ବ୍ୟାନର ମାରି ଉପସ୍ଥିତି ଦର୍ଶାଇଲେ ମାଓବାଦୀ: ଆତଙ୍କିତ ନ ହେବାକୁ….

ରାୟଗଡ଼ା/କଲ୍ୟାଣସିଂହପୁର,୧୪।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ମାଓବାଦୀ ନେତା ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ଜଣ ମାଓବାଦୀ ଆତ୍ମସମର୍ପଣ ପରେ ରାୟଗଡ଼ା ଜିଲା ଏକ ପ୍ରକାର ମାଓମୁକ୍ତ ଅଞ୍ଚଳ ହୋଇଥିବା ନେଇ ପୋଲିସ ଆଶ୍ୱସ୍ତି ପ୍ରକାଶ କରିଥିଲା। ହେଲେ ଠିକ୍‌ ଏହାର ସପ୍ତାହ ପରେ ଶୁକ୍ରବାର ପୁଣି ଥରେ ରାୟଗଡ଼ା ଜିଲାର ୩ଟି ସ୍ଥାନରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏହି ବ୍ୟାନର ମାରି ମାଓବାଦୀମାନେ ଜିଲାରେ ନିଜ ଉପସ୍ଥିତି ଜାହିର କରିଛନ୍ତି।
ରାୟଗଡ଼ା ସହର ଉପକଣ୍ଠ ବାଇସିଂ ପଞ୍ଚାୟତ ଧୁମାଗୁଡ଼ା ବସ୍‌ଷ୍ଟପ, ଚାନ୍ଦିଲି ଥାନା ଅଧୀନ ପାଇକପଡ଼ା ଓ କଲ୍ୟାଣସିଂହପୁର ବ୍ଲକ୍‌ର ବୁଡ଼ାଗୁଡ଼ା ପଞ୍ଚାୟତ କୁମ୍ଭାଗୁଡ଼ା ଛକରେ ମାଓବାଦୀ ବ୍ୟାନର ଲାଗିଥିଲା। ଭ୍ୟୁ ପଏଣ୍ଟକୁ ଲୋକେ ମନର୍ିଂ ୱାକ୍‌ରେ ଯିବା ସମୟରେ ଧୁମାଗୁଡ଼ା ବସ୍‌ଷ୍ଟପ୍‌ରେ ସିପିଆଇ ମାଓବାଦୀ ସଙ୍ଗଠନ ପକ୍ଷରୁ ବ୍ୟାନର ଲାଗିଥିବା ଦେଖିବାକୁ ପାଇଥିଲେ। ସମସ୍ତ ବ୍ୟାନରରେ ଏକପ୍ରକାର ତଥ୍ୟ ରହିଛି। ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା, ଆଜାଦ୍‌, ଉଦୟ ଓ ନିଖିଲ ଆଦିବାସୀ ନ ଥିଲେ। ସେମାନେ ଆଦିବାସୀଙ୍କୁ ମାଓବାଦୀ ସଙ୍ଗଠନରେ ସାମିଲ କରାଇ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ ବୋଲି ଉକ୍ତ ବ୍ୟାନରରେ ଉଲ୍ଲେଖ ରହିଛି। ଏହାର ଜବାବ ଏବେ ଦେବା ପାଇଁ ପ୍ରସ୍ତୁତ ଅଛୁ ବୋଲି ସିପିଆଇ ମାଓବାଦୀ ରାଜ୍ୟ ସମ୍ପାଦକ ମେଘ ଜାନୀ ଏବଂ ଡଂବାଇ ମାଝି ଦାବି କରିଥିବା ଉକ୍ତ ବ୍ୟାନରରେ ଉଲ୍ଲେଖ ରହିଛି। ଏଥିସହ କେବିକେ ଡିଭିଜନରେ ରହିଥିବା ଉତ୍କଳ ଆଲୁମିନା ଏବଂ ଆଦିତ୍ୟ ବିର୍ଲା ସମେତ ଅନ୍ୟ କମ୍ପାନୀ ଆଦିବାସୀଙ୍କୁ ଶୋଷଣ କରିବାରୁ ନିବୃତ ରୁହନ୍ତ ବୋଲି ଚେତାବନୀ ଦିଆଯାଇଛି। ମାଓବାଦୀ ବ୍ୟାନର ଲାଗିଥିବା ଖବରପାଇ ସିଆର୍‌ପିଏଫ୍‌ ଯବାନଙ୍କ ସମେତ ବମ୍‌ ସ୍କ୍ବାଡ୍‌ ସେଠାରେ ପହଞ୍ଚତ୍ ବ୍ୟାନରକୁ ବାହାରକରିବା ସହ ଆଖପାଖ ସ୍ଥାନରେ ତନାଘନା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ଶେଷଖାଲ ପୋଲିସ ମଧ୍ୟ ଖବରପାଇ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଯାଞ୍ଚକରିବା ସହ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ପାଇକପଡ଼ା ଏବଂ କୁମ୍ଭାରଗୁଡ଼ା ଛକରେ ଲାଗିଥିବା ମାଓବାଦୀ ବ୍ୟାନର ମଧ୍ୟ ପୋଲିସ ଜବତ କରିଛି। ମାଓବାଦୀ ବ୍ୟାନର ଜବତ ପରେ ଅତିରିକ୍ତ ଏସ୍‌ପି ଅମୂଲ୍ୟ ଧର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହା ଅସଲି କି ନକଲି ତାହାର ତଦନ୍ତ କରାଯାଉଛି। କେହି ଆତଙ୍କିତ ନ ହେବା ପାଇଁ ସେ ଅନୁରୋଧ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?