‘ପୃଥ୍ୱିରାଜ’ର ରିଲିଜ୍‌କୁ ନେଇ ଉତ୍ସାହିତ ଅଛନ୍ତି ମାନୁଷୀ

ମୁମ୍ବାଇ: ଡେବ୍ୟୁଟେଣ୍ଟ ମାନୁଷୀ ଛିଲ୍ଲର ଏବେ ଖୁବ୍ ଖୁସି ଅଛନ୍ତି । ଅକ୍ଷୟ କୁମାରଙ୍କ ସହ ଅଭିନୀତ ତାଙ୍କର ପ୍ରଥମ ଫିଲ୍ମ ‘ପୃଥ୍ୱିରାଜ’ ଗୋଟିଏ ସପ୍ତାହ ପୂର୍ବରୁ ରିଲିଜ୍ ହେବାକୁ ଯାଉଛି । ମାନୁଷୀ କହିଛନ୍ତି ଯେତେବେଳେ ମୁଁ ଜାଣିଲି ଯେ ଫିଲ୍ମଟି ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି ସେତେବେଳେ ମୁଁ ଖୁବ୍ ଖୁସି ହୋଇ ଯାଇଥିଲି । ଫିଲ୍ମର ପୁରା ଟିମ୍ ଏହି ରିଲିଜ୍ ଡେଟକୁ ଅପେକ୍ଷା ରଖିଛନ୍ତି । ଆଉ ଏବେ ଏହା ନିର୍ଦ୍ଧାରିତ ସମୟ ପୂର୍ବରୁ ଆସୁଥିବାରୁ ଆମେ ଖୁବ୍ ଖୁସି ଅଛୁ । ପୃଥ୍ୱିରାଜଙ୍କ ଅବିଶ୍ୱନୀୟ ଜୀବନ କାହାଣୀ ବଡ ପରଦାରେ ଅନାବରଣ କରାଯିବ । ପୃଥ୍ୱିରାଜ ନିଡର ଓ ପରାକ୍ରମି ରାଜା ପୃଥ୍ୱିରାଜ ଚୌହାନଙ୍କ ଜୀବନୀ ଓ ବିରତା ଉପରେ ଆଧାରିତ । ଅଭିନେତା ଅକ୍ଷୟ କୁମାର ସେହି ମହାନ ଯୋଦ୍ଧାଙ୍କ ଭୂମିକାରେ ନଜର ଆସିବେ । ମାନୁଷୀ ଫିଲ୍ମରେ ଅକ୍ଷୟଙ୍କ ସହ ପୃଥ୍ୱିରାଜଙ୍କ ପ୍ୟାରି ରାଜକୁମାରୀ ସଂୟୋଗିତା ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି । ମହାମାରୀ ଯୋଗୁ ଫିଲ୍ମଟି ରିଲିଜ୍ ହୋଇ ପାରୁ ନ ଥିବା ବେଳେ ଏବେ ରିଲିଜ୍ ଡେଟ ସମ୍ପର୍କରେ ଜାଣିବା ପରେ ଏବେ ସେ ଦିନ ଗଣୁଥିବା କହିଛନ୍ତି ମାନୁଷୀ ।
ପୃଥ୍ୱିରାଜର ନିର୍ଦ୍ଦେଶନା ପଦ୍ମଶ୍ରୀ ଡା. ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଦେଇଥିବା ବେଳେ ସେ ଟେଲିଭିଜନ ମହାକାବ୍ୟ ଚାଣକ୍ୟର ନିର୍ଦ୍ଦେଶନା ବି ଦେଇଥିଲେ ।
ପୃଥ୍ୱିରାଜ ଜୁନ ୩ରେ ହିନ୍ଦୀ, ତାମିଲ ଓ ତେଲଗୁରେ ରିଲିଜ ହେବ । ଆଇମ୍ୟାକ୍ସରେ ୧୦ ଜୁନ ବଦଳରେ ୟଶରାଜ ଫିଲ୍ମର ଯୋଜନା ଅନୁଯାୟୀ ରିଲିଜ୍ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

ଜିଲା ପରିଷଦ ସୋମନାଥଙ୍କ ଉଦ୍ୟମ ସଫଳ ହେଲା, ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ମିଳିଲା ଅନୁମତି

ହାଟଡିହୀ/ଛେନାପଦୀ,୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri