Posted inଫୁରସତ

୬୦ ଫୁଟ ଗଭୀର ସମୁଦ୍ର ମଝିରେ ବିବାହ କଲେ ବର-କନ୍ୟା

ଲୋକମାନେ ସେମାନଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ। ସେମିତି ଏକ ବିବାହ ଦେଖିବାକୁ ମିଳିଛି କୋୟମ୍ବାଟୁରରେ। ଏଠାରେ ଏକ ବର-କନ୍ୟା ୬୦ ଫୁଟ ଗଭୀର ସମୂଦ୍ର ମଝିରେ ବିବାହ କରିଛନ୍ତି।
ବର ଚିନ୍ନାଦୁରାଇ ଏବଂ କନ୍ୟା ଶ୍ୱେତା ଉଭୟ ପେସାରେ ସପ୍ଟଓୟାର ଇଞ୍ଜିନିୟର। ଶ୍ୱେତା କୋୟମ୍ବାଟୁରର ନିବାସୀ। ଭାବି ସ୍ବାମୀ ଚିନ୍ନାଦୁରାଇ ତାଙ୍କୁ ସମୁଦ୍ର ତଳେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ପ୍ରଥମେ ଏହା ଶୁଣିବା ପରେ ଶ୍ୱେତା ଡରିଯାଇଥିଲେ। ମାତ୍ର ପରେ ଏଥିରେ ରାଜି ହୋଇଥିଲେ। ଉଭୟ ତାମିଲନାଡୁର ନୀଳକାରାଇ ବେଳାଭୂମିରେ ଠିଆ ହୋଇ ବିବାହ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ। ବିବାହ ମୁହୂର୍ତ୍ତ ହେବା କ୍ଷଣି ଉଭୟ ମମୁଦ୍ରକୁ ଡେଇଁପଡ଼ିଲେ। ଏହି ଅବସରରେ ଉଭୟ ପାରମ୍ପରିକ ପୋଷାକ ପିନ୍ଧିଥିଲେ। ସମୁଦ୍ରରେ ଉଭୟ ୪୫ ମିନିଟ ବିତାଇଥିଲେ। ଏହି ସମୟରେ ସେ ପୁଣିଥରେ ଶ୍ୱେତାଙ୍କୁ ଫୁଲ ଦେଇ ପ୍ରେମ ନିବେଦନ କରିଥିଲେ। ଏହାପରେ ଉଭୟ ଫୁଲହାର ପିନ୍ଧାଇଥିଲେ। ସମୁଦ୍ରକୁ ସାକ୍ଷୀମାନି ଶପଥ ନେଲେ ଏବଂ ବିବାହ କଲେ।
ଏ ନେଇ ଚିନ୍ନାଦୁରାଇ କୁହନ୍ତି, ପିଲାଦିନୁ ସେ ପହଁରିବାକୁ ଭଲ ପାଆନ୍ତି। ୧୨ ବର୍ଷ ଧରି ସେ ସ୍କୁବା ଡ୍ରାଇଭିଂ କରୁଥିଲେ। ଏଠାରେ ସେ ସନ୍ତରଣ ତାଲିମ ନେଇଥିଲେ।
ବିବାହ ପରେ ନବ ଦମ୍ପତି କହିଛନ୍ତି ଯେ, ବିବାହ ତାରିଖ ସ୍ଥିର ହୋଇ ନ ଥିବାରୁ ସେମାନେ ନିଜ ବିବାହକୁ ବନ୍ଧୁ ଏବଂ ପରିଜନଙ୍କୁ ଡାକି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri