Posted inଖେଳ

ବାଲି ବୋହୁଛନ୍ତି ଦୃଷ୍ଟିବାଧିତ ଖେଳାଳି ରଘୁରାମ

ନନ୍ଦପୁର, ୧୫ା୬ (ଶଙ୍କର ପୂଜାରୀ): ଉଚ୍ଚଶିକ୍ଷିତ ତଥା ଅନ୍ତଃରାଷ୍ଟ୍ରୀୟ ଦୃଷ୍ଟିହୀନ କ୍ରିକେଟ ଖେଳରେ କୋରାପୁଟ ଜିଲା ତଥା ଓଡ଼ିଶାର ପ୍ରତିନିଧିତ୍ୱ କରି ଗୋଲୁର ପଞ୍ଚାୟତ ପୋଡ଼େଇସିଂ ଗ୍ରାମର ଯୁବକ ରଘୁରାମ ନାୟକ ଦିନେ ନନ୍ଦପୁର ବ୍ଲକ ପାଇଁ ଆଣିଥିଲେ ଗୌରବ। ଏବେ ସେ ଜାତୀୟ ସ୍ତରରେ ହୋଇଛନ୍ତି ସମ୍ମାନିତ। ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଆସୋସିଏଶନ (ସିଏବିଓ୍ବାଇ) ପକ୍ଷରୁ ଆୟୋଜିତ ଅନ୍ତଃରାଷ୍ଟ୍ରୀୟ ନାଗେଶ କ୍ରିକେଟ ଟୁର୍ନାମେଣ୍ଟରେ ଭାଗନେଇ ରଘୁରାମ ରାଜ୍ୟକୁ ୨୦୨୦ରେ ଚାମ୍ପିୟନ, ୨୦୨୧ ଓ ୨୦୨୨ରେ ଉପବିଜେତା କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ବର୍ତ୍ତମାନ ମଧ୍ୟ ସେ ରାଜ୍ୟ ତଥା ଜିଲା ଦୃଷ୍ଟିବାଧିତ କ୍ରିକେଟ ଟିମ୍‌ର ସଦସ୍ୟ ଅଛନ୍ତି। ନିଜ ଗୁଜୁରାଣ ମେଣ୍ଟାଇବାକୁ ରଘୁରାମ ନନ୍ଦପୁର ବ୍ଲକ ଅନ୍ତର୍ଗତ ଡୁରୁବା-ଗାଲଗାଣ୍ଡା ବାଲି ସଇରାତର ବାଲିବୁହା ଟ୍ରାକ୍ଟରରେ ଏବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ପରି କ୍ରୀଡ଼ାଭିତ୍ତିକ ରାଜ୍ୟରେ ଦିବ୍ୟାଙ୍ଗ ଆଦିବାସୀ ଖେଳାଳିଙ୍କୁ ପ୍ରୋତ୍ସାହନ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ରଘୁରାମ।
କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟରେ ଦଶମ ଓ କୋରାପୁଟ ଡିଏଭି କଲେଜରେ ସ୍ନାତକ ହାସଲ କରିଥିବା ରଘୁରାମ ୨୦୧୬ରେ ଦଶମ ଶ୍ରେଣୀ ପଢୁଥିବା ସମୟରେ ତାଙ୍କର କ୍ରିକେଟ ଖେଳ ପ୍ରତି ଥିବା ଆଗ୍ରହକୁ ଚିହ୍ନଟ କରିଥିଲେ ଗୁରୁ ଚନ୍ଦ୍ରଶେଖର ପଟ୍ଟନାୟକ। ପ୍ରଥମେ ଜିଲା ଦୃଷ୍ଟିହୀନ କ୍ରିକେଟ ଟିମ୍‌ ପରେ ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ଟିମ୍‌କୁ ସେ ମନୋନୀତ ହୋଇ ଗତ ୬ବର୍ଷ ହେଲା ନିୟମିତ ସଦସ୍ୟ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସୁଖରାମଙ୍କୁ ନିଜ ଆଦର୍ଶ ବୋଲି ମାନିଥିବା କହନ୍ତି ରଘୁରାମ। ରାଜ୍ୟ ପକ୍ଷରୁ ୩ଟି ଜାତୀୟ ନାଗେଶ ଟ୍ରଫି ପ୍ରତିଯୋଗିତାରେ ଖେଳି ସେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜ୍ୟ ସରକାର ଓ ଜିଲା ପ୍ରଶାସନ କିମ୍ବା କୌଣସି ବେସରକାରୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳୁ ନ ଥିବା କହନ୍ତି ସେ। କ୍ରିକେଟ୍‌ ଟୁର୍ନାମେଣ୍ଟ ସମୟରେ ଡାକ ଓ ମେଲ୍‌ ଯୋଗେ ଗୋଟେ ଚିଠି ଆସେ। ସେ ଭୁବନେଶ୍ୱର ଯାଆନ୍ତି। ଯାତାୟାତ ଖର୍ଚ୍ଚ ଓ ଖେଳିବା ସମୟର ଖାଦ୍ୟପେୟ ବ୍ୟବସ୍ଥା ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ସଂଘ ବହନକରେ। ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ମ୍ୟାଚ ପିଛା ମାତ୍ର ୬ଶହ ଟଙ୍କା ମିଳୁଥିବା କହିଛନ୍ତି ରଘୁରାମ। ଏବେ ସେ ନିଜ ଗାଁ ପୋଡ଼େଇସିଂରେ ବୃଦ୍ଧ ବାପା ସାଧୁ ନାୟକ, ମା’ ପାର୍ବତୀ, ୪ଭାଇ ନରସିଂହ, ରଘୁରାମ, ସୁନ୍ଦରାୟ, ଶୁକଦେବଙ୍କ ସହ ରହୁଛନ୍ତି। ପାରିବାରିକ ସ୍ଥିତି ଦୁର୍ବଳ ଯୋଗୁ ସ୍ନାତକ ପରେ ପାଠପଢ଼ାରେ ଡୋରି ବାନ୍ଧିଛନ୍ତି ଏହି ଖେଳାଳି। ସରକାରଙ୍କ ପକ୍ଷରୁ ତାଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇଦେବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ନିଜ ସଫଳତାର ଶ୍ରେୟ ସେ ଦୃଷ୍ଟିହୀନ କ୍ରିକେଟ ସଂଘ ସମ୍ପାଦକ ମହମ୍ମଦ ଜାଫର ଇକ୍‌ବାଲ ଓ ଜାତୀୟ ସିଏବିଓ୍ବାଇ ସମ୍ପାଦକ ଜହନ ଡେଭିଡ୍‌ଙ୍କୁ ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?