ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି ମାରିଜୁଆନା ଚାଲାଣ କରୁଥିବା ଦୁଇ ଜଣ ଯାତ୍ରୀକୁ ଅଟକ ରଖି ପଚରାଉଚରା କରୁଛି ଡିଆର୍‌ଆଇ। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ଏହି ସୂଚନା ପାଇ ଡିଆର୍‌ଆଇ ଚଢ଼ଉ କରିଥିଲା। ଦୁଇ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଯାଞ୍ଚ କରିବା ପରେ ସେମାନଙ୍କ ଠାରୁ ମାରିଜୁଆନା ଜବତ କରାଯାଇଥିଲା। ସେମାନଙ୍କୁ ପଚରାଉଚରା ପରେ ଏହି ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ଜବତ ମାରିଜୁଆନାର ମୂଲ୍ୟ ୫କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହି ନିଶା ଦ୍ରବ୍ୟ କିଏ ବ୍ୟାଙ୍କ୍‌କରୁ ପଠାଉଥିଲା ଏବଂ ଭୁବନେଶ୍ୱରରୁ କିଏ ରିସିଭ୍‌ କରୁଥିଲେ ସେନେଇ ଖୋଳତାଡ଼ କରୁଛି ଡିଆର୍‌ଆଇ। ରାଜଧାନୀର ଷ୍ଟାର ହୋଟେଲକୁ ଏହି ମାରିଜୁଆନା ଚାଲାଣ କରାଯାଉଥିବା ଜଣାପଡ଼ିଛି। ବିଦେଶରୁ ଆସୁଥିବା ଗ୍ରାହକଙ୍କୁ ଏହି ମାରିଜୁଆନା ଉପହାର ସୂରୂପ ଦିଆଯାଉଛି। ସେମାନେ ଏହି ନିଶାକୁ ଖାଇ ଝୁମୁଛନ୍ତି। ବଡ଼ କଥା ହେଲା ବ୍ୟାଙ୍କକ୍‌ରେ ଏହି ମାରିଜୁଆନା ଶସ୍ତାରେ ମିଳୁଛି। ଏହାକୁ ନିଶା ମାଫିଆମାନେ ସଂଗ୍ରହ କରି ବ୍ୟାଙ୍କକ୍‌ ବିମାନବନ୍ଦରରୁ ଓଡ଼ିଶା ସମେତ ବିିଭିନ୍ନ ରାଜ୍ୟକୁ ଚାଲାଣ କରୁଛନ୍ତି। ବିଶେଷ କରି ଓଡ଼ିଶା ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ନିଶା ମାଫିଆମାନେ ଏଠାକୁ ଟାର୍ଗେଟ କରୁଛନ୍ତି। ଏଠାରେ ନିଶାଦ୍ରବ୍ୟ ପହଞ୍ଚିବା ପରେ କୋର୍ଟ ଓ୍ବାର୍ଡ ଓ୍ବାର ମାଫିଆମାନେ ବିମାନବନ୍ଦରରୁ ସଂଗ୍ରହ କରି ନେଉଛନ୍ତି। ବଡ଼ କଥା ହେଲା ଏହି ର଼୍ୟାକେଟରେ କେହି କାହାକୁ ଜାଣି ନ ଥାନ୍ତି। ଫଳରେ ସେମାନେ କୋର୍ଡ ଓ୍ବାର୍ଡରେ ଏହି ର଼୍ୟାକେଟ କାରବାର କରୁଛନ୍ତି। ଯେଉଁମାନେ ଏହି ମାରିଜୁଆନା ଚାଲାଣ କରୁଛନ୍ତି ସେମାନେ ଏଥିରେ ୩୦ ପ୍ରତିଶତ ଟଙ୍କା ନେଉଛନ୍ତି। ଚାଲାଣ ପୂର୍ବରୁ ସେମାନେ ୨୦ପ୍ରତିଶତ ନେବା ବେଳେ ବାକି ଟଙ୍କା ଚାଲାଣ କରିବା ପରେ ନେଇଥାନ୍ତି ବୋଲି ଜଣାପଡ଼ିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ)…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?