରେ ଅଛନ୍ତି ବୋଲି ୪୧ ବର୍ଷୀୟା ଜେସିଣ୍ଡା କହିବା ସହ ନିଜ ବିବାହକୁ ବାତିଲ କରୁଥିବା ରବିବାର ଘୋଷଣା କରିଛନ୍ତି। ତେବେ କେଉଁଦିନ ତାଙ୍କ ବାହାଘର ହେବାକୁ ସ୍ଥିର ହୋଇଥିଲା ସେ ନେଇ ଜେସିଣ୍ଡା କିଛି ସୂଚନା ଦେଇନାହାନ୍ତି। ଜେସିଣ୍ଡା ୨୦୧୯ରେ ତାଙ୍କ ଦୀର୍ଘ ଦିନର ପୁରୁଷ ବନ୍ଧୁ ତଥା ଟିଭି ହୋଷ୍ଟ କ୍ଲର୍କ ଗେଫୋର୍ଡଙ୍କ ସହ ନିର୍ବନ୍ଧ କରିଥିଲେ। ୨୦୨୧ରେ ଉଭୟଙ୍କ ବିବାହ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଜେସିଣ୍ଡା ଏହାକୁ ବାତିଲ କରିଥିଲେ। ଉଭୟଙ୍କର ଜଣେ ୨ ବର୍ଷର ଝିଅ ଅଛନ୍ତି। ୪୪ ବର୍ଷୀୟ ଗେଫୋର୍ଡ ଏକ ଟିଭିରେ ଫିସିଂ ଡକ୍ୟୁମେଣ୍ଟାରି କରୁଥିବାବେଳେ ରେଡିଓରେ ମଧ୍ୟ ସେ କାର୍ଯ୍ୟରତ। ତାଙ୍କ ଡକ୍ୟୁମେଣ୍ଟାରି ଶୋ ଫିସ୍‌ ଅଫ୍‌ ଦ ଡେ ନ୍ୟାଶନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ପ୍ରସାରିତ ହେଉଛି। ନିର୍ବାଚିତ ହୋଇ ଶାସନରେ ଥିବାବେଳେ ସନ୍ତାନ ପ୍ରସବ କରିବାରେ ଜେସିଣ୍ଡା ହେଉଛନ୍ତି ବିଶ୍ୱର ଦ୍ୱିତୀୟ ନେତ୍ରୀ। ପ୍ରଥମେ ୧୯୯୦ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ କ୍ଷମତାରେ ଥିବାବେଳେ ମା’ ହୋଇଥିଲେ। କୋଭିଡ୍‌ ସଂକ୍ରମଣକୁ ସଫଳତାର ସହ ମୁକାବିଲା କରିପାରିଥିବାରୁ ୨୦୨୦ ଅକ୍ଟୋବରରେ ଜେସିଣ୍ଡା ବହୁମତ ପାଇ ପୁଣି ଶାସନକୁ ଫେରିଥିଲେ।
ନ୍ୟୁଜିଲାଣ୍ଡରେ କୌଣସି ଉତ୍ସବ ବା ସମାରୋହରେ ଟିକା ନେଇଥିଲେ ବି ଶହେରୁ ଊର୍ଦ୍ଧ୍ୱ ଲୋକ ସାମିଲ ହେବା ଉପରେ କଟକଣା ରହିଛି। ଦେଶରେ ୧୨ ବର୍ଷ ବୟସରୁ ଊର୍ଦ୍ଧ୍ୱ ପ୍ରାୟ ୯୪ ପ୍ରତିଶତ ଲୋକଙ୍କ ଟିକାକରଣ ସମ୍ପୂର୍ଣ୍ଣ ହୋଇସାରିଛି। ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ୫୬ ପ୍ରତିଶତ ବୁଷ୍ଟର ଡୋଜ୍‌ ନେଇସାରିଛନ୍ତି। ମହାମାରୀ ଆରମ୍ଭ ହେବାଠାରୁ ନ୍ୟୁଜିଲାଣ୍ଡରେ ୧୫,୧୦୪ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୨ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଆଉ ମାଉଣ୍ଟ ଏଭରେଷ୍ଟ ନୁହେଁ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ!

ସ୍କୁଲ ବହିରୁ ପଢି ଆସିଥିରେ ପୃଥିବୀର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ। କିନ୍ତୁ ଏହା ସଂପୁର୍ଣ୍ଣ ଭୁଲ। ସଦ୍ୟତମ ଗବେଷଣା ଅନୁସାରେ ଏହି ତଥ୍ୟକୁ...

ହିଂସାକାଣ୍ଡ ଭିଆଇଥିବା ଇମ୍ରାନ ସମର୍ଥକଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ପାକିସ୍ତାନୀ ସେନା…

ଇସଲାମାବାଦ,୧୬।୫ : ନିକଟରେ ରାୱଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ସମେତ ସାମରିକ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ବ୍ୟକ୍ତି...

ଜୀବନ ଯୁଦ୍ଧରେ ହାରିଗଲେ କରୋନା ସହ ଲଢୁଥିବା ୪୫ ଡାକ୍ତର

ରୋମ,୨୮।୩: କରୋନା ମହାମାରୀ ଏବେ ଇଟାଲୀରେ କାୟା ବିସ୍ତାର କରିଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ଇଟାଲୀରେ ଏବେ ମୃତକଙ୍କ...

ଯୁଦ୍ଧ ଏଡ଼ାଇବାରେ ପାଶ୍ଚାତ୍ୟ ବିଫଳ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୨୫ା୨: ଯାହା ଆଶଙ୍କା କରାଯାଉଥିଲା ତାହା ହେଲା। ଆମେରିକାର ଚେତାବନୀ ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ତାଗିଦକୁ ଭ୍ରୂକ୍ଷେପ ନ କରି ଗୁରୁବାର ୟୁକ୍ରେନ୍‌ ଉପରେ ବଡ଼...

୨୦୨୩ରେ ୨୮ ଅହମ୍ମଦିଆ ଉପାସନାସ୍ଥଳରେ ହୋଇଛି ଭଙ୍ଗାରୁଜା: ପାକିସ୍ତାନ ସ୍ଥିତି ନେଇ ଜାତିସଂଘର ଚିନ୍ତା…

ଜେନେଭା,୧୨।୯ : ଚଳିତ ୨୦୨୩ ମସିହାରେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଅହମ୍ମଦିଆ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୮ଟି ଉପାସନା ସ୍ଥଳ ଉପରେ ମୌଳବାଦୀ ଇସଲାମୀୟମାନଙ୍କ ଦ୍ୱାରା ଆକ୍ରମଣ...

ଫରାସୀ ପ୍ରତିରକ୍ଷା କମ୍ପାନୀ ସଫ୍ରାନ ଭାରତରେ ୪ଗୁଣ ଅଧିକ କର୍ମଚାରୀଙ୍କୁ କରିବ ନିୟୋଜନ

ପ୍ୟାରସ୍‌,୨୧।୬: ପ୍ରତିରକ୍ଷା ପ୍ରଣାଳୀ ଏବଂ ବିଭିନ୍ନ ଏରୋସ୍ପେସ୍‌ର ପ୍ରମୁଖ ଯୋଗାଣକାରୀ ଫରାସୀ ବହୁ ରାଷ୍ଟ୍ରୀୟ କମ୍ପାନୀ ସଫ୍ରାନ ଭାରତର ଅଭିବୃଦ୍ଧିକୁ ନେଇ ଏଏନ୍‌ଆଇ ଆଗରେ ଆଲୋକପାତ...

ଅଙ୍ଗଦାନ ପାଇଁ ସଚେତନତା: ୪ ଶହ ଦିନରେ ୪୩ ଦେଶ ଯାତ୍ରା କରି ଭେଟିଲେଣି ୭୩ ହଜାର ଲୋକଙ୍କୁ

ଓ୍ବାଶିଂଟନ,୧୯।୧: ଅଙ୍ଗଦାନ ନେଇ ସଚେତନତା ସୃଷ୍ଟି ପାଇଁ ଆମେରିକାରେ ବାସ କରୁଥିବା ଜଣେ ଭାରତୀୟ ନିଜର ପ୍ରୟାସ ଅବ୍ୟାହତ ରଖିଛନ୍ତି। ଅନୀଲ ଶ୍ରୀବାସ୍ତବ ଏବଂ ତାଙ୍କ...

ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କଲା ଆମେରିକା

ୱାଶିଂଟନ,୧୩ ।୨: ଆମେରିକା ଆକାଶରେ ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟ ମିଳିଥିବା ସୂଚନା ରହିଛି । ରବିବାର ଆମେରିକା ଏହି ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରିଦେଇଛି...

Advertisement
Archives

Model This Week