କଳାର ମାନଚିତ୍ରକର

ଜୀବନରେ ପ୍ରସିଦ୍ଧିଲାଭ ପାଇଁ ଅଧିକ ପାଠପଢ଼ା ଏକମାତ୍ର ସୋପାନ ହୋଇ ନ ପାରେ। ପୃଥିବୀବ୍ୟାପୀ ଏହାର ଅସଂଖ୍ୟ ଦୃଷ୍ଟାନ୍ତ ରହିଛି। ଅର୍ଥାତ୍‌ ଲୌକିକ ଦୃଷ୍ଟିରୁ ଜଣେ ଉଚ୍ଚଶିକ୍ଷିତ ନ ହୋଇଥିଲେ ମଧ୍ୟ ନିଜ କାର୍ଯ୍ୟ ବା ସେବା ପ୍ରତି ଏକନିଷ୍ଠ ହେବା ସହ ନିରନ୍ତରତା ବଜାୟ ରଖିଲେ ସଫଳତା ଅବଶ୍ୟମ୍ଭାବୀ। ଏଭଳି ଲୋକଙ୍କୁ ଖୋଜି ସମ୍ମାନିତ କରିବା ସହ ସେମାନଙ୍କ ସଂଘର୍ଷର କାହାଣୀ ଦୁନିଆ ଆଗରେ ଥୋଇଲେ ତାହା ଯୁବପିଢ଼ିକୁ ଅନୁପ୍ରାଣିତ କରିଥାଏ। ୨୭ ଜୁଲାଇରେ ଫଟୋ ଜର୍ନାଲିଷ୍ଟ ବସିତ୍‌ ଜାର୍ଗର ଶ୍ରୀନଗରରେ ଅବସ୍ଥାନ କରୁଥିବା କାଗଜମଣ୍ଡ ଛାଞ୍ଚ ଚିତ୍ରକର ମକ୍‌ବୁଲ୍‌ ଜାନ୍‌ଙ୍କ କଳାକୃତିକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିବା ପରେ ଅନେକ ହଜାର ଲାଇକ୍‌ସ ଓ ରିଟୁଇଟ୍‌ ହୋଇଥିବା ଦେଖିବାକୁ ମିଳିଥିଲା। କପଡ଼ା ଉପରେ ସାଂକେତିକ କଳାକୃତି ବହନ କରୁଥିବା ଶ୍ରୀନଗର ସହରର ମାନଚିତ୍ରକୁ ଶେଷ ସ୍ପର୍ଶ ଦେଉଥିବାର ଫଟୋ ତାଙ୍କ ଉନ୍ନତ କାରିଗରିର ପରିଚୟ ଦେଉଛି ବୋଲି ଦେଖଣାହାରି କହିବାକୁ ଲାଗିଛନ୍ତି।
ଶ୍ରୀନଗରର ମୋହଲ୍ଲା ଆଲମଗିରି ବଜାରରେ ଏକ କଶ୍ମୀର ପରିବାରରେ ଜାନ୍‌ଙ୍କ ଜନ୍ମ ୧୭ ଫେବୃୟାରୀ ୧୯୬୫ରେ। ତାଙ୍କୁ ଦୁଇ ବର୍ଷ ହୋଇଥିବା ବେଳେ ସେ ତାଙ୍କ କଳାକାର ପିତାଙ୍କୁ ହରାଇଥିଲେ। ଘରର ସମସ୍ତ ଦାୟିତ୍ୱ ମା’ଙ୍କ ଉପରେ ନ୍ୟସ୍ତ ହୋଇଥିଲା। ମା’ ଚରଖାରେ ସୂତା କାଟି ପରିବାର ପ୍ରତିପୋଷଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାହା ଘର ଚଳାଇବା ପାଇଁ ଯଥେଷ୍ଟ ହୋଇ ନ ଥିଲା। ପରିବାର ଆର୍ଥିକ ଅନଟନ ଦେଇ ଗତି କରୁଥିବାରୁ ଜାନ୍‌ ଷଷ୍ଠ ଯାଏ ପଢ଼ିବା ପରେ ସ୍କୁଲରୁ ସମ୍ପୂର୍ଣ୍ଣ ଛୁଟି ନେଇଯାଇଥିଲେ। ତା’ ପରେ ଅର୍ଥ ରୋଜଗାର କରିବା ଲାଗି ବିଭିନ୍ନ କାରଖାନାରେ କାମ କରିଥିଲେ। ତେବେ ପିତା ଛାଡ଼ିଯାଇଥିବା କଳାକୃତି ଦେଖି ସେ ସେଥିପ୍ରତି ଆକୃଷ୍ଟ ହୋଇଥିଲେ। ସେଥିରେ ରଙ୍ଗ ଦେଇ ନୂଆ ପରୀକ୍ଷଣ କରିବା ସହ କଳାତ୍ମକ କାରୁକାର୍ଯ୍ୟରେ ଅଭିନବତ୍ୱ ଆଣିବାକୁ ଚେଷ୍ଟା କରିଥିଲେ। ତେବେ ଛୋଟିଆ ଘର ହୋଇଥିବାରୁ ପରିବାରର ସମସ୍ତେ ଚଳପ୍ରଚଳ କରିବା ଲାଗି ଅସୁବିଧା ହେଉଥିବା ଦେଖି ଜାନ୍‌ ରାତିରେ କାରଖାନାରେ ଶୋଇଯାଉଥିଲେ। ସକାଳେ ଶ୍ରମିକ କାମକୁ ଆସିବା ପୂର୍ବରୁ ସେ ସେହି ସ୍ଥାନକୁ ସଫାସୁତୁରା କରିଦେଉଥିଲେ। ଏସବୁ କାର୍ଯ୍ୟକୁ କାରଖାନା ମାଲିକ ଓସ୍ତାଦ୍‌ ଗୁଲାମ ହାସନ୍‌ ଦେଖି ତାଙ୍କ କଠିନ ପରିଶ୍ରମ ଓ କଳାକୃତିକୁ ଚିହ୍ନିପାରିଥିଲେ। ସେହି ସମୟରେ ଜାନ୍‌ଙ୍କୁ ସେ ବ୍ୟବସାୟର କଳା ଶିଖାଇଥିଲେ। ଜଣେ କଳାକାରଙ୍କ ପାଇଁ ହାସନ୍‌ ଦେବଦୂତ ହୋଇ ସେଦିନ ଯେଉଁ ବଞ୍ଚତ୍ବାର କଳା ଶିଖାଇଥିଲେ ତାହାକୁ ଆଧାର କରି ଜାନ୍‌ ଆଗକୁ ଯିବାର ରାସ୍ତା ପାଇଥିଲେ। ତା’ ପରେ ପିତାଙ୍କ କଳାକୃତିରୁ ପୂର୍ବଜ୍ଞାନ ଅର୍ଜନ କରି ସେ ନିଜର ବ୍ୟବସାୟ ଆରମ୍ଭ କରିଦେଇଥିଲେ। ପେପିଅର୍‌ ମାକେ ବା କାଗଜମଣ୍ଡର ଛାଞ୍ଚରେ ଢଳାଯାଇ ପ୍ରସ୍ତୁତ ହୋଇଥିବା ବାକ୍ସ, ଥାଳି, ମୂର୍ତ୍ତି ଓ ମାଟିପାତ୍ରରେ ସେ ଯେଉଁ କଳାତ୍ମକ ଅଭିବ୍ୟକ୍ତି ପ୍ରକାଶ କଲେ, ତାହା ଗ୍ରାହକଙ୍କୁ ଆକୃଷ୍ଟ କଲା। ଉଲ୍ଲେଖଯୋଗ୍ୟ ଯେ, ପେପିଅର୍‌ ମାକେ ହେଉଛି ଚତୁର୍ଦ୍ଦଶ ଶତାବ୍ଦୀର ଏକ କଳାକୃତି। ପାର୍ସୀର ରହସ୍ୟବାଦୀ ମିର୍‌ ସୟଦ ଅଲ୍ଲୀ ହମ୍‌ଦାନି କଶ୍ମୀର ଉପତ୍ୟକାକୁ ପରିଭ୍ରମଣରେ ଆସିଥିବା ବେଳେ ସେ ଏଭଳି ଦକ୍ଷ କଳାକାରଙ୍କୁ ସେଠାରେ ନିୟୋଜିତ କରିଥିଲେ। କାଗଜମଣ୍ଡ ଅଠାଭଳି କାମ କରୁଥିବାରୁ କପଡ଼ା, ପଥର, କାଠର ଉପରିଭାଗରେ କାରିଗରମାନେ ଚିତ୍ର ଅଙ୍କନ କରି ତାହାକୁ ଅତ୍ୟନ୍ତ ଜୀବନ୍ତ କରିଦେଉଥିଲେ। ଅତି ସୁନ୍ଦର ଦିଶୁଥିବା ଏହିସବୁ ସାମଗ୍ରୀ ୫୦୦ ବର୍ଷ ଯାଏ ଅକ୍ଷୁଣ୍ଣ ରହିଥାଏ ବୋଲି ଜାନ୍‌ ମତ ଦିଅନ୍ତି। ତାଙ୍କ ଭାଇ, ଭଉଣୀ, ସ୍ତ୍ରୀ ଓ ପିଲାମାନେ ଏହି ବୃତ୍ତିରେ ଏବେ ନିୟୋଜିତ ଅଛନ୍ତି।
ଏହି କାରୁକାର୍ଯ୍ୟ ଲାଗି ଆବଶ୍ୟକ କଞ୍ଚାମାଲ ଅତି ଉନ୍ନତ ମାନର ହେବା ସହ ଡିଜାଇନ୍‌ ଓ ସୂକ୍ଷ୍ମତାରେ ଜାନ୍‌ କଦାପି ସାଲିସ କରି ନାହାନ୍ତି। ନିରିଠେଇ କାମ କଲା ବେଳେ ସେ କେତେ ଯେ ନିଦ୍ରାବିହୀନ ରାତି ବିତାଇଛନ୍ତି ତାହାର ହିସାବ ରଖିନାହାନ୍ତି ବୋଲି କହିଛନ୍ତି। ସେ ଏହି ଅନନ୍ୟ କଶ୍ମୀର କଳାକୁ ଉଜ୍ଜୀବିତ ରଖିବା ସକାଶେ କଳାକାରଙ୍କୁ ପ୍ରଶିକ୍ଷଣ ଦେଇଚାଲିଛନ୍ତି। ରାଜ୍ୟ ସରକାରଙ୍କଠାରୁ ଏଥିଲାଗି ସେ ୪ଟି ପୁରସ୍କାର ପାଇଥିବା ବେଳେ ୨୦୦୭-୨୦୦୮ରେ ୟୁନେସ୍କୋ ସିଲ୍‌ ଅଫ୍‌ ଏକ୍ସିଲେନ୍ସ ଫର୍‌ ହ୍ୟାଣ୍ଡିକ୍ରାଫ୍ଟସ୍‌ରେ ସମ୍ମାନିତ ହୋଇଥିଲେ। ତେବେ ଏହି କଳା ବ୍ୟବହାର କରି ଶ୍ରୀନଗର ସହରର ମାନଚିତ୍ରରେ ଭୂଦୃଶ୍ୟ, ଶିଖରା ଡଙ୍ଗା, ମୋଗଲ ସ୍ଥାପତ୍ୟ, ଚିନାର ବୃକ୍ଷ, ଶତାବ୍ଦୀବ୍ୟାପୀ ହସ୍ତକଳା ଓ ଡାଲ୍‌ ହ୍ରଦକୁ ସେ ସନ୍ନିବେଶିତ କରିବା ଲାଗି ବର୍ଷେ ତଳୁ କାମ ଆରମ୍ଭ କରି ତାହାକୁ ଶେଷ ଛୁଆଁ ଦେବାରେ ଲାଗି ପଡ଼ିଛନ୍ତି। ଜାନ୍‌ଙ୍କ ଜୀବନର ଇଚ୍ଛା ତାଙ୍କ କଳାକୃତି ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା କାନ୍ଥରେ କେବେ ସ୍ଥାନ ପାଇବ। ସେତିକି ହୋଇପାରିଲେ ଦେଶ ପ୍ରତି ତାହା ତାଙ୍କର ଶ୍ରେଷ୍ଠ ଅବଦାନ ହେବ ବୋଲି ସେ କହିଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?