Posted inଖେଳ

ଓନୁଙ୍କ ସହ ଓଡ଼ିଶା ଏଫସିର ଚୁକ୍ତି

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)-  ସ୍ପାନିଶ୍‌ ଫୁଟବଲର ମାନୁଏଲ ଓନୁଙ୍କ ସହ ଓଡ଼ିଶା ଏଫସି ଏକବର୍ଷିଆ ଚୁକ୍ତି କରିଛି। ଫଳରେ ଏହି ସେଣ୍ଟର ଫରଓ୍ବାର୍ଡ ଭୁବନେଶ୍ୱର ଭିତ୍ତିକ ଦଳ ପକ୍ଷରୁ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣରେ ଖେଳିବା ନିଶ୍ଚିତ ହୋଇ ଯାଇଛି। ୩୨ ବର୍ଷୀୟ ଓନୁ ଆଇଏସଏଲ-୬ ପ୍ରାରମ୍ଭରେ ବେଙ୍ଗାଲୁରୁ ଏଫସି ପକ୍ଷରୁ ଖେଳିଥିଲେ। ମାତ୍ର ଟୁର୍ନାମେଣ୍ଟ ଶେଷ ଭାଗରେ ସେ ଲୋନ୍‌ ଆକାରରେ ଓଡ଼ିଶା ଏଫସି ଦଳକୁ ଆସିଥିଲେ। ଏହି ପର୍ଯ୍ୟାୟରେ ସେ ଚମତ୍କାର ପ୍ରଦର୍ଶନ କରି ୭ଟି ଗୋଲ ସ୍କୋର କରିଥିଲେ। ଏହା ମଧ୍ୟରେ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଏକ ହ୍ୟାଟ୍ରିକ ମଧ୍ୟ ସାମିଲ ଥିଲା।
ସ୍ପେନର ଟୁଡେଲାଠାରେ ଜନ୍ମିତ ଓନୁ ୨୦୧୨ ମାର୍ଚ୍ଚରେ ସିଏ ଓସାସୁନା ‘ବି’ ଟିମ୍‌ ପକ୍ଷରୁ ଲା ଲିଗା କ୍ୟାରିୟର ଆରମ୍ଭ କରିଥିଲେ। ବେଙ୍ଗାଲୁରୁ ଏଫସିରେ ଯୋଗଦେବା ପୂର୍ବରୁ ସେ ଅନ୍ୟଏକ ସ୍ପାନିଶ୍‌ କ୍ଲବ ୟୁସିଏଏମ ମୁର୍ସିଆ ସିଏଫ ପକ୍ଷରୁ ୨୦୧୮-୧୯ ସିଜନରେ ସେଗୁଣ୍ଡା ‘ବି’ ଡିଭିଜନରେ ଖେଳିଥିଲେ। ସେ ଆଟଲେଟିକୋ ଭାଲଟିରାନୋ ପକ୍ଷରୁ କେଳିଥିଲେ ହେଁ ୨୦୦୬ରେ ସିଡି ଟୁଡେଲାନୋ ପକ୍ଷରୁ ଖେଳି ସିନିୟର କ୍ୟାରିୟର ଆରମ୍ଭ କରିଥିଲେ। ନିଜ ଦେଶ ଏବଂ ଭାରତରେ ବିଭିନ୍ନ କ୍ଲବରୁ ଖେଳିବା ବ୍ୟତୀତ ଏହି ସେଣ୍ଟର ଫରଓ୍ବାର୍ଡ ଜର୍ଜିଆନ ପ୍ରଫେଶନାଲ କ୍ଲବ ଏଫସି ଡିନାମୋ ଟିବିଲିସି ପକ୍ଷରୁ ମଧ୍ୟ ଖେଳିଥିଲେ।
ଓନୁଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ବାଗତ କରିଛନ୍ତି ଓଡ଼ିଶା ଏଫସି କ୍ଲବ ସଭାପତି ରୋହନ ଶର୍ମା। ଗତବର୍ଷ ଓଡ଼ିଶା ଏଫସିକୁ ଆସିବାପରେ ଓନୁଙ୍କ ପ୍ରଦର୍ଶନ ଅତି ଚମତ୍କାର ରହିଥିଲା। ତେଣୁ ତାଙ୍କୁ ଆଉ ଏକ ବର୍ଷ ପାଇଁ ଦଳକୁ ଆଣିବାରେ କୌଣସି ଦ୍ୱିଧା ନ ଥିଲା। ଗତ ସିଜନରେ ସେ ନିଜ ଗୋଲ ସ୍କୋରିଂ ଦକ୍ଷତାକୁ ପ୍ରତିପାଦନ କରିଥିଲେ। ଡିଏଗୋ, ମାର୍ସେଲିନୋ ଓ ଓନୁଙ୍କ ଉପସ୍ଥିତିରେ ଆଗାମୀ ସିଜନରେ ଅଧିକ ଗୋଲ ହେବା ଆଶା ରହିଛି ବୋଲି ସେ କହିଛନ୍ତି। ଓନୁ ଓଡ଼ିଶା ସହିତ ସମ୍ପର୍କ ବଜାୟ ରଖିଛନ୍ତି ଏବଂ ତାଙ୍କ ପରି ଖେଳାଳିଙ୍କୁ ଦଳରେ ପାଇଥିବାରୁ ଆମେ ବହୁତ ଖୁସି। ଗତ ସିଜନ ପରି ଏଥର ମଧ୍ୟ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିବା ଆଶା ରହିଛି ବୋଲି ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବକ୍ସଟର ପ୍ରକାଶ କରିଛନ୍ତି। ଓଡ଼ିଶା ଏଫସି ସହିତ ଚୁକ୍ତି କରିବାପରେ ଓନୁ କହିଛନ୍ତି ଯେ, ”ଆଉ ଏକ ସିଜନ ପାଇଁ ଓଡ଼ିଶା ଏଫସିକୁ ଆସିଥିବାରୁ ମୁଁ ଆନନ୍ଦିତ। ଗତ ବର୍ଷ ଦଳ ସହିତ ମୋ ସମୟ ଖୁବ୍‌ ଭଲରେ କଟିଥିଲା। ତେଣୁ ଷ୍ଟୁଆର୍ଟ ଯୋଗାଯୋଗ କରିବାପରେ ମୁଁ ସମ୍ମତ ହୋଇଥିଲି। ଗତ ସିଜନ ଶେଷ ହେବାପରେ ମୁଁ ଭାରତୀୟ ଖେଳାଳିଙ୍କ ସହିତ ସମ୍ପର୍କ ରକ୍ଷା କରିଥିଲି। ତେଣୁ ଦଳ ସହିତ ଯୋଗଦେବାପାଇଁ ମୁଁ ବ୍ୟଗ୍ର। ଆଗାମୀ ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ କରି ଓଡ଼ିଶା ଏଫସିକୁ ଉନ୍ନତି ସ୍ଥିତିରେ ରଖିବା ପାଇଁ ମୁଁ ଆଶାବାଦୀ“।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?