କଳାର ମାନଚିତ୍ରକର

ଜୀବନରେ ପ୍ରସିଦ୍ଧିଲାଭ ପାଇଁ ଅଧିକ ପାଠପଢ଼ା ଏକମାତ୍ର ସୋପାନ ହୋଇ ନ ପାରେ। ପୃଥିବୀବ୍ୟାପୀ ଏହାର ଅସଂଖ୍ୟ ଦୃଷ୍ଟାନ୍ତ ରହିଛି। ଅର୍ଥାତ୍‌ ଲୌକିକ ଦୃଷ୍ଟିରୁ ଜଣେ ଉଚ୍ଚଶିକ୍ଷିତ ନ ହୋଇଥିଲେ ମଧ୍ୟ ନିଜ କାର୍ଯ୍ୟ ବା ସେବା ପ୍ରତି ଏକନିଷ୍ଠ ହେବା ସହ ନିରନ୍ତରତା ବଜାୟ ରଖିଲେ ସଫଳତା ଅବଶ୍ୟମ୍ଭାବୀ। ଏଭଳି ଲୋକଙ୍କୁ ଖୋଜି ସମ୍ମାନିତ କରିବା ସହ ସେମାନଙ୍କ ସଂଘର୍ଷର କାହାଣୀ ଦୁନିଆ ଆଗରେ ଥୋଇଲେ ତାହା ଯୁବପିଢ଼ିକୁ ଅନୁପ୍ରାଣିତ କରିଥାଏ। ୨୭ ଜୁଲାଇରେ ଫଟୋ ଜର୍ନାଲିଷ୍ଟ ବସିତ୍‌ ଜାର୍ଗର ଶ୍ରୀନଗରରେ ଅବସ୍ଥାନ କରୁଥିବା କାଗଜମଣ୍ଡ ଛାଞ୍ଚ ଚିତ୍ରକର ମକ୍‌ବୁଲ୍‌ ଜାନ୍‌ଙ୍କ କଳାକୃତିକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିବା ପରେ ଅନେକ ହଜାର ଲାଇକ୍‌ସ ଓ ରିଟୁଇଟ୍‌ ହୋଇଥିବା ଦେଖିବାକୁ ମିଳିଥିଲା। କପଡ଼ା ଉପରେ ସାଂକେତିକ କଳାକୃତି ବହନ କରୁଥିବା ଶ୍ରୀନଗର ସହରର ମାନଚିତ୍ରକୁ ଶେଷ ସ୍ପର୍ଶ ଦେଉଥିବାର ଫଟୋ ତାଙ୍କ ଉନ୍ନତ କାରିଗରିର ପରିଚୟ ଦେଉଛି ବୋଲି ଦେଖଣାହାରି କହିବାକୁ ଲାଗିଛନ୍ତି।
ଶ୍ରୀନଗରର ମୋହଲ୍ଲା ଆଲମଗିରି ବଜାରରେ ଏକ କଶ୍ମୀର ପରିବାରରେ ଜାନ୍‌ଙ୍କ ଜନ୍ମ ୧୭ ଫେବୃୟାରୀ ୧୯୬୫ରେ। ତାଙ୍କୁ ଦୁଇ ବର୍ଷ ହୋଇଥିବା ବେଳେ ସେ ତାଙ୍କ କଳାକାର ପିତାଙ୍କୁ ହରାଇଥିଲେ। ଘରର ସମସ୍ତ ଦାୟିତ୍ୱ ମା’ଙ୍କ ଉପରେ ନ୍ୟସ୍ତ ହୋଇଥିଲା। ମା’ ଚରଖାରେ ସୂତା କାଟି ପରିବାର ପ୍ରତିପୋଷଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାହା ଘର ଚଳାଇବା ପାଇଁ ଯଥେଷ୍ଟ ହୋଇ ନ ଥିଲା। ପରିବାର ଆର୍ଥିକ ଅନଟନ ଦେଇ ଗତି କରୁଥିବାରୁ ଜାନ୍‌ ଷଷ୍ଠ ଯାଏ ପଢ଼ିବା ପରେ ସ୍କୁଲରୁ ସମ୍ପୂର୍ଣ୍ଣ ଛୁଟି ନେଇଯାଇଥିଲେ। ତା’ ପରେ ଅର୍ଥ ରୋଜଗାର କରିବା ଲାଗି ବିଭିନ୍ନ କାରଖାନାରେ କାମ କରିଥିଲେ। ତେବେ ପିତା ଛାଡ଼ିଯାଇଥିବା କଳାକୃତି ଦେଖି ସେ ସେଥିପ୍ରତି ଆକୃଷ୍ଟ ହୋଇଥିଲେ। ସେଥିରେ ରଙ୍ଗ ଦେଇ ନୂଆ ପରୀକ୍ଷଣ କରିବା ସହ କଳାତ୍ମକ କାରୁକାର୍ଯ୍ୟରେ ଅଭିନବତ୍ୱ ଆଣିବାକୁ ଚେଷ୍ଟା କରିଥିଲେ। ତେବେ ଛୋଟିଆ ଘର ହୋଇଥିବାରୁ ପରିବାରର ସମସ୍ତେ ଚଳପ୍ରଚଳ କରିବା ଲାଗି ଅସୁବିଧା ହେଉଥିବା ଦେଖି ଜାନ୍‌ ରାତିରେ କାରଖାନାରେ ଶୋଇଯାଉଥିଲେ। ସକାଳେ ଶ୍ରମିକ କାମକୁ ଆସିବା ପୂର୍ବରୁ ସେ ସେହି ସ୍ଥାନକୁ ସଫାସୁତୁରା କରିଦେଉଥିଲେ। ଏସବୁ କାର୍ଯ୍ୟକୁ କାରଖାନା ମାଲିକ ଓସ୍ତାଦ୍‌ ଗୁଲାମ ହାସନ୍‌ ଦେଖି ତାଙ୍କ କଠିନ ପରିଶ୍ରମ ଓ କଳାକୃତିକୁ ଚିହ୍ନିପାରିଥିଲେ। ସେହି ସମୟରେ ଜାନ୍‌ଙ୍କୁ ସେ ବ୍ୟବସାୟର କଳା ଶିଖାଇଥିଲେ। ଜଣେ କଳାକାରଙ୍କ ପାଇଁ ହାସନ୍‌ ଦେବଦୂତ ହୋଇ ସେଦିନ ଯେଉଁ ବଞ୍ଚତ୍ବାର କଳା ଶିଖାଇଥିଲେ ତାହାକୁ ଆଧାର କରି ଜାନ୍‌ ଆଗକୁ ଯିବାର ରାସ୍ତା ପାଇଥିଲେ। ତା’ ପରେ ପିତାଙ୍କ କଳାକୃତିରୁ ପୂର୍ବଜ୍ଞାନ ଅର୍ଜନ କରି ସେ ନିଜର ବ୍ୟବସାୟ ଆରମ୍ଭ କରିଦେଇଥିଲେ। ପେପିଅର୍‌ ମାକେ ବା କାଗଜମଣ୍ଡର ଛାଞ୍ଚରେ ଢଳାଯାଇ ପ୍ରସ୍ତୁତ ହୋଇଥିବା ବାକ୍ସ, ଥାଳି, ମୂର୍ତ୍ତି ଓ ମାଟିପାତ୍ରରେ ସେ ଯେଉଁ କଳାତ୍ମକ ଅଭିବ୍ୟକ୍ତି ପ୍ରକାଶ କଲେ, ତାହା ଗ୍ରାହକଙ୍କୁ ଆକୃଷ୍ଟ କଲା। ଉଲ୍ଲେଖଯୋଗ୍ୟ ଯେ, ପେପିଅର୍‌ ମାକେ ହେଉଛି ଚତୁର୍ଦ୍ଦଶ ଶତାବ୍ଦୀର ଏକ କଳାକୃତି। ପାର୍ସୀର ରହସ୍ୟବାଦୀ ମିର୍‌ ସୟଦ ଅଲ୍ଲୀ ହମ୍‌ଦାନି କଶ୍ମୀର ଉପତ୍ୟକାକୁ ପରିଭ୍ରମଣରେ ଆସିଥିବା ବେଳେ ସେ ଏଭଳି ଦକ୍ଷ କଳାକାରଙ୍କୁ ସେଠାରେ ନିୟୋଜିତ କରିଥିଲେ। କାଗଜମଣ୍ଡ ଅଠାଭଳି କାମ କରୁଥିବାରୁ କପଡ଼ା, ପଥର, କାଠର ଉପରିଭାଗରେ କାରିଗରମାନେ ଚିତ୍ର ଅଙ୍କନ କରି ତାହାକୁ ଅତ୍ୟନ୍ତ ଜୀବନ୍ତ କରିଦେଉଥିଲେ। ଅତି ସୁନ୍ଦର ଦିଶୁଥିବା ଏହିସବୁ ସାମଗ୍ରୀ ୫୦୦ ବର୍ଷ ଯାଏ ଅକ୍ଷୁଣ୍ଣ ରହିଥାଏ ବୋଲି ଜାନ୍‌ ମତ ଦିଅନ୍ତି। ତାଙ୍କ ଭାଇ, ଭଉଣୀ, ସ୍ତ୍ରୀ ଓ ପିଲାମାନେ ଏହି ବୃତ୍ତିରେ ଏବେ ନିୟୋଜିତ ଅଛନ୍ତି।
ଏହି କାରୁକାର୍ଯ୍ୟ ଲାଗି ଆବଶ୍ୟକ କଞ୍ଚାମାଲ ଅତି ଉନ୍ନତ ମାନର ହେବା ସହ ଡିଜାଇନ୍‌ ଓ ସୂକ୍ଷ୍ମତାରେ ଜାନ୍‌ କଦାପି ସାଲିସ କରି ନାହାନ୍ତି। ନିରିଠେଇ କାମ କଲା ବେଳେ ସେ କେତେ ଯେ ନିଦ୍ରାବିହୀନ ରାତି ବିତାଇଛନ୍ତି ତାହାର ହିସାବ ରଖିନାହାନ୍ତି ବୋଲି କହିଛନ୍ତି। ସେ ଏହି ଅନନ୍ୟ କଶ୍ମୀର କଳାକୁ ଉଜ୍ଜୀବିତ ରଖିବା ସକାଶେ କଳାକାରଙ୍କୁ ପ୍ରଶିକ୍ଷଣ ଦେଇଚାଲିଛନ୍ତି। ରାଜ୍ୟ ସରକାରଙ୍କଠାରୁ ଏଥିଲାଗି ସେ ୪ଟି ପୁରସ୍କାର ପାଇଥିବା ବେଳେ ୨୦୦୭-୨୦୦୮ରେ ୟୁନେସ୍କୋ ସିଲ୍‌ ଅଫ୍‌ ଏକ୍ସିଲେନ୍ସ ଫର୍‌ ହ୍ୟାଣ୍ଡିକ୍ରାଫ୍ଟସ୍‌ରେ ସମ୍ମାନିତ ହୋଇଥିଲେ। ତେବେ ଏହି କଳା ବ୍ୟବହାର କରି ଶ୍ରୀନଗର ସହରର ମାନଚିତ୍ରରେ ଭୂଦୃଶ୍ୟ, ଶିଖରା ଡଙ୍ଗା, ମୋଗଲ ସ୍ଥାପତ୍ୟ, ଚିନାର ବୃକ୍ଷ, ଶତାବ୍ଦୀବ୍ୟାପୀ ହସ୍ତକଳା ଓ ଡାଲ୍‌ ହ୍ରଦକୁ ସେ ସନ୍ନିବେଶିତ କରିବା ଲାଗି ବର୍ଷେ ତଳୁ କାମ ଆରମ୍ଭ କରି ତାହାକୁ ଶେଷ ଛୁଆଁ ଦେବାରେ ଲାଗି ପଡ଼ିଛନ୍ତି। ଜାନ୍‌ଙ୍କ ଜୀବନର ଇଚ୍ଛା ତାଙ୍କ କଳାକୃତି ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା କାନ୍ଥରେ କେବେ ସ୍ଥାନ ପାଇବ। ସେତିକି ହୋଇପାରିଲେ ଦେଶ ପ୍ରତି ତାହା ତାଙ୍କର ଶ୍ରେଷ୍ଠ ଅବଦାନ ହେବ ବୋଲି ସେ କହିଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri