ମନୋଜ, ଲତାଙ୍କୁ ମନେପକାଇଲା ଲିଟେରାରି ମିଟ୍‌

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଭୁବନେଶ୍ୱର କ୍ଲବଠାରେ ଚାଲିଥିବା ଟାଟା ଷ୍ଟିଲ୍‌ ଭୁବନେଶ୍ୱର ଲିଟେରାରି ମିଟ୍‌ର ଶନିବାର ୨ୟ ଦିବସରେ ସାହିତ୍ୟ ଆଲୋଚନା ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲିଟେରାରି ମିଟ୍‌ର ଦ୍ୱିତୀୟ ଦିବସ ଅଧିବେଶନ ଟୋନି ଯୋଶେଫ ଏବଂ ସୁଜାନ୍‌ ମୁଖାର୍ଜୀଙ୍କ ଆଲୋଚନାରୁ ଆରମ୍ଭ ହୋଇଥିଲା। ଯେଉଁଥିରେ ସ୍ଥାନାନ୍ତରର ଇତିହାସ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଓଡ଼ିଶାର ଅଗ୍ରଣୀ ଲେଖକ ଗୌରହରି ଦାସ, ଯତିନ୍ଦ୍ର ନାୟକ ଭାରତୀୟ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଅପରାହ୍ନରେ ଦର୍ଶକମାନେ ଦୁଇଟି ରୋମାଞ୍ଚକାରୀ ଅଧିବେଶନକୁ ଉପଭୋଗ କରିଥିଲେ। କିମ୍ବଦନ୍ତୀ କବି ମନୋଜ ଦାସଙ୍କ କୃତି ସମ୍ପର୍କରେ ଗୌରହରି ଦାସ, ଯତିନ୍ଦ୍ର ନାୟକ ଏବଂ ସଂଗ୍ରାମ ଜେନା ଆଲୋଚନା କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ। ଲିଟେରାରି ଫେଷ୍ଟରେ ମଧ୍ୟ ଭାରତର ନାଇଟଏଙ୍ଗଲ ଲତା ମଙ୍ଗେସ୍‌କରଙ୍କ ଅଭୁଲା କୃତି ସମ୍ପର୍କରେ ସୋନମ କାର୍ଲା, ଅନ୍ତରା ସଲିଲ୍‌ ଚୌଧୁରୀ ଏବଂ ସୂର୍ଯ୍ୟ ଦେଓଙ୍କ ଉପସ୍ଥିତିରେ ସ୍ମୃତିଚାରଣ କରାଯାଇଥିଲା। ସନ୍ଧ୍ୟାରେ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ଲିଲେଟ୍‌ ଦୁବେ ରେଲ୍‌ ଅଡିଟୋରିୟମ ଠାରେ ‘ଲକ୍‌ଡାଉନ ଲିଆସନ୍‌’ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଟାଟା ଷ୍ଟିଲ୍‌ ଭୁବନେଶ୍ୱର ଲିଟେରାରି ମିଟ୍‌ ଡାଇରେକ୍ଟର ମାଳବିକା ବାନାର୍ଜୀ କହିଛନ୍ତି, ଶାରୀରିକ ଉପସ୍ଥିତି ଜରିଆରେ ଭୁବନେଶ୍ୱରର ସଂସ୍କୃତିପ୍ରେମୀ ଜନସାଧାରଣଙ୍କ ନିକଟକୁ ଲିଟେରାରି ଫେଷ୍ଟ ସହିତ ପ୍ରତ୍ୟାବର୍ତ୍ତନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ମନୋଜ ଦାସ ଏବଂ ଲତା ମଙ୍ଗେସ୍‌କରଙ୍କ ଭଳି ବ୍ୟକ୍ତିତ୍ୱମାନେ ସେମାନଙ୍କ ପଛରେ ଛାଡ଼ିଯାଇଥିବା ସମୃଦ୍ଧ ଅମର କୃତି ସମ୍ପର୍କରେ ଏହି ଲିଟେରାରି ମିଟ୍‌ରେ ସ୍ମୃତିଚାରଣ କରାଯାଇଥିବାରୁ ସେ କୃତଜ୍ଞ ବୋଲି ବାନାର୍ଜୀ କହିଥିଲେ। ରବିବାର ଶେଷ ଦିବସରେ ସତ୍ୟଜିତ ରାୟଙ୍କ ଶତବାର୍ଷିକୀ ପାଳନ ନିମନ୍ତେ ଅଧିବେଶନ ଆୟୋଜିତ ହେବ। ଆଇଟି କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ନନ୍ଦନ ନିଲେକାନୀ ତାଙ୍କର ଆଗାମୀ ପୁସ୍ତକ ‘ଆର୍ଟ ଅଫ୍‌ ବ୍ୟୁଟିଫୁଲନେସ୍‌’ ସମ୍ପର୍କରେ ସହ-ଲେଖକ ତନୁଜ ଭୋଜୱାନିଙ୍କ ସହିତ ମିଶି ନିଜର ବକ୍ତବ୍ୟ ରଖିବେ ଏବଂ ତାହାସହିତ ରାହୁଲ୍‌ ବୋଷ ଏବଂ ଜୟନ୍ତ କ୍ରିପାଳିନୀ ବଡ଼ ପରଦା ଉପରେ ୱେବ୍‌ ସିରିଜର ପ୍ରଭାବ ସମ୍ପର୍କରେ ଆଲୋଚନା କରିବେ। ବନ୍ୟପ୍ରାଣୀ ଲେଖକ ବିକ୍ରମ ଗ୍ରେୱାଲଙ୍କ ନୂଆ ପୁସ୍ତକ ଆଧାରରେ ମହାମାରୀ ପରବର୍ତ୍ତୀ ବିଶ୍ୱରେ ବନ୍ୟପ୍ରାଣୀ ପର୍ଯ୍ୟଟନ ଉପରେ ଆଲୋଚନା ଅନୁଷ୍ଠିତ ହେବ। ଟାଟା ଷ୍ଟିଲ୍‌ର ସମସ୍ତ ଲିଟେରାରି ମିଟ୍‌ରେ ମହିଳାଙ୍କ ଲେଖାକୁ ନେଇ ସ୍ବତନ୍ତ୍ର ଭାବରେ ପାଳନ ଓ ଆଲୋଚନା କାର୍ଯ୍ୟକ୍ରମ ସ୍ଥାନ ପାଉଛି ଏବଂ ଚଳିତ ସଂସ୍କରଣରେ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଯଶୋଧାରା ମିଶ୍ର, ସଂଘମିତ୍ରା ମିଶ୍ର ଏବଂ ହିରଣ୍ମୟୀ ମିଶ୍ର ମହିଳା ପ୍ରସଙ୍ଗଗୁଡିକୁ ନେଇ ଲେଖିକାମାନଙ୍କ ଲେଖା ସମ୍ପର୍କରେ ଆଲୋଚନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଜିତାଙ୍କ ମନ୍ତବ୍ୟକୁ ନେଇ ଝଡ଼: ଖୋର୍ଦ୍ଧାରେ ଅସନ୍ତୁଷ୍ଟ କର୍ମୀଙ୍କ ମେଳି, ଏକାଠି ହେଲେ କାଳୁଙ୍କ ସମର୍ଥକ 

ଖୋର୍ଦ୍ଧା,୨୯ା୩ (ପ୍ରଭାତ ପାଣିଗ୍ରାହୀ) : ଭୁବନେଶ୍ୱର, ବେଗୁନିଆ ପରେ ଏବେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏମ୍‌ପି ଅପରାଜିତାଙ୍କୁ ଦଳୀୟ କର୍ମୀ ବିରୋଧ କରିଛନ୍ତି। ଅପରାଜିତାଙ୍କ...

ନିର୍ବାଚନ ପୂର୍ବରୁ ପୋଲିସର ଚଢ଼ାଉ, ଏତେ ଲିଟର ଦେଶୀ ମଦ ଜବତ

ବ୍ରାହ୍ମଣୀଗାଁ , ୨୯ ।୩ (ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢାଉବେଳେ ୨୨...

‘ବିଜେଡି ସରକାରଙ୍କ ଇଞ୍ଜିନକୁ ୨୪ ବର୍ଷ ହେଲାଣି, କେବଳ ପଲ୍ୟୁସନ କରୁଛି’

ଭୁବନେଶ୍ୱର, ୨୯।୩(ସୁନିତ୍‌ ମିଶ୍ର): ମୋଦି ଗ୍ୟାରେଣ୍ଟି ପାଇଁ ବର୍ତ୍ତମାନ ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି। ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା...

ଘୋଷଣା ହେଲା ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା! ଏହି ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଛି। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହୋଲିରେ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri