ଚାଇନାରେ ବିବାହ ସଙ୍କଟ: ୧୦ ବର୍ଷରେ ଅଧାରେ ପହଞ୍ଚିଲା, ବିବାହ-ଦାମ୍ପତ୍ୟ ଜୀବନକୁ ଜୁଆ କହୁଛନ୍ତି ଲୋକେ…

ବେଜିଂ,୬।୨ : ପୃଥିବୀର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନାରେ ବର୍ତ୍ତମାନ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବା ପରେ ପ୍ରତିବର୍ଷ ବିବାହ ସଂଖ୍ୟାରେ ହ୍ରାସ ଯୋଗୁ କମ୍ୟୁନିଷ୍ଟ ଶାସକ ଅସୁବିଧାରେ ପଡିଛନ୍ତି। ପରିସଂଖ୍ୟାନ ବର୍ଷ ପୁସ୍ତକ ଅନୁଯାୟୀ, ୨୦୨୨ ମସିହାରେ ଚାଇନାରେ ସମୁଦାୟ ୧.୧୬ କୋଟି ଲୋକ ସେମାନଙ୍କର ପ୍ରଥମ ବିବାହ କରିଥିଲେ। ୨୦୨୧ ତୁଳନାରେ ଏହି ସଂଖ୍ୟା ପ୍ରାୟ ୭ ଲକ୍ଷ କମ ହୋଇଥିବାବେଳେ ୨୦୧୩ରେ ହୋଇଥିବା ମୋଟ ବିବାହ ସଂଖ୍ୟା ୨.୩୯ କୋଟି ତୁଳନାରେ ଏହା ଅଧାରୁ ଅଧିକ କମ ରହିଛି।

ଗତ ୧୦ ବର୍ଷରେ ଦେଶରେ ବିବାହ କରିଥିବା ଯୋଡ଼ାଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସ ଜନସଂଖ୍ୟା ସମ୍ବନ୍ଧୀୟ ଏକ ନୂତନ ବିପଦ ଭାବରେ ଦେଖାଯାଉଛି । ବର୍ତ୍ତମାନ ପରିସଂଖ୍ୟାନ ବାର୍ଷିକ ରିପୋର୍ଟରେ ବିବାହର ପରିସଂଖ୍ୟାନ ଚାଇନାରେ ଏକ ବିତର୍କ ସୃଷ୍ଟି କରିଛି, ଯୁବକମାନେ କାହିଁକି ବିବାହ କରୁନାହାଁନ୍ତି?
୨୦୨୨ ମସିହାରେ, ୬୦ ବର୍ଷରେ ପ୍ରଥମ ଥର ପାଇଁ, ଜନସଂଖ୍ୟା ବୃଦ୍ଧି ଅପେକ୍ଷା ଅଧିକ ମୃତ୍ୟୁ ଘଟିଥିଲା। ଏକ ହଜାର ଲୋକଙ୍କ ଉପରେ ହାରାହାରି ୬.୭୭ ଶିଶୁ ଜନ୍ମ ହୋଇଥିଲେ। ଅନ୍ୟପକ୍ଷରେ, ପ୍ରଥମ ଥର ବିବାହ କରୁଥିବା ଲୋକଙ୍କ ହାରାହାରି ବୟସ ମଧ୍ୟ ବୃଦ୍ଧି ପାଇଛି। ୨୦୧୦ ମସିହାରେ, ଏହା ହାରାହାରି ୨୪.୮୯ ବର୍ଷ ଥିଲା, ଯାହା ୨୦୨୦ରେ ୨୮.୬୭କୁ ବୃଦ୍ଧି ପାଇଥିଲା।

ସମ୍ପ୍ରତି ଚାଇନାର ଚନ୍ଦ୍ର ନୂଆ ବର୍ଷରେ ଚାଇନାର ସୋସିଆଲ ମିଡିଆ ପ୍ଲାଟଫର୍ମ ୱାଇବୋରେ ବିବାହ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯୁବକମାନେ ସେମାନଙ୍କର ଦୃଷ୍ଟିକୋଣକୁ ଖୋଲାଖୋଲି ରଖିଥିଲେ। ଅଧିକାଂଶ ବିବାହର କମୁଥିବା ସଂଖ୍ୟାକୁ ଏକ ବୁଦ୍ଧିମାନ ପଦକ୍ଷେପ ବୋଲି କହିଥିଲେ। ସେମାନେ ନିଜେ ବିବାହ କରିବାକୁ ଚାହୁଁ ନ ଥିବା ବେଳେ କେତେକ ବିବାହ ଏବଂ ଦାମ୍ପତ୍ୟ ଜୀବନକୁ ଜୁଆ ବୋଲି କହିଥିଲେ।

ବିବାହ ନ କରିବାର ଦୁଇଟି ବଡ କାରଣ ରହିଛି। ସେଥିମଧ୍ୟରୁ ଦେଶରେ ପ୍ରଚଳିତ ହୋଇଥିବା କଷ୍ଟସାଧ୍ୟ ଛାଡପତ୍ର। ଜାନୁଆରୀ ୨୦୨୧ରୁ ଚାଇନାରେ ଛାଡପତ୍ର ପାଇଁ ୩୦ ଦିନିଆ କୁଲିଂ ଅଫ୍‌ ସମୟ ପ୍ରଦାନ କରାଯାଇଛି। ଏହି କାରଣରୁ ଛାଡପତ୍ର ମଧ୍ୟ ହ୍ରାସ ପାଇଛି। ଲୋକମାନେ ଏହାକୁ ସ୍ବାଧୀନତା ବିରୁଦ୍ଧରେ ବିଚାର କରୁଛନ୍ତି, କାରଣ ବର୍ତ୍ତମାନ ଛାଡପତ୍ର ପାଇବା ସହଜ ନୁହେଁ।

ଏହା ସହିତ ଅନ୍ୟ କାରଣ ହେଉଛି ମାନସିକ ଚାପ ଏବଂ ମୁଦ୍ରାସ୍ଫୀତି। ଚାଇନାର ସମାଜବିଜ୍ଞାନୀମାନେ ଅନୁମାନ କରିଛନ୍ତି ଯେ, ଯୁବବର୍ଗମାନଙ୍କ ଜୀବନ ବହୁତ ଚାପରେ ପରିପୂର୍ଣ୍ଣ। ବ୍ୟୟବହୁଳ ବିବାହ ଖର୍ଚ୍ଚ, ଘର କିଣିବା, ପିଲାମାନଙ୍କୁ ପ୍ରତିପୋଷଣ କରିବା ସେମାନଙ୍କୁ ଅସୁବିଧାରେ ପକାଉଛି। ଭାରତ ତୁଳନାରେ ଖାଦ୍ୟ ଏଠାରେ ୧୧୭ ପ୍ରତିଶତ ମହଙ୍ଗା, ଘର ଭଡା-ରକ୍ଷଣାବେକ୍ଷଣ ୧୧୧ ପ୍ରତିଶତ ମହଙ୍ଗା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?