ଅଭିନୟରେ ବିବାହ ପ୍ରତିବନ୍ଧକ ନୁହେଁ

ପ୍ରଶ୍ନ- ଅଭିନୟର ପ୍ରଥମ ସୁଯୋଗ କେମିତି ମିଳିଥିଲା?
ଉତ୍ତର- ମୋ ମା’ ସଞ୍ଜୁକ୍ତା କର ଜଣେ ଅଭିନେତ୍ରୀ। ତେଣୁ ସେ ହିଁ ମୋତେ ଏ କ୍ଷେତ୍ରକୁ ଆସିବାରେ ସାହାଯ୍ୟ କରିଥିଲେ। ଛୋଟବେଳୁ ଅଭିନୟ କରିବା ଆରମ୍ଭ କରି ଦେଇଥିଲି। ବଡ଼ ହେବା ପରେ ପ୍ରଥମେ ଫିଲ୍ମ ଓ ପରେ ଧାରାବାହିକକୁ ଆସିଲି।
ପ୍ରଶ୍ନ- ଫିଲ୍ମରୁ କାହିଁକି ଦୂରେଇ ଗଲେ?
ଉତ୍ତର- ମାସେ/ ଦୁଇମାସ ଭିତରେ ଫିଲ୍ମ ଶୁଟିଂ ସରିଯାଏ, ମାତ୍ର ଧାରାବାହିକର ସେପରି କିଛି ନିର୍ଦ୍ଦିଷ୍ଟ ସମୟ ନ ଥାଏ। ଧାରାବାହିକରେ ଅଭିନୟ କରିବା ଏକ ଲମ୍ବା ଯାତ୍ରା। ଫିଲ୍ମ ଦେଖନ୍ତୁ ବା ନ ଦେଖନ୍ତୁ ମାତ୍ର ଅଧିକାଂଶ ଲୋକ ଧାରାବାହିକ ଦେଖିବାକୁ ପସନ୍ଦ କରନ୍ତି। ଏହା ସାହାଯ୍ୟରେ ମୁଁ ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚତ୍ବାର ସୁଯୋଗ ପାଇଛି। ଲୋକମାନେ ମତେ ଧାରାବାହିକରେ ବେଶି ପସନ୍ଦ କଲେ, ତେଣୁ ଏଥିରେ ହିଁ ରହିଗଲି।
ପ୍ରଶ୍ନ- ଫିଲ୍ମ ଓ ଧାରାବାହିକ ଅଭିନୟରେ ପାର୍ଥକ୍ୟ କ’ଣ?
ଉତ୍ତର- ଦୁଇଟି ଯାକ କାମରେ ବହୁତ ଫରକ ରହିଛି। ଫିଲ୍ମରେ ଜଣେ ଆରାମରେ କାମ କରିପାରିବ, ମାତ୍ର ଧାରାବାହିକରେ ବେଳେବେଳେ ୨୪ଘଣ୍ଟା କାମ କରିବାକୁ ପଡ଼େ। ଧାରାବାହିକର ଲୋକପ୍ରିୟତାକୁ ଦେଖି ଏହାର ଏପିସୋଡ୍‌ ବଢ଼ାଯାଏ। ଫଳରେ ଏଥିରେ ଅଧିକ ସମୟ ଦେବାକୁ ପଡ଼େ। ବେଳେବେଳେ ଆମକୁ ୩/୪ ବର୍ଷ ଲଗାତର କାମ କରିବାକୁ ପଡ଼େ।
ପ୍ରଶ୍ନ- ଧାରାବାହିକ ଦୁର୍ଗା ଓ ଅର୍ପିତାଙ୍କ ମଧ୍ୟରେ କ’ଣ ଫରକ ରହିଛି?
ଉତ୍ତର- ସେମିତି କିଛି ଫରକ ନାହିଁ। ଅଭିନୟରେ ମୁଁ ଜଣେ ଶାନ୍ତ, ସରଳ, ସଂସ୍କାରୀ ଓ ଅନ୍ୟାୟକୁ ପ୍ରତିରୋଧ କରି ପାରୁଥିବା ବୋହୂ ଭାବରେ ଦର୍ଶକଙ୍କ ସମ୍ମୁଖକୁ ଆସୁଥିଲି। ଏଥିରେ ସବୁବେଳେ ଶାଢ଼ି ପିନ୍ଧିକି ରୁହେ। ମାତ୍ର ବାସ୍ତବରେ ମୁଁ ଶାଢ଼ିଠାରୁ ବହୁ ଦୂରରେ। ଗତ ୫/୭ବର୍ଷ ହେବ ସବୁଦିନ ଶାଢି ପିନ୍ଧି ପିନ୍ଧି ମୁଁ ବୋର୍‌ ହୋଇଯାଇଛି। କେବଳ ଶାଢ଼ିକୁ ଛାଡ଼ିଦେଲେ ବାକି ସବୁ ସମାନ୍‌। ଜିନ୍ସ ଆଉ କାଜୁଆଲ୍‌ ଟି ଶାର୍ଟ ପିନ୍ଧିବାକୁ ମତେ ଭଲ ଲାଗେ। ଅନ୍ୟାୟର ପ୍ରତିବାଦ କରିବା, ବିରୋଧ କରିବା ମୋ ରକ୍ତରେ ଅଛି।
ପ୍ରଶ୍ନ- ଏବେ ଅଧିକାଂଶ ଧାରାବାହିକରେ ସିକ୍ୱେଲ ଚାଲିଛି। ଲୋକଙ୍କୁ ମନୋରଞ୍ଜନ ଯୋଗାଇବାରେ ଏହା କେତେଦୂର ସଫଳ ହେଉଛି ବୋଲି ଭାବୁଛନ୍ତି?
ଉତ୍ତର- ମୋ ମତରେ ଧାରାବାହିକକୁ ଏପରି ନ ଲମ୍ବାଇ ମୁଖ୍ୟ ଅଭିନେତା ବା ଅଭିନେତ୍ରୀ ପାଖରେ କାହାଣୀକୁ ସାରି ଦେବା ଉଚିତ। ନୂଆ କାହାଣୀ ଆସିଲେ ଲୋକମାନେ ଦେଖିବାକୁ ବେଶି ଆଗ୍ରହ ପ୍ରକାଶ କରନ୍ତି। ମାତ୍ର କାହାଣୀକୁ ପିଢ଼ି ପରେ ପିଢ଼ି ଲମ୍ବାଇ ଦେବାରୁ ତାହା ବୋରିଂ ହୋଇଯାଉଛି। ‘ଦୁର୍ଗା’ରେ ବି ସେପରି ହୋଇଥିଲା। ଦୁର୍ଗା ମରିଯିବା ପରେ ତା’ ଝିଅ ଓ ପରେ ଝିଅର ଝିଅକୁ ନେଇ କାହାଣୀ ଗତିଶୀଳ ହୋଇଥିଲା। ଫଳରେ ପରୋକ୍ଷ ଭାବେ କହିକି ସେ ଧାରାବାହିକରୁ ମୁଁ ଦୂରେଇବାକୁ ଚେଷ୍ଟା କରିଥିଲି। ଏବେ ଲୋକମାନେ ଶର୍ଟ ଷ୍ଟୋରି ଦେଖିବାକୁ ପସନ୍ଦ କରୁଛନ୍ତି। ତେଣୁ ଆମକୁ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ।
ପ୍ରଶ୍ନ- ଜଣେ ଅଭିନେତ୍ରୀ ଭାବେ ବିବାହ ପରେ କାମ ମିଳିବା କମ୍‌ ହୋଇଯାଏ ବୋଲି ଧାରଣା ରହିଛି। କ’ଣ କହିବେ?
ଉତ୍ତର- ଯଦି ଆମେ ନିଜେ ଠିକ୍‌ ଅଛୁ, ତେବେ ଜୀବନରେ ଆଗକୁ ବଢ଼ିବାରେ କିଛି ବି ସମସ୍ୟା ସୃଷ୍ଟି କରିବ ନାହିଁ। ମୋ ମତରେ ବିବାହ ଅଭିନୟରେ ପ୍ରତିବନ୍ଧକ ନୁହେଁ। ଯଦି ଅନ୍ୟ ପ୍ରଫେଶନଗୁଡିକରେ ବିବାହିତାଙ୍କୁ ସୁଯୋଗ ମିଳୁଛି ତେବେ ଅଭିନୟରେ କାହିଁକି ମିଳିବନି। ଏଥିପାଇଁ ନିଜକୁ ପ୍ରସ୍ତୁତ ହେବାକୁ ପଡ଼ିବ।
ପ୍ରଶ୍ନ- ବାନ୍ଧବୀରୁ ସ୍ତ୍ରୀ ହେବାର ଅନୁଭୂତି କିପରି ରହିଥିଲା?
ଉତ୍ତର- ସତ କଥା ହେଲା ଆମେ ‘କଥା ତ ଏତିକି’ ଧାରାବାହିକରେ ଅଭିନୟ କରୁଥିଲୁ। ସେହିଠାରୁ ଆମର ଚିହ୍ନା ହୋଇଥିଲା। ଧାରାବାହିକ ସରିବା ପରେ ପ୍ରାୟ ୨ବର୍ଷ ପରେ ଆମର ହଠାତ୍‌ ଦେଖାହେଲା। ଆମ ଘର ପାଖରେ ତାଙ୍କ ଘର। ଧୀରେଧୀରେ ଆମ ଭିତରେ ବନ୍ଧୁତା ସୃଷ୍ଟି ହୋଇଥିଲା। ପରେ ମୋ ଶାଶୁ ଯାଇକି ଆମ ଘରେ ବାହାଘର ପ୍ରସ୍ତାବ ପକାଇଦେଲେ। ସମସ୍ତଙ୍କ ସହମତିରେ ଶେଷରେ ବନ୍ଧୁରୁ ଜୀବନସାଥୀ ହୋଇଗଲୁ।
ପ୍ରଶ୍ନ- ଫିଟ୍‌ ରହିବାକୁ କ’ଣ କରନ୍ତି?
ଉତ୍ତର- ଛୋଟବେଳୁ ଏକ୍ସରସାଇଜ୍‌ କରେ। ଡ୍ୟାନ୍ସ ପ୍ରାକ୍ଟିସ୍‌ ବି ବହୁତ କରେ। ହେଲେ ମୋର ଖାଇବା କଣ୍ଟ୍ରୋଲ ହୁଏନି।
ପ୍ରଶ୍ନ- ଡ୍ରିମ୍‌ ରୋଲ୍‌ କ’ଣ ଅଛି?
ଉତ୍ତର- ମହିଳା ସଶକ୍ତୀକରଣ ଉପରେ ଧାରାବାହିକ ‘ଦୁର୍ଗା’ କରିଥିଲି। ସେଇଟା ମୋର ଡ୍ରିମ୍‌ ରୋଲ୍‌ ଥିଲା। ଦୁର୍ଗା ପରେ ‘ମହାଦେବୀ’ କଲି। ଏବେ ମତେ ବେଶି ଠାକୁରଙ୍କ ରୋଲ୍‌ କରିବାକୁ ଅଫର୍‌ ଆସୁଛି। ଓଡ଼ିଶାରେ ମତେ ଠାକୁର ବୋଲି ଭାବି ଦେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri