ଜଙ୍ଗଲରେ କ୍ୟାମ୍ପ ଠାବ: ଛତ୍ରଭଙ୍ଗ ଦେଲେ ମାଓବାଦୀ

ବଲାଙ୍ଗୀର,୧୬।୫(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲାର ଛତରଦାଣ୍ଡି ଓ ଗନ୍ଧମାର୍ଦନ ପାହାଡ଼ରେ ଦୁଇଟି ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ଖପ୍ରାଖୋଲ, ଲାଠୋର ଓ ତୁରେକେଲା ଥାନା ଅଞ୍ଚଳର ଡିଭିଏଫ ଟିମ ପକ୍ଷରୁ ସ୍ବତନ୍ତ୍ର ସର୍ଚ୍ଚ ଅପରେଶନ ବେଳେ ଏହି ଦୁଇ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ଡିଭିଏଫ ଟିମ ଦୁଇ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ଟିଫିନ ବୋମା, ମାଓବାଦୀ ସାହିତ୍ୟ, ଲୁଗାପଟା, ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ତେବେ ମାଓବାଦୀମାନେ ସେଠାରୁ ଫେରାର ହେବାକୁ ସକ୍ଷମ ହୋଇଛନ୍ତି। ବଲାଙ୍ଗୀର ଏସପି ଅଭିଳାଷ ଜି ଶୁକ୍ରବାର ରିଜର୍ଭ ପୋଲିସ କାର୍ଯ୍ୟଳୟରେ ପ୍ରେସ ମିଟ କରି ମାଓବାଦୀ ଅପରେଶନ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗନ୍ଧମାର୍ଦ୍ଦନ ପାହାଡ଼ ଓ ଛତରଦାଣ୍ଡି ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରିଥିବା ଜଣାପଡ଼ିବା ପରେ ସେଠାରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତା ଚାଲିଯିବା ପରେ ଏ କେମିତି ଅବସ୍ଥା! ଖଟ ତଳେ ଲୁଚିଥିଲେ ଟିଏମସି ନେତା, ହଠାତ୍‌ ପହଞ୍ଚିଲା ପୋଲିସ, ଭିଡିଓ ଦେଖନ୍ତୁ…

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ହାଇଡ୍ରାମା ଦେଖିବାକୁ ମିଳୁଛି। ବର୍ତ୍ତମାନ କୁଚବିହାର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ଗିରଫ ହେବେ ଖାନ୍‌ ସାର? କୋଚିଂ ସେଣ୍ଟରରେ ଫାୟାରିଂକୁ ନେଇ ସୁରକ୍ଷାକର୍ମୀଙ୍କ ସାଂଘାତିକ ଖୁଲାସା

ପାଟନା,୪।୬: ପାଟନାରୁ ଏହି ସମୟର ଏକ ବଡ଼ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ଏଜୁକେଟର ଖାନ ସାର୍‌ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୂଚନା ଅନୁଯାୟୀ,…

ଘେରିଲେଣି ବିରୋଧି, କହିଲେ ନିଶାନ୍ତ କାହିଁକି ‘ନିରବ’? ମୁଜାଫରପୁର ହସ୍ପିଟାଲ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ପରେ…

ପାଟନା,୪।୬: ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ବିହାରର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ICU ଅଗ୍ନିକାଣ୍ଡରେ ପାଞ୍ଚ ଜଣ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଅକ୍ଟୋବର ୧ରୁ ଏସବୁ ଗାଡ଼ିକୁ ମିଳିବନି ପେଟ୍ରୋଲ-ଡିଜେଲ କି CNG, ନୂଆ ନିୟମ ଲାଗୁ

ନୂଆଦିଲ୍ଲୀ,୪।୬: ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (NCR) ରେ ବାୟୁ ପ୍ରଦୂଷଣ ବିରୋଧରେ ଏକ ର୍ନିଣ୍ଣାୟକ ଏବଂ ବଡ଼ ପଦକ୍ଷେପ ଗ୍ରହଣ କରି ରାଜ୍ୟ ସରକାର ‘No PUCC,…

ଜିତିଲା ଆମେରିକା, ଇରାନ ଉପରେ ଆଉ କରିବ ନାହିଁ ଆକ୍ରମଣ; ମାର୍କୋ ରୁବିଓ କହିଛନ୍ତି: ‘ଅପରେଶନ ଏପିକ ଫ୍ୟୁରି ଶେଷ’

ଓ୍ବାଶିଂଟନ,୪।୬: ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ବୁଧବାର ପୁଣି ଥରେ ଦାବି କରିଛନ୍ତି ଯେ ଇରାନ ସହିତ ଯୁଦ୍ଧ ଶେଷ ହୋଇଛି। ବିପରୀତରେ, ଘାତକ ଆକ୍ରମଣ…

କୋର୍ଟ ମ୍ୟାରେଜ୍‌ କରୁଛନ୍ତି କି? ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ ହୁଏ…

ନୂଆଦିଲ୍ଲୀ,୪।୬: ଆମ ମଧ୍ୟରୁ ଅନେକ ଲୋକ କୋର୍ଟ ମ୍ୟାରେଜ (Court Marriage) କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ…

ମୃତ୍ୟୁର ୪ ମାସ ପରେ ଖାମେନେଇଙ୍କର ହେବ ଅନ୍ତିମ ସଂସ୍କାର! ବାହାରିବ ପାର୍ଥିବ ଶରୀରର ଶୋଭାଯାତ୍ରା

ତେହରାନ,୪।୬: ହତ୍ୟାର ପ୍ରାୟ ଚାରି ମାସ ପରେ, ଇରାନର ସ୍ବର୍ଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଇରାନର ମଶାଦ ସହରସ୍ଥିତ ଇମାମ ରେଜାଙ୍କ ମଠ ନିକଟରେ…

ଘରେ ଥିଲାବେଳେ ଫାଟିଲା AC, ଆଉ ତାପରେ…

ବଲାଙ୍ଗୀର,୪।୬( ସୁନିଲ କୁମାର ମହାନ୍ତି): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ଏସି ।ଏସିଟି ବ୍ଳାଷ୍ଟ ହେବା ପରେ ଉକ୍ତ ଘରେ ଥିବା ଏକ ଚାରିଚକିଆ ଗାଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri