Posted inଜାତୀୟ

ଡିନର ପାର୍ଟିରେ ଯୋଗ ଦେବେନି ମନମୋହନ ଓ ଦେବଗୌଡା

ନୂଆଦିଲ୍ଲୀ,୯।୯: ଜି-୨୦ ସମ୍ମିଳନୀ ପାର୍ଇ ଡିନର ପାର୍ଟି ଆୟୋଜନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯେଉଁଥିରେ ଦେଶର ଅନେକ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। ତେବେ ଡିନରରେ କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ତିନି କଂଗ୍ରେସ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ରାତ୍ରୀ ଭୋଜନ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ରାତ୍ରୀ ଭୋଜନରେ ଯୋଗଦେବେ ନାହିଁ। ତେବେ ପ୍ରାୟ ୬୦୦ଲୋକ ଏହି ଡିନରରେ ଯୋଗ ଦେବେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚ ଡି ଦେବଗୌଡା ମଧ୍ୟ ଏହି ରାତ୍ରୀ ଭୋଜନରେ ଯୋଗଦେବେ ନାହିଁ ବୋଲି ଏକ ଜାତୀୟ ଗଣମାଧ୍ୟମ ଦ୍ୱାରା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ-ଲେବାନନ ଶାନ୍ତି ଚୁକ୍ତି ସ୍ବାକ୍ଷରିତ, ହେଜବୋଲାକୁ ଗ୍ରହଣ କରିବାକୁ ପଡିବ ଏସବୁ ସର୍ତ୍ତ

ଜେରୁଜେଲମ,୨୭।୬: ମଧ୍ୟପ୍ରାଚ୍ୟରୁ ଏକ ପ୍ରମୁଖ, ଐତିହାସିକ ଖବର ସାମ୍ନାକୁ ଆସୁଛି। ଯୁଦ୍ଧର ନିଆଁରେ ଜଳୁଥିବା ଦେଶଗୁଡ଼ିକ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଶେଷରେ ଶାନ୍ତିର ପ୍ରଥମ ଝଲକ…

ଶାଗୁଆନ ଗଛ କାଟୁଥିଲେ ଦୃର୍ବୁତ୍ତ, ଛିଣ୍ଡିଲା ୩୩ କେଭି ଲାଇନ ତାର: ଆଉ ତା’ପରେ…

ଭଞ୍ଜନଗର,୨୬।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଶନିବାର ସକାଳେ ପବନ ବର୍ଷା ନାହିଁ କିନ୍ତୁ ଦୁର୍ବୁତ୍ତମାନଙ୍କ ପାଇଁ ବିଦ୍ୟୁତସେବା ବ୍ୟାହତ ହୋଇଛି। ବିଦ୍ୟୁତ ସେବା ସ୍ବାଭାବିକ ହେବାକୁ…

‘ଆଉ ବ୍ଲେମ ଗେମ୍‌ ନୁହେଁ…’: ଆମେରିକାର ଆକ୍ରମଣ ପରେ ରାଗିଲାଣି ଇରାନ, କହିଛି ‘ଆମେରିକାର ବିଫଳ ରାଷ୍ଟ୍ରପତି…’

ତେହରାନ,୨୭।୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ ଆକ୍ରମଣ ପରେ, ଆମେରିକା ଅନେକ ଇରାନୀ…

IND vs IRE 1st T20I: ଭାରତ ପରାଜୟର ୩ ପ୍ରମୁଖ କାରଣ: ଆୟର୍ଲାଣ୍ଡ ବିପକ୍ଷରେ କାହିଁକି ହାରିଲା ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଇତିହାସରେ ଜୁନ ୨୬ (ଶୁକ୍ରବାର) ଏକ କଳା ଦିନ ଭାବରେ ଲିପିବଦ୍ଧ ହୋଇପାରେ। ଏହି ଦିନ, ପ୍ରଥମ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ…

ମୌସୁମୀ ବର୍ଷାରେ ବିଳମ୍ବ, ଚାଷୀ ହତାଶ: ଜଳସେଚନ ସୁବିଧା ନାହିଁ

ନୂଆପଡ଼ା,୨୭ା୬ (ମକାରୁ ବେମାଲ):ନୂଆପଡା ଏକ କୃଷିପ୍ରଧାନ ଜିଲା। ଜିଲାର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ଜଳସେଚିତ ଅଞ୍ଚଳକୁ ବାଦଦେଲେ ଅଣଜଳସେଚିତ ଅଞ୍ଚଳରେ ଚାଷୀ…

ମହାନଦୀ ଶୁଖିଲା, ସଙ୍କଟରେ ଜୀବନ ଜୀବିକା: ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଅମରପାଲି,୨୭ା୬(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲାର ଜୀବନରେଖା ଭାବେ ପରିଚିତ ମହାନଦୀ ଏବେ ଅନେକ ସ୍ଥାନରେ ଶୁଖିଲା ପଡ଼ିଥିବା ଦେଖାଯାଉଛି। ବିଶେଷକରି ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର ନଦୀକୂଳିଆ ଗ୍ରାମଗୁଡ଼ିକର…

‘ହିଂସାର ମୁକାବିଲା ସମାନ ଭାଷାରେ ଦିଆଯିବ’ – ଇରାନକୁ କଡ଼ା ଚେତାବନୀ ଦେଲେ ଆମେରିକାର ଉପରାଷ୍ଟ୍ରପତି

ଓ୍ବାଶିଂଟନ,୨୭।୬: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେଇଛି, ଯାହା ଦୁଇ ଦେଶ ମଧ୍ୟରେ…

ସରିବାକୁ ଯାଉଛି ଧାନ କିଣାବିକା ଅବଧି: ମଣ୍ଡିରେ ପଡିଛି ୪ଲକ୍ଷ ୩୮ହଜାର ବସ୍ତାଧାନ

ପଦ୍ମପୁର, ୨୭।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଗତ ଖରିଫ ଭଳି ଚଳିତବର୍ଷ ରବିରେ ମଧ୍ୟ ମଣ୍ଡିରେ ଧାନ ବିକ୍ରିକୁ ନେଇ ଚାଷୀ ବିଭିନ୍ନ ସମସ୍ୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri