ବିବାହ ସରକାରୀ ସହାୟତାରୁ ବଞ୍ଚିତ ହିତାଧିକାରୀ

ଖଜୁରୀପଡ଼ା,୧୭ା୯(ବିଦୁର ବେହେରା)ଖଜୁରିପଡ଼ା ବ୍ଲକ ପ୍ରଶାସନର ଭୁଲ ପାଇଁ ଜଣେ ନବ ବିବାହିତ ପରିବାର ସରକାରଙ୍କ ଶ୍ରମିକ କଲ୍ୟାଣ ବୋର୍ଡରୁ ବିବାହ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଅରପାଜୁ ଗ୍ରାମପଞ୍ଚାୟତ ସରାଚୂଡ଼ ଗ୍ରାମର ସୁଶାନ୍ତ ବେହେରା ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ, ସେ ଦଳପଡା ଗ୍ରାମର ସହେନ୍ଦ୍ରୀ ବେହେରାଙ୍କୁ ବିବାହ କରିବା ସହ ବିବାହ ପ୍ରମାଣପତ୍ର ପାଇଁ ଖଜୁରିପଡ଼ା ତତ୍କାଳୀନ ଅତିରିକ୍ତ ବିଡିଓ ସଲିଲ କୁମାର ଦାସଙ୍କ ପାଖରେ ଆବେଦନ କରିଥିଲେ। କିନ୍ତୁ ଆବେଦନ ବେଳେ ସମସ୍ତ ପ୍ରମାଣପତ୍ର ସୁଶାନ୍ତ ଦେଇଥିବା ବେଳେ ସେସବୁ ପ୍ରମାଣପତ୍ର ମଧ୍ୟ ଠିକ ରହିଥିଲା। ପରବର୍ତ୍ତୀ ସମୟରେ ସୁଶାନ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ ପରେ ସୁଶାନ୍ତ ଫୁଲବାଣୀ ଯାଇ ଶ୍ରମିକ କଲ୍ୟାଣ ବିଭାଗରେ ସରକାରୀ ସହାୟତା ପାଇଁ ଆବେଦନ ବେଳେ ତାଙ୍କର ପ୍ରମାଣପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବିବାହ ସାର୍ଟିଫିକେଟରେ ସୁଶାନ୍ତଙ୍କ ସ୍ତ୍ରୀ ଶହେନ୍ଦ୍ରୀ ବେହେରା ବଦଳରେ ମହେନ୍ଦ୍ରୀ ବେହେରା ହୋଇଥିବା କାରଣରୁ ତାଙ୍କର ଆବେଦନ ଅଗ୍ରାହ୍ୟ ହୋଇଥିଲା ବୋଲି ଶ୍ରମିକ କଲ୍ୟାଣ ବିଭାଗ ତରଫରୁ ସୂଚନା ଦେବା ପରେ ପୁଣି ପ୍ରମାଣପତ୍ର ସଂଶୋଧନ ପାଇଁ ବ୍ଲକ କାର୍ଯ୍ୟାଳୟକୁ ସୁଶାନ୍ତ ଆସିଥିଲେ। ହେଲେ ନିରାଶ ହୋଇଛନ୍ତି। ସାର୍ଟିଫିକେଟ କରିଥିବା ତତ୍କାଳୀନ ଅତିରିକ୍ତ ବିଡ଼ିଓ ଜଣକ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି। ବର୍ତ୍ତମାନ ଦାୟିତ୍ୱରେ ଥିବା ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୋନମ ବେହେରା ସୁଶାନ୍ତଙ୍କୁ ସେ ପ୍ରମାଣପତ୍ର ଠିକ କରିପାରିବେ ନାହିଁ ବୋଲି କହିବା ସହ ଯିଏ ଭୁଲ କରିଛି ସେ ଠିକ କରିବେ ବୋଲି କହିଥିଲେ। ହେଲେ ତତ୍କାଳୀନ ବିଡିଓ ଜଣକ ପୁରୀ ଜିଲାକୁ ବଦଳି ହୋଇଥିବା ବେଳେ କିଭଳି ଭାବେ ଜଣେ ହିତାଧିକାରୀ ପୁରୀକୁ ଯାଇ ତାହା ଠିକ କରିବ? ବିବାହ ସାର୍ଟିଫିକେଟରେ ସ୍ତ୍ରୀର ନାମ ତ୍ରୁଟି ପରିଲକ୍ଷିତ ହେବାରୁ ସଂଶୋଧନ ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ସୁଶାନ୍ତ କହିଛନ୍ତି। ଏ ନେଇ ବିଡ଼ିଓ ଅନୁପମା ଘୋଷଙ୍କୁ ଅଭିଯୋଗ କରିବାକୁ ଗଲାବେଳେ ସେ ମଧ୍ୟ ଅନୁପସ୍ଥିତ ଥିବା ସୁଶାନ୍ତ କହିଛନ୍ତି। ଏ ନେଇ ଜିପିଓ ସୋନମ୍‌ ବେହେରାଙ୍କୁ ପଚାରିବାରୁ ସୁଶାନ୍ତଙ୍କ ସ୍ତ୍ରୀଙ୍କ ବିବାହ ସାର୍ଟିଫିକେଟରେ ନାମ ତ୍ରୁଟି ରହିଛି ତାକୁ ତତ୍କାଳୀନ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଲିଳ ଦାସ କରିଛନ୍ତି। ତେଣୁ ତାଙ୍କ ପାଖକୁ କୋରିଅର କରି ପଠେଇଲେ ସେ ସଂଶୋଧନ
କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri