ପରଜା ମିନିଗୁଡ଼ିରେ ଭତ୍ତାରୁ ବଞ୍ଚିତ ଅନେକ ବୟସ୍କ

ନନ୍ଦାହାଣ୍ଡି,୧୫।୫(ଡି.ଏନ୍‌.ଏ.): ପରିଣତ ବୟସରେ ଆଖିକୁ ଭଲରେ ଦେଖାଯାଉନି। ଆଗଭଳି ଗୋଡ଼, ହାତ ମଧ୍ୟ କାମ କରୁନି। ତଥାପି ଅସହାୟ ଅବସ୍ଥାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇଁ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାହା ପାଇପାରି ନାହାନ୍ତି। ଏ ବୟସରେ ପେଟ ଚାଖଣ୍ଡକ ପାଇଁ ସଂଘର୍ଷ ଚଳାଇଛନ୍ତି। ନବଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପରଜା ମିନିଗୁଡ଼ି ଗାଁରୁ ଏଭଳି ଅଭିଯୋଗ ଆସିଛି। ଜଣେ ନୁହଁନ୍ତି ଗାଁର ଏକାଧିକ ବୟସ୍କ ଭତ୍ତାରୁ ବଞ୍ଚିତ ଥିବା ଜଣାପଡ଼ିଛି। ବୟସ ୭୦ ଛୁଇଁବା ପରେ ମଧ୍ୟ ଏମାନଙ୍କ ନିକଟରେ ସରକାରୀ ଯୋଜନାରେ ସହାୟତା ପହଞ୍ଚି ପାରିନାହିଁ। ଗାଁର ଗୌରୀ ଜାନି, ଭୀମ ଜାନି, କୁନୁ ଜାନି, ତୁଳସା ଜାନି, ପଦ୍ମା ଜାନିଙ୍କ ସମେତ ୧୨ରୁ ଊର୍ଦ୍ଧ୍ୱ ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ସେହିପରି ସ୍ବାମୀଙ୍କ ମୃତ୍ୟୁର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁର ପଦ୍ମା ମୁଦୁଲି ବିଧବା ଭତ୍ତାରୁ ବଞ୍ଚିତ ଅଛନ୍ତି। କେତେଜଣଙ୍କ କ୍ଷେତ୍ରରେ ଆଧାର କାର୍ଡ ତ୍ରୁଟି ଦର୍ଶାଇ ଭର୍ତ୍ତା ପ୍ରଦାନ କରାଯାଉନାହିଁ। ଆଉ କେତେଜଣଙ୍କୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ହୋଇଥିଲେ ମଧ୍ୟ ଭତ୍ତା ପ୍ରଦାନରେ ଅବହେଳା ପ୍ରଦର୍ଶନ କରାଯାଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ତେବେ ଏହି ଗୋଟିଏ ଗାଁ ନୁହେଁ ନିକଟସ୍ଥ ବିଭିନ୍ନ ପଞ୍ଚାୟତରେ ଅନେକ ହିତାଧିକାରୀ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରୁ ବଞ୍ଚିତ ଥିବା ଜଣାପଡ଼ିଛି। ଭତ୍ତା ପାଇଁ ଆବେଦନ କରିବା ସହ ସରପଞ୍ଚଙ୍କ ଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ଯାଇଛନ୍ତି। ତଥାପି ସୁଫଳ ମିଳିନାହିଁ। ଫଳରେ ଏ ବୟସରେ ମଧ୍ୟ ବାହାରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ସରକାର ଯୋଜନା କରୁଥିଲେ ମଧ୍ୟ ତଳସ୍ତରରେ ଏହା ଠିକ୍‌ରେ କାର୍ଯ୍ୟକାରୀ ହେଉ ନ ଥିବାରୁ ପ୍ରକୃତ ହିତାଧିକାରୀ ଏହାର ଲାଭ ପାଉନାହାନ୍ତି। ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଭତ୍ତା ପ୍ରଦାନ ନିମନ୍ତେ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri