Posted inଖେଳ

ND vs PAK U19 Asia Cup Final: ପାକିସ୍ତାନକୁ ହରାଇ ଭାରତ ଏସିଆ କପ୍‌ ଚାମ୍ପିୟନ

ନୂଆଦିଲ୍ଲୀ,୧୪।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମହା ମୁକାବିଲାରେ ୧ ଉଇକେଟରେ ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ ହୋଇଛି। ଭାରତର ମୋହିତ ଉଲଭା ଏହି ବିଜୟର ନାୟକ ସାଜିଛନ୍ତି। ସେ ଅନ୍ତିମ ବଲ୍‌ରେ ଚୌକା ମାରି ଭାରତକୁ ଟ୍ରଫି ଜିତାଇଲେ।

ମୋହିତ ୪୯ ରନ୍‌ କରି ଅପରାଜିତ ରହିଲେ। ସେ କେବଳ ହାରିଯାଇଥିବା ମ୍ୟାଚକୁ ପୁନର୍ବାର ଫେରାଇ ଆଣିଲେ ତାହା ନୁହେଁ, ବରଂ ଦଳକୁ ବିଜୟ ପଥରେ ଆଗେଇ ନେଇଥିଲେ। ୩୩୮ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଭଲ ଆରମ୍ଭ କରିଥିଲା। ହେଲେ ମଧ୍ୟକ୍ରମର ବ୍ୟାଟରମାନେ ବିଫଳ ହେବାରୁ ଦଳ ପରାଜୟର ଦ୍ୱାରଦେଶରେ ପହଞ୍ଚି ଯାଇଥିଲା।

୨୫୨ ରନ ସ୍କୋରରେ ଭାରତ ଅଷ୍ଟମ ଉଇକେଟ ହରାଇଥିଲା। ସେତେବେଳେ ଦଳକୁ ଜିତିବା ପାଇଁ ଆଉ ୮୬ ରନ ଆବଶ୍ୟକ ଥିଲା ଏବଂ ହାତରେ ମାତ୍ର ୨ଟି ଉଇକେଟ ବାକି ରହିଥିଲା। ନବମ ଉଇକେଟ ପାଇଁ ମୈନାଲ ଚୌହାନ ଏବଂ ମୋହିତ ଉଲଭାଙ୍କ ମଧ୍ୟରେ ହୋଇଥିବା ୫୭ ରନର ଭାଗୀଦାରୀ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନର ଓପନର ଉସମାନ ଖାନ ଏକ ଶତକ ହାସଲ କରିଥିଲେ। ଦ୍ୱିତୀୟ ଉଇକେଟ ପାଇଁ ଅବଦୁଲ କାଦିରଙ୍କ ସହ ୧୩୫ ରନର ଭାଗୀଦାରୀ ଗଢ଼ିଥିଲେ। ଉସମାନ ୧୧୧ ବଲରୁ ୧୦୭ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ୩ଟି ଛକା ଏବଂ ୧୧ଟି ଚୌକା ସାମିଲ ଥିଲା। କାଦିର ୫୪ ବଲରୁ ୮୦ ରନର ଏକ ବିସ୍ଫୋରକ ଇନିଂସ ଖେଳିଲେ। ଯେଉଁଥିରେ ୮ଟି ଛକା ଏବଂ ୩ଟି ଚୌକା ରହିଥିଲା। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ଅଧିନାୟକ ଫରହାନ ୟୁସୁଫ ମଧ୍ୟ ଏକ ଅର୍ଦ୍ଧଶତକ ହାସଲ କଲେ ଏବଂ ୬୦ ବଲରୁ ୬୩ ରନ ଯୋଗଦାନ ଦେଲେ। ଫଳରେ ପାକିସ୍ତାନ ୯ ଉଇକେଟ ହରାଇ ୩୩୭ ରନ୍‌ ସଂଗ୍ରହ କରିଥିଲା। ଟାଇଟଲ ହାତେଇବା ପାଇଁ ଭାରତକୁ ୩୩୮ ରନର ଆବଶ୍ୟକତା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ICCର ବଡ଼ ଘୋଷଣା; ଭାରତରେ ଏହି ଦିନଠୁ ଖେଳିଯିବ ବିଶ୍ବକପ୍

ନୂଆଦିଲ୍ଲୀ,୧୫ା୧୧: କ୍ରିକେଟ୍‌ପ୍ରେମୀଙ୍କ ପାଇଁ ବଡ଼ ଖବର । ୨୦୨୭ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନ୍ସିପ୍‌ ଫାଇନାଲ୍‌ ଓ ଦିନିକିଆ ବିଶ୍ୱକପ୍‌କୁ ନେଇ ଉତ୍ସାହ ମଧ୍ୟରେ ଆଗାମୀ ୧୨ଟି ପୁରୁଷ…

ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିଲେ, ଘରକୁ ଫେରିବା ବେଳେ ଚାଲିଗଲା ଜୀବନ

କୋକସରା,୧୫ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା କୋକସରା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ମୁଷାପାଲି…

ସମ୍ଭାବ୍ୟ ବାତ୍ୟାକୁ ନେଇ ଭଞ୍ଜନଗର ପ୍ରଶାସନର ତତ୍ପରତା, ଜଳଭଣ୍ଡାରରୁ ଆଜି ରାତି ୯ଟାରୁ ଛଡ଼ାଯିବ ପାଣି

ଭଞ୍ଜନଗର,୧୫ା୧୧(ବାବୁଲା ପ୍ରଧାନ): ଆସନ୍ତା ୧୮ ଓ ୧୯ ତାରିଖରେ ଗଞ୍ଜାମ ଜିଲାରେ ପୁଣି ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦେଖାଦେଇଛି । ଗତ ୨୯ ତାରିଖରେ ବାତ୍ୟା ଓ…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଗୌତମ ଗମ୍ଭୀରଙ୍କ ବଡ଼ ବୟାନ, କହିଲେ ମ୍ୟାଚ ଜିତାଇଦେଲେ…

ନୂଆଦିଲ୍ଲୀ,୧୫ା୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ବିଜୟରେ ବ୍ୟାଟରଙ୍କ ତୁଳନାରେ ଭାରତୀୟ ବୋଲରଙ୍କ ଅବଦାନ ଅଧିକ ରହିଛି । ବେ ଓଭାଲ୍‌ରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପଶି ଡାକ୍ତରଙ୍କୁ ଦୁର୍ବ୍ୟବହାର, ସୁରକ୍ଷାକର୍ମୀଙ୍କୁ ମାଡ଼

ଛତ୍ରପୁର,୧୫ା୧୧(ଦିଲ୍ଲୀପ ସାମଲ ): ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣଙ୍କୁ ଉଠାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?