ଅଭିନୟରେ ବିବାହ ପ୍ରତିବନ୍ଧକ ନୁହେଁ

ପ୍ରଶ୍ନ- ଅଭିନୟର ପ୍ରଥମ ସୁଯୋଗ କେମିତି ମିଳିଥିଲା?
ଉତ୍ତର- ମୋ ମା’ ସଞ୍ଜୁକ୍ତା କର ଜଣେ ଅଭିନେତ୍ରୀ। ତେଣୁ ସେ ହିଁ ମୋତେ ଏ କ୍ଷେତ୍ରକୁ ଆସିବାରେ ସାହାଯ୍ୟ କରିଥିଲେ। ଛୋଟବେଳୁ ଅଭିନୟ କରିବା ଆରମ୍ଭ କରି ଦେଇଥିଲି। ବଡ଼ ହେବା ପରେ ପ୍ରଥମେ ଫିଲ୍ମ ଓ ପରେ ଧାରାବାହିକକୁ ଆସିଲି।
ପ୍ରଶ୍ନ- ଫିଲ୍ମରୁ କାହିଁକି ଦୂରେଇ ଗଲେ?
ଉତ୍ତର- ମାସେ/ ଦୁଇମାସ ଭିତରେ ଫିଲ୍ମ ଶୁଟିଂ ସରିଯାଏ, ମାତ୍ର ଧାରାବାହିକର ସେପରି କିଛି ନିର୍ଦ୍ଦିଷ୍ଟ ସମୟ ନ ଥାଏ। ଧାରାବାହିକରେ ଅଭିନୟ କରିବା ଏକ ଲମ୍ବା ଯାତ୍ରା। ଫିଲ୍ମ ଦେଖନ୍ତୁ ବା ନ ଦେଖନ୍ତୁ ମାତ୍ର ଅଧିକାଂଶ ଲୋକ ଧାରାବାହିକ ଦେଖିବାକୁ ପସନ୍ଦ କରନ୍ତି। ଏହା ସାହାଯ୍ୟରେ ମୁଁ ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚତ୍ବାର ସୁଯୋଗ ପାଇଛି। ଲୋକମାନେ ମତେ ଧାରାବାହିକରେ ବେଶି ପସନ୍ଦ କଲେ, ତେଣୁ ଏଥିରେ ହିଁ ରହିଗଲି।
ପ୍ରଶ୍ନ- ଫିଲ୍ମ ଓ ଧାରାବାହିକ ଅଭିନୟରେ ପାର୍ଥକ୍ୟ କ’ଣ?
ଉତ୍ତର- ଦୁଇଟି ଯାକ କାମରେ ବହୁତ ଫରକ ରହିଛି। ଫିଲ୍ମରେ ଜଣେ ଆରାମରେ କାମ କରିପାରିବ, ମାତ୍ର ଧାରାବାହିକରେ ବେଳେବେଳେ ୨୪ଘଣ୍ଟା କାମ କରିବାକୁ ପଡ଼େ। ଧାରାବାହିକର ଲୋକପ୍ରିୟତାକୁ ଦେଖି ଏହାର ଏପିସୋଡ୍‌ ବଢ଼ାଯାଏ। ଫଳରେ ଏଥିରେ ଅଧିକ ସମୟ ଦେବାକୁ ପଡ଼େ। ବେଳେବେଳେ ଆମକୁ ୩/୪ ବର୍ଷ ଲଗାତର କାମ କରିବାକୁ ପଡ଼େ।
ପ୍ରଶ୍ନ- ଧାରାବାହିକ ଦୁର୍ଗା ଓ ଅର୍ପିତାଙ୍କ ମଧ୍ୟରେ କ’ଣ ଫରକ ରହିଛି?
ଉତ୍ତର- ସେମିତି କିଛି ଫରକ ନାହିଁ। ଅଭିନୟରେ ମୁଁ ଜଣେ ଶାନ୍ତ, ସରଳ, ସଂସ୍କାରୀ ଓ ଅନ୍ୟାୟକୁ ପ୍ରତିରୋଧ କରି ପାରୁଥିବା ବୋହୂ ଭାବରେ ଦର୍ଶକଙ୍କ ସମ୍ମୁଖକୁ ଆସୁଥିଲି। ଏଥିରେ ସବୁବେଳେ ଶାଢ଼ି ପିନ୍ଧିକି ରୁହେ। ମାତ୍ର ବାସ୍ତବରେ ମୁଁ ଶାଢ଼ିଠାରୁ ବହୁ ଦୂରରେ। ଗତ ୫/୭ବର୍ଷ ହେବ ସବୁଦିନ ଶାଢି ପିନ୍ଧି ପିନ୍ଧି ମୁଁ ବୋର୍‌ ହୋଇଯାଇଛି। କେବଳ ଶାଢ଼ିକୁ ଛାଡ଼ିଦେଲେ ବାକି ସବୁ ସମାନ୍‌। ଜିନ୍ସ ଆଉ କାଜୁଆଲ୍‌ ଟି ଶାର୍ଟ ପିନ୍ଧିବାକୁ ମତେ ଭଲ ଲାଗେ। ଅନ୍ୟାୟର ପ୍ରତିବାଦ କରିବା, ବିରୋଧ କରିବା ମୋ ରକ୍ତରେ ଅଛି।
ପ୍ରଶ୍ନ- ଏବେ ଅଧିକାଂଶ ଧାରାବାହିକରେ ସିକ୍ୱେଲ ଚାଲିଛି। ଲୋକଙ୍କୁ ମନୋରଞ୍ଜନ ଯୋଗାଇବାରେ ଏହା କେତେଦୂର ସଫଳ ହେଉଛି ବୋଲି ଭାବୁଛନ୍ତି?
ଉତ୍ତର- ମୋ ମତରେ ଧାରାବାହିକକୁ ଏପରି ନ ଲମ୍ବାଇ ମୁଖ୍ୟ ଅଭିନେତା ବା ଅଭିନେତ୍ରୀ ପାଖରେ କାହାଣୀକୁ ସାରି ଦେବା ଉଚିତ। ନୂଆ କାହାଣୀ ଆସିଲେ ଲୋକମାନେ ଦେଖିବାକୁ ବେଶି ଆଗ୍ରହ ପ୍ରକାଶ କରନ୍ତି। ମାତ୍ର କାହାଣୀକୁ ପିଢ଼ି ପରେ ପିଢ଼ି ଲମ୍ବାଇ ଦେବାରୁ ତାହା ବୋରିଂ ହୋଇଯାଉଛି। ‘ଦୁର୍ଗା’ରେ ବି ସେପରି ହୋଇଥିଲା। ଦୁର୍ଗା ମରିଯିବା ପରେ ତା’ ଝିଅ ଓ ପରେ ଝିଅର ଝିଅକୁ ନେଇ କାହାଣୀ ଗତିଶୀଳ ହୋଇଥିଲା। ଫଳରେ ପରୋକ୍ଷ ଭାବେ କହିକି ସେ ଧାରାବାହିକରୁ ମୁଁ ଦୂରେଇବାକୁ ଚେଷ୍ଟା କରିଥିଲି। ଏବେ ଲୋକମାନେ ଶର୍ଟ ଷ୍ଟୋରି ଦେଖିବାକୁ ପସନ୍ଦ କରୁଛନ୍ତି। ତେଣୁ ଆମକୁ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ।
ପ୍ରଶ୍ନ- ଜଣେ ଅଭିନେତ୍ରୀ ଭାବେ ବିବାହ ପରେ କାମ ମିଳିବା କମ୍‌ ହୋଇଯାଏ ବୋଲି ଧାରଣା ରହିଛି। କ’ଣ କହିବେ?
ଉତ୍ତର- ଯଦି ଆମେ ନିଜେ ଠିକ୍‌ ଅଛୁ, ତେବେ ଜୀବନରେ ଆଗକୁ ବଢ଼ିବାରେ କିଛି ବି ସମସ୍ୟା ସୃଷ୍ଟି କରିବ ନାହିଁ। ମୋ ମତରେ ବିବାହ ଅଭିନୟରେ ପ୍ରତିବନ୍ଧକ ନୁହେଁ। ଯଦି ଅନ୍ୟ ପ୍ରଫେଶନଗୁଡିକରେ ବିବାହିତାଙ୍କୁ ସୁଯୋଗ ମିଳୁଛି ତେବେ ଅଭିନୟରେ କାହିଁକି ମିଳିବନି। ଏଥିପାଇଁ ନିଜକୁ ପ୍ରସ୍ତୁତ ହେବାକୁ ପଡ଼ିବ।
ପ୍ରଶ୍ନ- ବାନ୍ଧବୀରୁ ସ୍ତ୍ରୀ ହେବାର ଅନୁଭୂତି କିପରି ରହିଥିଲା?
ଉତ୍ତର- ସତ କଥା ହେଲା ଆମେ ‘କଥା ତ ଏତିକି’ ଧାରାବାହିକରେ ଅଭିନୟ କରୁଥିଲୁ। ସେହିଠାରୁ ଆମର ଚିହ୍ନା ହୋଇଥିଲା। ଧାରାବାହିକ ସରିବା ପରେ ପ୍ରାୟ ୨ବର୍ଷ ପରେ ଆମର ହଠାତ୍‌ ଦେଖାହେଲା। ଆମ ଘର ପାଖରେ ତାଙ୍କ ଘର। ଧୀରେଧୀରେ ଆମ ଭିତରେ ବନ୍ଧୁତା ସୃଷ୍ଟି ହୋଇଥିଲା। ପରେ ମୋ ଶାଶୁ ଯାଇକି ଆମ ଘରେ ବାହାଘର ପ୍ରସ୍ତାବ ପକାଇଦେଲେ। ସମସ୍ତଙ୍କ ସହମତିରେ ଶେଷରେ ବନ୍ଧୁରୁ ଜୀବନସାଥୀ ହୋଇଗଲୁ।
ପ୍ରଶ୍ନ- ଫିଟ୍‌ ରହିବାକୁ କ’ଣ କରନ୍ତି?
ଉତ୍ତର- ଛୋଟବେଳୁ ଏକ୍ସରସାଇଜ୍‌ କରେ। ଡ୍ୟାନ୍ସ ପ୍ରାକ୍ଟିସ୍‌ ବି ବହୁତ କରେ। ହେଲେ ମୋର ଖାଇବା କଣ୍ଟ୍ରୋଲ ହୁଏନି।
ପ୍ରଶ୍ନ- ଡ୍ରିମ୍‌ ରୋଲ୍‌ କ’ଣ ଅଛି?
ଉତ୍ତର- ମହିଳା ସଶକ୍ତୀକରଣ ଉପରେ ଧାରାବାହିକ ‘ଦୁର୍ଗା’ କରିଥିଲି। ସେଇଟା ମୋର ଡ୍ରିମ୍‌ ରୋଲ୍‌ ଥିଲା। ଦୁର୍ଗା ପରେ ‘ମହାଦେବୀ’ କଲି। ଏବେ ମତେ ବେଶି ଠାକୁରଙ୍କ ରୋଲ୍‌ କରିବାକୁ ଅଫର୍‌ ଆସୁଛି। ଓଡ଼ିଶାରେ ମତେ ଠାକୁର ବୋଲି ଭାବି ଦେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri