ଜୁନ୍‌ରେ ମୌସୁମୀ, ସରୁନି ଡ୍ରେନ୍‌ ସଫେଇ

ଭୁବନେଶ୍ୱର, ୧୫।୫ (ବ୍ୟୁରୋ): ରାଜଧାନୀବାସୀଙ୍କ ପାଇଁ ଜଳବନ୍ଦୀ ସମସ୍ୟା ନୂଆ ନୁହେଁ। ଅସରାଏ ବର୍ଷା ହେଲେ ସ୍ମାର୍ଟ ସିଟି ଭୁବନେଶ୍ୱରର ରୂପ ପୁରାପୁରି ବଦଳିଯାଏ। କେଉଁଠି ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରୁହେ ତ ଆଉ କେଉଁଠି ରାସ୍ତାରେ ଜମିଥିବା ପାଣିରେ ଗାଡ଼ି ଫସିଯାଏ। ଚଳିତ ବର୍ଷ ଏପର ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି ବିଏମ୍‌ସି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଜୁନ୍‌ ମାସରେ ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିସାରି ଥିବାବେଳେ ଏ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ବିଏମ୍‌ସି ପକ୍ଷରୁ ସହରର ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଚଳିତ ବଜେଟ୍‌ରେ ସ୍ବତନ୍ତ୍ର ବ୍ୟୟ ବରାଦ ହୋଇଛି। ସହରର ୧୩ଟି ମୁଖ୍ୟ ଡ୍ରେନ୍‌ର ପୁନରୁଦ୍ଧାର, ସମ୍ପ୍ରସାରଣ ଓ ମରାମତି ପାଇଁ ଜମିଅଧିଗ୍ରହଣ କରାଯିବ। ଡ୍ରେନ୍‌ ପାଇଁ ଜମି ଅଧିଗ୍ରହଣରେ ୪୦ କୋଟି ୨୩ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ନାଚୁରାଲ୍‌ ଡ୍ରେନ୍‌ ଓ ଓପନ୍‌ଡ୍ରେନ୍‌ ପାଇଁ ୪୫ କୋଟିର ବ୍ୟୟବରାଦ ହୋଇଛି। କିନ୍ତୁ ଜମି ଅଧିଗ୍ରହଣ ଦୂରର କଥା ଡ୍ରେନ୍‌ ସଫେଇ ମଧ୍ୟ ସରିନାହିଁ। ଜଳବନ୍ଦୀ ମୁକାବିଲା ପାଇଁ ମୌସୁମୀର ଅବ୍ୟବହିତ ପୂର୍ବରୁ ଏପ୍ରିଲରେ ପ୍ରାକ୍‌ ମୌସୁମୀ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ମେ’ ଶେଷ ସୁଦ୍ଧା ସହରର ସମସ୍ତ ଡ୍ରେନ୍‌ ସଫା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଆଉ ୧୫ଦିନ ରହିଥିବା ବେଳେ ଏପର୍ଯ୍ୟନ୍ତ ସହରର ବହୁ ଡ୍ରେନ ସଫା ହୋଇ ପାରିନାହିଁ। ତେଣୁ ଏଥର ମଧ୍ୟ ବର୍ଷା ପାଣିରେ ରାଜଧାନୀବାସୀ ଅସ୍ତବ୍ୟସ୍ତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

ସମସ୍ୟା ପାଇଁ ଅନେକ ସମୟରେ ବିଏମ୍‌ସିକୁ ସମାଲୋଚନାର ଶିକାର ହେବାକୁ ପଡିଛି। ବିଶେଷକରି ୨୦୨୧ରେ ବରମୁଣ୍ଡା ଅଞ୍ଚଳର ଜଣେ ଛାତ୍ର ସୌଭାଗ୍ୟ ନଗର ନିକଟରେ ଥିବା ଡ୍ରେନ୍‌ରେ ଭାସିଯାଇଥିଲେ। ପରଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରେ ବିଏମସି ପକ୍ଷରୁ ସହରରେ ଥିବା ୭୫ଟି ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯାଇଥିଲା। ଏହି ସବୁ ସ୍ଥାନରେ ଜମି ଅଧିଗ୍ରହଣ ହେବା ଲାଗି ମୋଟ ୧୪ ଏକର ଜାଗା ଚିହ୍ନଟ କରାଯାଇଥିଲା। ଏହା ଦ୍ୱାରା ଭୁବନେଶ୍ୱରର ୧୦ ଟି ପ୍ରମୁଖ ଏବଂ ୨ଟି ଶାଖା ଡ୍ରେନରେ ଜଳ ନିଷ୍କାସନ ପାଇଁ ବାଟ ଫିଟିଥାନ୍ତା। ମାତ୍ର ୧ବର୍ଷ ବିତି ଯାଇଥିଲେ ବି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଏହା କେବଳ ଗୋଟିଏ ଘଟଣା ନୁହେଁ। ସହରର ମୁକୁଳା ଡ୍ରେନ୍‌ରେ ପଡି ଅନେକ ସମୟରେ ଲୋକମାନେ ଆହତ ହେବା ସହ ଏକାଧିକ ଜୀବନ ଯାଇଛି। ତଥାପି ଚେତୁନି ବିଏମ୍‌ସି। ଏ ସମ୍ପର୍କରେ ବିଏମ୍‌ସିର ଡ୍ରେନେଜ ବିଭାଗ ଅଧିକାରୀ କହିଛନ୍ତି, ଏଥର ବର୍ଷାରେ ପୁନରାବୃତ୍ତି ହେବ ନାହିଁ। ଡ୍ରେନ୍‌ ସଫେଇ କାମ ଚାଲିଛି। ମେ’ ଶେଷ ସୁଦ୍ଧା ଗୋଟେ ରାଉଣ୍ଡ ସରିଯିବ। ଡ୍ରେନ ସଫା ପରେ ଅଳିଆଗୁଡିକୁ ଦିନେ ଦୁଇଦିନ ମଧ୍ୟରେ ସ୍ଥାନାନ୍ତର କରାଯାଉଛି। ସପ୍ଟେମ୍ବର ସୁଦ୍ଧା ସମସ୍ତ କାମ ସରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri