ବିବାହ ବାତିଲ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ଓ୍ବେଲିଂଟନ୍‌, ୨୪ା୧: ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡରେ ନୂଆ କଟକଣା ଲାଗୁ ହୋଇଥିବାବେଳେ ଏହାକୁ କଡ଼ାକଡ଼ି ପାଳନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ। କୋଭିଡ୍‌ ପ୍ରକୋପ କମି ନ ଥିବାରୁ ସେ ନିଜ ବିବାହକୁ ଦ୍ୱିତୀୟ ଥର ପାଇଁ ବାତିଲ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶବାସୀ ଅସୁବିଧାରେ ପଡ଼ିଛନ୍ତି। କଟକଣା ଲାଗୁ ହୋଇଥିବାରୁ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡ଼ୁଛି। ଏପରି ସମୟରେ ସେ ଲୋକଙ୍କ ସାଙ୍ଗରେ ଅଛନ୍ତି ବୋଲି ୪୧ ବର୍ଷୀୟା ଜେସିଣ୍ଡା କହିବା ସହ ନିଜ ବିବାହକୁ ବାତିଲ କରୁଥିବା ରବିବାର ଘୋଷଣା କରିଛନ୍ତି। ତେବେ କେଉଁଦିନ ତାଙ୍କ ବାହାଘର ହେବାକୁ ସ୍ଥିର ହୋଇଥିଲା ସେ ନେଇ ଜେସିଣ୍ଡା କିଛି ସୂଚନା ଦେଇନାହାନ୍ତି। ଜେସିଣ୍ଡା ୨୦୧୯ରେ ତାଙ୍କ ଦୀର୍ଘ ଦିନର ପୁରୁଷ ବନ୍ଧୁ ତଥା ଟିଭି ହୋଷ୍ଟ କ୍ଲର୍କ ଗେଫୋର୍ଡଙ୍କ ସହ ନିର୍ବନ୍ଧ କରିଥିଲେ। ୨୦୨୧ରେ ଉଭୟଙ୍କ ବିବାହ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଜେସିଣ୍ଡା ଏହାକୁ ବାତିଲ କରିଥିଲେ। ଉଭୟଙ୍କର ଜଣେ ୨ ବର୍ଷର ଝିଅ ଅଛନ୍ତି। ୪୪ ବର୍ଷୀୟ ଗେଫୋର୍ଡ ଏକ ଟିଭିରେ ଫିସିଂ ଡକ୍ୟୁମେଣ୍ଟାରି କରୁଥିବାବେଳେ ରେଡିଓରେ ମଧ୍ୟ ସେ କାର୍ଯ୍ୟରତ। ତାଙ୍କ ଡକ୍ୟୁମେଣ୍ଟାରି ଶୋ ଫିସ୍‌ ଅଫ୍‌ ଦ ଡେ ନ୍ୟାଶନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ପ୍ରସାରିତ ହେଉଛି। ନିର୍ବାଚିତ ହୋଇ ଶାସନରେ ଥିବାବେଳେ ସନ୍ତାନ ପ୍ରସବ କରିବାରେ ଜେସିଣ୍ଡା ହେଉଛନ୍ତି ବିଶ୍ୱର ଦ୍ୱିତୀୟ ନେତ୍ରୀ। ପ୍ରଥମେ ୧୯୯୦ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ କ୍ଷମତାରେ ଥିବାବେଳେ ମା’ ହୋଇଥିଲେ। କୋଭିଡ୍‌ ସଂକ୍ରମଣକୁ ସଫଳତାର ସହ ମୁକାବିଲା କରିପାରିଥିବାରୁ ୨୦୨୦ ଅକ୍ଟୋବରରେ ଜେସିଣ୍ଡା ବହୁମତ ପାଇ ପୁଣି ଶାସନକୁ ଫେରିଥିଲେ।
ନ୍ୟୁଜିଲାଣ୍ଡରେ କୌଣସି ଉତ୍ସବ ବା ସମାରୋହରେ ଟିକା ନେଇଥିଲେ ବି ଶହେରୁ ଊର୍ଦ୍ଧ୍ୱ ଲୋକ ସାମିଲ ହେବା ଉପରେ କଟକଣା ରହିଛି। ଦେଶରେ ୧୨ ବର୍ଷ ବୟସରୁ ଊର୍ଦ୍ଧ୍ୱ ପ୍ରାୟ ୯୪ ପ୍ରତିଶତ ଲୋକଙ୍କ ଟିକାକରଣ ସମ୍ପୂର୍ଣ୍ଣ ହୋଇସାରିଛି। ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ୫୬ ପ୍ରତିଶତ ବୁଷ୍ଟର ଡୋଜ୍‌ ନେଇସାରିଛନ୍ତି। ମହାମାରୀ ଆରମ୍ଭ ହେବାଠାରୁ ନ୍ୟୁଜିଲାଣ୍ଡରେ ୧୫,୧୦୪ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୨ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri