ବାଜି ମାରିପାରନ୍ତି ମାର୍କୋସ୍‌ ଜୁନିୟର

ମାନିଲା, ୮ା୨: ଫିଲିପାଇନ୍ସ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ସ୍ବର୍ଗତ ଫର୍ଡିନାଣ୍ଡ୍‌ ମାର୍କୋସ୍‌ଙ୍କ ପୁଅ ଫର୍ଡିନାଣ୍ଡ ମାକ୍ରୋସ୍‌ ଜୁନିୟର। ଲୋକଙ୍କ ବିଦ୍ରୋହ ବାପା ମାର୍କୋସ୍‌ଙ୍କ ଶାସନକୁ ସମାପ୍ତ କରିବାର ୩୬ ବର୍ଷ ପରେ ସେ ପୁଣି ପରିବାରକୁ ରିବ୍ରାଣ୍ଡିଂ କରିବାକୁ ବାହାରିଛନ୍ତି। ମଙ୍ଗଳବାର ନିର୍ବାଚନ ପ୍ରଚାର ଆରମ୍ଭ ହେବାକୁ ଯାଉଥିବାବେଳେ ୬୪ ବର୍ଷୀୟ ମାର୍କୋସ୍‌ ଜୁନିୟର ଜନମତ ସର୍ଭେରେ ଆଗୁଆ ଅଛନ୍ତି। ଆସନ୍ତ ମେ’ ୯ରେ ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ। ମାର୍କୋସଙ୍କ ପ୍ରତି ବିଦାୟୀ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟଙ୍କ ସମର୍ଥନ ରହିଛି। ଅନେକେ ଡୁଟେର୍ଟେଙ୍କୁ ମଧ୍ୟ ଏକଛତ୍ରବାଦୀ ଶାସକ ବୋଲି ଅଭିହିତ କରିଥାନ୍ତି। ତେବେ ମାର୍କୋସ ଜୁନିୟର ରାଷ୍ଟ୍ରପତି ହେଲେ ତାଙ୍କ ବାପାଙ୍କ ଭଳି ଦେଶରେ ଏକଛତ୍ରବାଦୀ ଶାସନ ଫେରିବ ବୋଲି ସମାଲୋଚକ ମତ ରଖିଛନ୍ତି।

ଭାବେ ଜଣା ମାର୍କୋସ୍‌ ଜୁନିୟର ୨ ଦଶନ୍ଧି ଧରି ଦେଶରେ ଶାସନ କରିଥିବା ଫର୍ଡିନାଣ୍ଡ୍‌ ମାର୍କୋସ୍‌ଙ୍କ ଏକମାତ୍ର ପୁଅ। ଜନ ବିପ୍ଳବ ମୁଣ୍ଡ ଟେକିବା ପରେ ୧୯୮୬ରେ ଫର୍ଡିନାଣ୍ଡ୍‌ଙ୍କୁ ଶାସନରୁ ହଟିବାକୁ ପଡ଼ିଥିଲା। ପରେ ସେମାନେ ସପରିବାର ହାଓ୍ବାଇକୁ ପଳାୟନ କରିଥିଲେ। ସେଠାରେ ମାର୍କୋସ୍‌ ସିନିୟରଙ୍କ ମୃତ୍ୟୁ ଘଟିଥିଲା। ୯୦ ଦଶକରେ ପୁଣି ଦେଶକୁ ଫେରିବା ପରେ ମାର୍କୋସ ଜୁନିୟର ଇଲୋକସ୍‌ ନୋର୍ଟେର ଗଭର୍ନର ନିର୍ବାଚିତ ହୋଇଥିଲେ। ୨୦୧୬ରେ ସେ କମ୍‌ ବ୍ୟବଧାନରେ ଉପରାଷ୍ଟ୍ରପତି ପଦରେ ହାରି ଯାଇଥିଲେ।

କାହିଁକି ଲଢ଼ୁଛନ୍ତି ମାର୍କୋସ୍‌

ପିତା ଫର୍ଡିନାଣ୍ଡ୍‌ ମାର୍କୋସ୍‌ କ୍ଷମତାରେ ଥିବାବେଳେ ସେ ଦେଶର ସମ୍ପତ୍ତି ଲୁଟି ଥିବା ଅଭିଯୋଗ ହୋଇଥିଲା। ୧୯୮୭ରେ ତାହା ପ୍ରାୟ ୧୦ ବିଲିୟନ ଡଲାର ଥିଲା ବୋଲି କୁହାଯାଇଥିଲା। ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ପରିବାରର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ମାର୍କୋସ୍‌ ଜୁନିୟର ନିର୍ବାଚନକୁ ଓହ୍ଲାଇଛନ୍ତି। ଚଳିତ ନିର୍ବାଚନରେ ଶାସନକୁ ଫେରିବା ନିମନ୍ତେ ମାର୍କୋସ ପରିବାର ପାଇଁ ଏହା ଶେଷ ସୁଯୋଗ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ନିର୍ବାଚନରେ ବିଜୟ ହାସଲ କରିବାରେ ଇତିହାସ ବାଧକ ସାଜିପାରେ ବୋଲି ମାର୍କୋସ ଜୁନିୟର ପ୍ରାର୍ଥୀପତ୍ର ଦାଖଲବେଳେ କହିଥିଲେ। ତେବେ ପୂର୍ବରୁ ମାର୍କୋସ ସିନିୟର କରିଥିବା କାମ ପାଇଁ ସେ କିମ୍ବା ତାଙ୍କ ପରିବାର କ୍ଷମା ମାଗି ନ ଥିବା ସମାଲୋଚକ କହିଛନ୍ତି। ତେଣୁ ଏହା ନିର୍ବାଚନ ଜିତିବା ପାଇଁ ବାଧକ ହୋଇପାରେ ବୋଲି କୁହାଯାଉଛି। ଏହବାଦ ମାର୍କୋସ୍‌ ସିନିୟରଙ୍କ ବିରୋଧରେ ସାମରିକ ଆଇନ ଲାଗୁ ଯୋଗୁ ଅତ୍ୟାଚାର, ବେଆଇନ ବନ୍ଦୀ, ଲୋକଙ୍କ ନିଖୋଜ କରାଯିବା ଆଦି ବାବଦରେ ୭୫ ହଜାରରୁ ଊର୍ଦ୍ଧ୍ୱ ମାମଲା ରହିଛି।
ସର୍ଭେରେ ସେ ଫେଭରାଇଟ୍‌ ଭାବେ ଉଭା ହୋଇଛନ୍ତି। ଡିସେମ୍ବରରେ ପ୍ରକାଶିତ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ ସେ ୨୦ ପଏଣ୍ଟରେ ଆଗୁଆ ଅଛନ୍ତି। ବିଦାୟୀ ରାଷ୍ଟ୍ରପତି ଡୁର୍ଟେଟଙ୍କ ଝିଅ ସାରା ଡୁଟେର୍ଟଙ୍କ ସମର୍ଥନ ତାଙ୍କ ବିଜୟକୁ ସହଜ କରିପାରେ। କାରଣ ଦକ୍ଷିଣ ଫିଲିପାଇନ୍ସରେ ମାର୍କୋସ୍‌ଙ୍କ ପ୍ରତି ଦୃଢ଼ ସମର୍ଥନ ନ ଥିବାବେଳେ ସାରାଙ୍କ ଲୋକପ୍ରିୟତା ଗେମ୍‌ ଚେଞ୍ଜର ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri