ଚାଇନାରେ ବିବାହ ସଙ୍କଟ: ୧୦ ବର୍ଷରେ ଅଧାରେ ପହଞ୍ଚିଲା, ବିବାହ-ଦାମ୍ପତ୍ୟ ଜୀବନକୁ ଜୁଆ କହୁଛନ୍ତି ଲୋକେ…

ବେଜିଂ,୬।୨ : ପୃଥିବୀର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନାରେ ବର୍ତ୍ତମାନ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବା ପରେ ପ୍ରତିବର୍ଷ ବିବାହ ସଂଖ୍ୟାରେ ହ୍ରାସ ଯୋଗୁ କମ୍ୟୁନିଷ୍ଟ ଶାସକ ଅସୁବିଧାରେ ପଡିଛନ୍ତି। ପରିସଂଖ୍ୟାନ ବର୍ଷ ପୁସ୍ତକ ଅନୁଯାୟୀ, ୨୦୨୨ ମସିହାରେ ଚାଇନାରେ ସମୁଦାୟ ୧.୧୬ କୋଟି ଲୋକ ସେମାନଙ୍କର ପ୍ରଥମ ବିବାହ କରିଥିଲେ। ୨୦୨୧ ତୁଳନାରେ ଏହି ସଂଖ୍ୟା ପ୍ରାୟ ୭ ଲକ୍ଷ କମ ହୋଇଥିବାବେଳେ ୨୦୧୩ରେ ହୋଇଥିବା ମୋଟ ବିବାହ ସଂଖ୍ୟା ୨.୩୯ କୋଟି ତୁଳନାରେ ଏହା ଅଧାରୁ ଅଧିକ କମ ରହିଛି।

ଗତ ୧୦ ବର୍ଷରେ ଦେଶରେ ବିବାହ କରିଥିବା ଯୋଡ଼ାଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସ ଜନସଂଖ୍ୟା ସମ୍ବନ୍ଧୀୟ ଏକ ନୂତନ ବିପଦ ଭାବରେ ଦେଖାଯାଉଛି । ବର୍ତ୍ତମାନ ପରିସଂଖ୍ୟାନ ବାର୍ଷିକ ରିପୋର୍ଟରେ ବିବାହର ପରିସଂଖ୍ୟାନ ଚାଇନାରେ ଏକ ବିତର୍କ ସୃଷ୍ଟି କରିଛି, ଯୁବକମାନେ କାହିଁକି ବିବାହ କରୁନାହାଁନ୍ତି?
୨୦୨୨ ମସିହାରେ, ୬୦ ବର୍ଷରେ ପ୍ରଥମ ଥର ପାଇଁ, ଜନସଂଖ୍ୟା ବୃଦ୍ଧି ଅପେକ୍ଷା ଅଧିକ ମୃତ୍ୟୁ ଘଟିଥିଲା। ଏକ ହଜାର ଲୋକଙ୍କ ଉପରେ ହାରାହାରି ୬.୭୭ ଶିଶୁ ଜନ୍ମ ହୋଇଥିଲେ। ଅନ୍ୟପକ୍ଷରେ, ପ୍ରଥମ ଥର ବିବାହ କରୁଥିବା ଲୋକଙ୍କ ହାରାହାରି ବୟସ ମଧ୍ୟ ବୃଦ୍ଧି ପାଇଛି। ୨୦୧୦ ମସିହାରେ, ଏହା ହାରାହାରି ୨୪.୮୯ ବର୍ଷ ଥିଲା, ଯାହା ୨୦୨୦ରେ ୨୮.୬୭କୁ ବୃଦ୍ଧି ପାଇଥିଲା।

ସମ୍ପ୍ରତି ଚାଇନାର ଚନ୍ଦ୍ର ନୂଆ ବର୍ଷରେ ଚାଇନାର ସୋସିଆଲ ମିଡିଆ ପ୍ଲାଟଫର୍ମ ୱାଇବୋରେ ବିବାହ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯୁବକମାନେ ସେମାନଙ୍କର ଦୃଷ୍ଟିକୋଣକୁ ଖୋଲାଖୋଲି ରଖିଥିଲେ। ଅଧିକାଂଶ ବିବାହର କମୁଥିବା ସଂଖ୍ୟାକୁ ଏକ ବୁଦ୍ଧିମାନ ପଦକ୍ଷେପ ବୋଲି କହିଥିଲେ। ସେମାନେ ନିଜେ ବିବାହ କରିବାକୁ ଚାହୁଁ ନ ଥିବା ବେଳେ କେତେକ ବିବାହ ଏବଂ ଦାମ୍ପତ୍ୟ ଜୀବନକୁ ଜୁଆ ବୋଲି କହିଥିଲେ।

ବିବାହ ନ କରିବାର ଦୁଇଟି ବଡ କାରଣ ରହିଛି। ସେଥିମଧ୍ୟରୁ ଦେଶରେ ପ୍ରଚଳିତ ହୋଇଥିବା କଷ୍ଟସାଧ୍ୟ ଛାଡପତ୍ର। ଜାନୁଆରୀ ୨୦୨୧ରୁ ଚାଇନାରେ ଛାଡପତ୍ର ପାଇଁ ୩୦ ଦିନିଆ କୁଲିଂ ଅଫ୍‌ ସମୟ ପ୍ରଦାନ କରାଯାଇଛି। ଏହି କାରଣରୁ ଛାଡପତ୍ର ମଧ୍ୟ ହ୍ରାସ ପାଇଛି। ଲୋକମାନେ ଏହାକୁ ସ୍ବାଧୀନତା ବିରୁଦ୍ଧରେ ବିଚାର କରୁଛନ୍ତି, କାରଣ ବର୍ତ୍ତମାନ ଛାଡପତ୍ର ପାଇବା ସହଜ ନୁହେଁ।

ଏହା ସହିତ ଅନ୍ୟ କାରଣ ହେଉଛି ମାନସିକ ଚାପ ଏବଂ ମୁଦ୍ରାସ୍ଫୀତି। ଚାଇନାର ସମାଜବିଜ୍ଞାନୀମାନେ ଅନୁମାନ କରିଛନ୍ତି ଯେ, ଯୁବବର୍ଗମାନଙ୍କ ଜୀବନ ବହୁତ ଚାପରେ ପରିପୂର୍ଣ୍ଣ। ବ୍ୟୟବହୁଳ ବିବାହ ଖର୍ଚ୍ଚ, ଘର କିଣିବା, ପିଲାମାନଙ୍କୁ ପ୍ରତିପୋଷଣ କରିବା ସେମାନଙ୍କୁ ଅସୁବିଧାରେ ପକାଉଛି। ଭାରତ ତୁଳନାରେ ଖାଦ୍ୟ ଏଠାରେ ୧୧୭ ପ୍ରତିଶତ ମହଙ୍ଗା, ଘର ଭଡା-ରକ୍ଷଣାବେକ୍ଷଣ ୧୧୧ ପ୍ରତିଶତ ମହଙ୍ଗା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri