ଐତିହାସିକ ସ୍ତରରେ ବନ୍ଦ ହେଲା ଶେୟାର ବଜାର, ପ୍ରଥମ ଥର ୭୨,୦୦୦ ପଏଣ୍ଟ ପାର କଲା ସେନସେକ୍ସ ସୁଚକାଙ୍କ

ମୁମ୍ବାଇ,୨୭।୧୨ : ଭାରତୀୟ ଶେୟାର ବଜାରରେ ଲଗାତାର ଚତୁର୍ଥ ଦିନ ଉତ୍ସାହ ସହିତ ବୁଧବାର ସେନସେକ୍ସ ସୁଚକାଙ୍କ ସର୍ବକାଳୀନ ସ୍ତର ୭୨,୦୦୦ ପଏଣ୍ଟ ଛୁଇଁଛି ଏବଂ ନିଫ୍ଟି ୨୦୬ ପଏଣ୍ଟ ବୃଦ୍ଧି ପାଇଁ ୨୧,୬୭୫ ପଏଣ୍ଟରେ ପହଞ୍ଚିଛି। ସେହିପରି ବ୍ୟାଙ୍କ ନିଫ୍ଟି ମଧ୍ୟ ନୂଆ ଉଚ୍ଚତା ଛୁଇଁଛି। ଦିନର କାରବାର ଶେଷରେ ବିଏସଇ ସେନସେକ୍ସ ୭୦୧ ପଏଣ୍ଟ ବୃଦ୍ଧି ସହିତ ୭୨,୦୩୮ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୨୦୬ ପଏଣ୍ଟ ବୃଦ୍ଧି ସହିତ ୨୧,୬୪୭ ପଏଣ୍ଟରେ ବନ୍ଦ ହୋଇଥିଲା।

ଆମେରିକାରେ ମୁଦ୍ରାସ୍ପିତି ହ୍ରାସ କାରଣରୁ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଫେଡେରେଲ ରିଜର୍ଭ ସୁଧହାର କମାଇବା ସମ୍ଭାବନା ରହିଛି। ଫଳରେ ଆମେରିକା ସହିତ ବିଶ୍ୱର ବିଭିନ୍ନ ଶେୟର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି, ଯାହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି।

ଦିନର କାରବାରରେ, ବ୍ୟାଙ୍କିଙ୍ଗ୍ ଷ୍ଟକରେ କ୍ରୟ ହେତୁ ୬୦୦ ପଏଣ୍ଟରୁ ଅଧିକ ବୃଦ୍ଧି ଘଟିଛି ଏବଂ ବ୍ୟାଙ୍କ ନିଫ୍ଟି ୪୮,୩୪୭ ର ଏକ ନୂତନ ଉଚ୍ଚରେ ପହଞ୍ଚିଛି। ୧.୧୭ ପ୍ରତିଶତ କିମ୍ବା ୫୫୭ ପଏଣ୍ଟ ବୃଦ୍ଧି ସହିତ ବ୍ୟାଙ୍କ ନିଫ୍ଟି ୪୮,୨୮୨ ପଏଣ୍ଟରେ ବନ୍ଦ ହୋଇଛି। ଏହା ବ୍ୟତୀତ ଅଟୋ, ଆଇଟି, ଫାର୍ମା, ମେଟାଲ, ଇନଫ୍ରା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଷ୍ଟକ ମୂଲ୍ୟ ବୃଦ୍ଧି ପାଇଛି। ଯେଉଁଠାରେ ତୈଳ ଏବଂ ଗ୍ୟାସ ଏବଂ ଶକ୍ତି କ୍ଷେତ୍ରର ଅଂଶଧନ ହ୍ରାସ ପାଇଛି। ଆଜିର କାରବାରରେ ମଧ୍ୟ ମିଡ୍ କ୍ୟାପ୍ ଏବଂ ସ୍ମଲ୍ କ୍ୟାପ୍ ଷ୍ଟକ୍ ବୃଦ୍ଧି ପାଇଛି।

ଶେୟାର ବଜାରରେ ଲଗାତାର ଉତ୍ସାହ ସହିତ ମାର୍କେଟ କ୍ୟାପିଟାଲାଇଜେସନରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବିଏସଇରେ ତାଲିକାଭୁକ୍ତ କମ୍ପାନୀ ମାନଙ୍କର ମାର୍କେଟ କ୍ୟାପ୍ ୨.୨୩ ଲକ୍ଷ ଜଟି ବୃଦ୍ଧି ସହିତ ୩୬୧.୩୦ ଲକ୍ଷ କୋଟିରେ ବନ୍ଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?