Posted inଫୁରସତ

୬୦ ଫୁଟ ଗଭୀର ସମୁଦ୍ର ମଝିରେ ବିବାହ କଲେ ବର-କନ୍ୟା

ଲୋକମାନେ ସେମାନଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ। ସେମିତି ଏକ ବିବାହ ଦେଖିବାକୁ ମିଳିଛି କୋୟମ୍ବାଟୁରରେ। ଏଠାରେ ଏକ ବର-କନ୍ୟା ୬୦ ଫୁଟ ଗଭୀର ସମୂଦ୍ର ମଝିରେ ବିବାହ କରିଛନ୍ତି।
ବର ଚିନ୍ନାଦୁରାଇ ଏବଂ କନ୍ୟା ଶ୍ୱେତା ଉଭୟ ପେସାରେ ସପ୍ଟଓୟାର ଇଞ୍ଜିନିୟର। ଶ୍ୱେତା କୋୟମ୍ବାଟୁରର ନିବାସୀ। ଭାବି ସ୍ବାମୀ ଚିନ୍ନାଦୁରାଇ ତାଙ୍କୁ ସମୁଦ୍ର ତଳେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ପ୍ରଥମେ ଏହା ଶୁଣିବା ପରେ ଶ୍ୱେତା ଡରିଯାଇଥିଲେ। ମାତ୍ର ପରେ ଏଥିରେ ରାଜି ହୋଇଥିଲେ। ଉଭୟ ତାମିଲନାଡୁର ନୀଳକାରାଇ ବେଳାଭୂମିରେ ଠିଆ ହୋଇ ବିବାହ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ। ବିବାହ ମୁହୂର୍ତ୍ତ ହେବା କ୍ଷଣି ଉଭୟ ମମୁଦ୍ରକୁ ଡେଇଁପଡ଼ିଲେ। ଏହି ଅବସରରେ ଉଭୟ ପାରମ୍ପରିକ ପୋଷାକ ପିନ୍ଧିଥିଲେ। ସମୁଦ୍ରରେ ଉଭୟ ୪୫ ମିନିଟ ବିତାଇଥିଲେ। ଏହି ସମୟରେ ସେ ପୁଣିଥରେ ଶ୍ୱେତାଙ୍କୁ ଫୁଲ ଦେଇ ପ୍ରେମ ନିବେଦନ କରିଥିଲେ। ଏହାପରେ ଉଭୟ ଫୁଲହାର ପିନ୍ଧାଇଥିଲେ। ସମୁଦ୍ରକୁ ସାକ୍ଷୀମାନି ଶପଥ ନେଲେ ଏବଂ ବିବାହ କଲେ।
ଏ ନେଇ ଚିନ୍ନାଦୁରାଇ କୁହନ୍ତି, ପିଲାଦିନୁ ସେ ପହଁରିବାକୁ ଭଲ ପାଆନ୍ତି। ୧୨ ବର୍ଷ ଧରି ସେ ସ୍କୁବା ଡ୍ରାଇଭିଂ କରୁଥିଲେ। ଏଠାରେ ସେ ସନ୍ତରଣ ତାଲିମ ନେଇଥିଲେ।
ବିବାହ ପରେ ନବ ଦମ୍ପତି କହିଛନ୍ତି ଯେ, ବିବାହ ତାରିଖ ସ୍ଥିର ହୋଇ ନ ଥିବାରୁ ସେମାନେ ନିଜ ବିବାହକୁ ବନ୍ଧୁ ଏବଂ ପରିଜନଙ୍କୁ ଡାକି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri