ନାନା ମୁନି, ନାନା ମତ

ଅନୀତା ପଟ୍ଟନାୟକ

 

ବେଦରେ ସୁନ୍ଦର ଭାବରେ ବର୍ଣ୍ଣନା କରି କୁହାଯାଇଛି ଯେ – ‘ଏକଂ ସତ୍‌ ବିପ୍ରା ବହୁଧା ଭବନ୍ତି’ ଏହାର ଅର୍ଥ ସତ୍ୟ ହିଁ ଏକ କିନ୍ତୁ ଜ୍ଞାନୀ ବା ପଣ୍ଡିତମାନେ ଏହାକୁ ବିଭିନ୍ନ ପ୍ରକାର ବର୍ଣ୍ଣନା କରିଛନ୍ତି। ସମସ୍ତଙ୍କୁ ଗଳ୍ପ ପଢ଼ିବାକୁ ଭାରି ଭଲ ଲାଗେ। ସବୁ ବର୍ଗର ଲୋକଙ୍କୁ କ୍ଷୁଦ୍ରଗଳ୍ପ ଖୁବ୍‌ ସୁନ୍ଦର ଓ ମଧୁର ଲାଗେ। ସେଥିପାଇଁ ଯୋଗୀ ସନ୍ନ୍ୟାସୀ, ଅବତାରୀ ପୁରୁଷମାନେ ପରମ ସତ୍ୟକୁ ବୁଝାଇବା ସମୟରେ ମୂଲ୍ୟବୋଧଭିତ୍ତିକ ଗଳ୍ପର ସାହାଯ୍ୟ ନେଇଥାନ୍ତି। ଦିନେ ଆମକୁ ଦର୍ଶନଶାସ୍ତ୍ର ଶିକ୍ଷା ଦେଉଥିବା ଶିକ୍ଷକ ଆମ ଶ୍ରେଣୀଗୃହରେ ‘ଆମେ କେଉଁଠାରୁ ଆସିଛୁ? କେଉଁଠାକୁ ଯିବୁ? ଆମର ଜୀବନର ଉଦ୍ଦେଶ୍ୟ କ’ଣ?’ ବିଷୟଟିକୁ ଉପସ୍ଥାପନ କଲେ। ଆମଠାରୁ ପ୍ରଶ୍ନୋତ୍ତର ମାଧ୍ୟମରେ ସେ ଉତ୍ତର ଆଦାୟ କରିବାକୁ ଚେଷ୍ଟା କରି ପରବର୍ତ୍ତୀ କ୍ଲାସ୍‌ରେ ଏହାର ଉତ୍ତର ଦେବାକୁ କହିଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏହାଥିଲା ଯେ ସେ ପରବର୍ତ୍ତୀ କ୍ଲାସ ନେବା ପୂର୍ବରୁ ତାଙ୍କର ବଦଳି ହୋଇଯାଇଥିଲା। କିନ୍ତୁ ଶ୍ରେଣୀଗୃହରେ ସେ ଯେଉଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରଖିଥିଲେ ତାହା ଆଜି ବି ମୋର ମନେଅଛି। ସେହି ପୂଜ୍ୟ ଗୁରୁଙ୍କର ପ୍ରଶ୍ନ ଓ ଉତ୍ତର ମୁଁ ଆନନ୍ଦର ସହ ନିମ୍ନରେ ବର୍ଣ୍ଣନା କରୁଛି। ପାଠିକା ପାଠକମାନଙ୍କୁ ଅନୁରୋଧ ଏହି ପ୍ରଶ୍ନୋତ୍ତର ପଢ଼ି କେଉଁଟି ଠିକ୍‌ ଉତ୍ତର ତାହା ଜଣାଇଲେ ମୁଁ ଆନନ୍ଦିତ ହେବି।
ଶିକ୍ଷକ ସେହିଦିନ କହିଥିଲେ ଯେ ଜ୍ଞାନୀ ଗୁଣୀ ଲୋକମାନେ ଚିରନ୍ତନ ସତ୍ୟର ଅନୁସନ୍ଧାନକୁ ସେମାନଙ୍କର ମାନସିକ ଚିନ୍ତାଧାରା ସ୍ତରକୁ ନେଇ ପରିପ୍ରକାଶିତ କରିଥାନ୍ତି। ଶିକ୍ଷକ ଏହିପରି ଭାବରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିଥିଲେ। ଶ୍ରେଣୀଗୃହର ସବୁଠାରୁ ଭଲପିଲା ସଞ୍ଜୟକୁ ଆମ ଶ୍ରେଣୀର ଧୃତରାଷ୍ଟ୍ର ବୋଲି ଏକ ପିଲାକୁ ଏହି ପ୍ରଶ୍ନ ପଚାରିବାକୁ କହିଲେ ଯଥା – ସେ କେଉଁଠାରୁ ଆସିଛି? କେଉଁଠାକୁ ଯିବ ଓ ତା’ର ଜୀବନର ଉଦ୍ଦେଶ୍ୟ କ’ଣ? ଧୃତରାଷ୍ଟ୍ର ଉତ୍ତର ଦେଲା – ‘ମୁଁ ମାମୁଘରୁ ଆସିଛି। ବଜାରକୁ ଯିବି, ଫଳ କିଣିବା ମୋର ଉଦ୍ଦେଶ୍ୟ’। ଶିକ୍ଷକ ଏଥର ଶ୍ରେଣୀର ଅନ୍ୟ ଜଣେ ଛାତ୍ର ଅର୍ଜୁନକୁ ଶ୍ରେଣୀର – ଅନ୍ୟ ଏକ ଛାତ୍ର ଭୀଷ୍ମକୁ ପ୍ରଶ୍ନ ପଚାରିବାକୁ କହିଲେ। ଭୀଷ୍ମ ନିଜର ଉତ୍ତର ରଖି କହିଲା – ‘ମୁଁ ମା’ବାପାଙ୍କ ପାଖରୁ ଆସିଛି। ମୋର ଜୀବନ ମୋର ଭାଗ୍ୟକୁ ନେଇ ଚାଲିଛି। ମୋର ଜୀବନର ଲକ୍ଷ୍ୟ ହେଉଛି ଯେ ମୁଁ ଏ ସଂସାରରେ ଯାହା ପାଇଛି ବା ପାଇବି ତା’ଠାରୁ ଅଧିକ କିଛି ଏ ସଂସାରକୁ ଦେବି। ମୋ ଜୀବନର ଲକ୍ଷ୍ୟ।’ ଏଥର ଶିକ୍ଷକ ଶ୍ରେଣୀର ଛାତ୍ର ପଦ୍ମପାଦକୁ ସେହି ଶ୍ରେଣୀର ଛାତ୍ର ଶଙ୍କରକୁ ଅନୁରୂପ ପ୍ରଶ୍ନ ପଚାରିବାକୁ କହିଲେ। ପଦ୍ମପାଦ ଅତ୍ୟନ୍ତ ନମ୍ରତାର ସହିତ ଉତ୍ତର ଦେଇ କହିଲା ‘ମୁଁ ପୂର୍ଣ୍ଣତାରୁ ଆସିଛି। ପୂର୍ଣ୍ଣତା ଆଡ଼କୁ ଯାଉଛି। ମୁଁ ବର୍ତ୍ତମାନ ପୂର୍ଣ୍ଣତାକୁ ଉପଲବ୍ଧି କରୁଛି। ଏହା ହିଁ ମୋର ଦୈନନ୍ଦିନ ଜୀବନ ଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।’ ଏଥର ଶିକ୍ଷକ ସେହି ପ୍ରଶ୍ନଟିକୁ ଆମ ଶ୍ରେଣୀର ଅନ୍ୟ ଜଣେ ଛାତ୍ର ବିବେକାନନ୍ଦକୁ ବୁଦ୍ଧ ନାମକ ଅନ୍ୟ ଏକ ଛାତ୍ରକୁ ପଚାରିବାକୁ କହିଲେ। ବୁଦ୍ଧ ମୁଦ୍ରିତ ଚକ୍ଷୁରେ ଉତ୍ତର ରଖି କହିଲା ‘ମୁଁ ଶୂନ୍ୟତାରୁ ଆସିଛି। ଶୂନ୍ୟତା ଆଡ଼କୁ ଯାଉଛି ଓ ଶୂନ୍ୟତା ହିଁ ମୋ ଜୀବନର ଏକ ମାତ୍ର ଲକ୍ଷ୍ୟ।’ ଏଥର ଶିକ୍ଷକ ଶ୍ରେଣୀର ଅନ୍ୟ ଜଣେ ଛାତ୍ର ହସ୍ତମଳକକୁ ତ୍ରୋଟକ ନାମକ ଏକ ଛାତ୍ରକୁ ଏହି ପ୍ରଶ୍ନ ପଚାରିବାକୁ କହିଲେ। ତ୍ରୋଟକ ପ୍ରେମପୂର୍ଣ୍ଣ ଭାବେ ଉତ୍ତର ଦେଇ କହିଲେ ‘ମୁଁ ଆସିନାହିଁ। ମୁଁ କେଉଁଠାକୁ ଯାଉନାହିଁ। ତେଣୁ ମୋର ଜୀବନର ଲକ୍ଷ୍ୟ ନାହିଁ।’ ଏଥର ଶିକ୍ଷକ ଆମ ଶ୍ରେଣୀର ସତ୍ୟବନ୍ତ ଓ ଧୀରସ୍ଥିର ଛାତ୍ର ଯୁଧିଷ୍ଠିରକୁ ସେହି ଶ୍ରେଣୀର ଅନ୍ୟ ଜଣେ ଛାତ୍ର କୃଷ୍ଣକୁ ଅନୁରୂପ ପ୍ରଶ୍ନ ପଚାରିବାକୁ କହିଲେ। କୃଷ୍ଣ ଉତ୍ତର ଦେବା ଭଙ୍ଗୀରେ ଠିଆ ହେଲେ। କିନ୍ତୁ ଏ କ’ଣ? ତାଙ୍କର କୌଣସି ଉତ୍ତର ନ ଥିଲା। କେବଳ ଥିଲା ‘ସ୍ମିତହାସ୍ୟ’ ଶିକ୍ଷକ କହିଲେ କୃଷ୍ଣ ଏହି ପ୍ରଶ୍ନର ଉତ୍ତର କ’ଣ କେବଳ ସ୍ମିତହାସ୍ୟ। ସେ ଉତ୍ତର ଦେଇଥିଲେ ‘ହଁ ସାର୍‌’।
ଏଥର ପଲ୍ଲବୀକୁ ମତେ ସେହି ପ୍ରଶ୍ନ ପଚାରିବାକୁ କହିଲେ, ମୁଁ ଉତ୍ତରରେ କହିଲି ‘ମୁଁ ନିରାକାର ଥିଲି, ମାତୃଗର୍ଭରେ ଧୀରେ ଧୀରେ ମୁଁ ଆକାର ନେଲି। ପ୍ରତିଦିନ ମୋର ଚେଷ୍ଟା ହେଉଛି ମୋର ଏହି ଆକାରକୁ ଛାଡ଼ି ମୁଁ କିପରି ନିରାକାର ହୋଇଯିବି। ମୋର ଜୀବନର ଲକ୍ଷ୍ୟ ହେଉଛି ଯେ କିପରି ମତେ ଆଉଥରେ ଆକାର ନେବାକୁ ପଡ଼ିବ ନାହିଁ।’
ଦୁଃଖର ବିଷୟ ଶ୍ରେଣୀର ଦର୍ଶନଶାସ୍ତ୍ରର ଶିକ୍ଷକ ବଦଳି ହୋଇଯିବାରୁ ଆଜି ପର୍ଯ୍ୟନ୍ତ ଠିକ୍‌ ଉତ୍ତର ପାଇପାରିନାହିଁ। କେଉଁଟି ଠିକ୍‌ ଉତ୍ତର ଜଣାଇଲେ ମୁଁ ଚିରୋପକୃତ ହେବି।
ଅବସରପ୍ରାପ୍ତ ପ୍ରାଧ୍ୟାପିକା,
ସେକ୍ଟର-୧୦, ସିଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri