Posted inଜାତୀୟ

ମାନିଲେ ସିସୋଡିଆ

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଜେଲରେ ବନ୍ଦଥିବା ଆମ ଆଦମୀ ପାର୍ଟି(ଏଏପି)ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଡିଜିଟାଲ ତଥ୍ୟ ନଷ୍ଟ କରିଥିବା ମାନି ଯାଇଛନ୍ତି। ରିପୋର୍ଟ ଅନୁଯାୟୀ ସିସୋଡିଆ ସିବିଆଇ ସାମ୍ନାରେ ସ୍ବୀକାର କରିଛନ୍ତି କି ସେ ଦୁଇଟି ମୋବାଇଲ ଫୋନ ନଷ୍ଟ କରିଛନ୍ତି।

ଦିଲ୍ଲୀର ଅବକାରୀ ନୀତି ମାମଲାରେ ସିସୋଡିଆଙ୍କୁ ଅଭିଯୁକ୍ତ ନମ୍ବର ଏକ କରାଯାଇଛି। କିଛି ମଦ ବ୍ୟବସାୟୀଙ୍କ ସପକ୍ଷରେ ନୀତି ଉପସ୍ଥାପନ କରିବା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ ସିସୋଡିଆଙ୍କୁ ଅନ୍ୟ ଅଭିଯୁକ୍ତଙ୍କ ସହ ଗିରଫ କରିଥିଲା।

ଇଣ୍ଡିଆ ଟୁଡେର ଏକ ସିପୋର୍ଟରେ ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ପ୍ରକାଶ କରିଛି ଯେ ଜାନୁଆରୀ ୨୦୨୦ରୁ ଅଗଷ୍ଟ ୨୦୨୨୨ମଧ୍ୟରେ ମନିଷ ସିସୋଡିଆ ତିନୋଟି ମୋବାଇଲ ହ୍ୟାଣ୍ଡସେଟ ବ୍ୟବହାର କରିଥିଲେ। ଅଗଷ୍ଟ ୧୯, ୨୦୨୨ ରେ ତାଙ୍କ ଘରେ ଖୋଜାଖୋଜି ବେଳେ ସିବିଆଇ ତାଙ୍କର ଗୋଟିଏ ଫୋନ ଜବତ କରିଥିଲା। ସିସୋଡିଆ କହିଛନ୍ତି ଯେ ଜବତ ହୋଇଥିବା ଫୋନ ସିସୋଡିଆ ଜୁଲାଇ ୨୨, ୨୦୨୨ରୁ ବ୍ୟବହାର କରୁଥିଲେ। ସେହି ଦିନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ଆଉ ତା‘ପରେ…

ପାରଳାଖେମୁଣ୍ଡି,୨୨ା୫(ଗିରିଧାରୀ ପରିା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପାଟପୁର ଗ୍ରାମ ନିକଟରେ ଶୁକ୍ରବାର ଏକ ଗଛ ପଡ଼ି ଅଟୋ ଚୁର୍‌ମାର୍‌ ହୋଇଯାଇଛି। ହେଲେ…

ପ୍ରକଳ୍ପ ଅଚଳ: ଚୁଆଁ ପାଣି ଭରସାରେ ସାହିବାସୀ

ଖଜୁରିପଡ଼ା,୨୨ା୫ (ବିଦୁର ବେହେରା): କନ୍ଦମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଗୁଦାରୀ ପାୟତ ୪ ନମ୍ବର ୱାର୍ଡ ଅନ୍ତର୍ଗତ ମଲିକ ସାହିରେ ପାନୀୟ ଜଳ ସମସ୍ୟା ଉଟ ରୂପ…

ଟୋପି, ଚଷମା ଏବଂ ମାସ୍କ… ମୁହଁ ଲୁଚାଇ ଆତ୍ମସମର୍ପଣ କରିବାକୁ କୋର୍ଟରେ ପହଞ୍ଚିଲେ ଟ୍ବିଶାଙ୍କ ସ୍ବାମୀ ସମର୍ଥ

ଜବଲପୁର,୨୨।୫: ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ସ୍ୱାମୀ ସମର୍ଥ ସିଂହ ଶୁକ୍ରବାର ଦିନ ମୁହଁ ଲୁଚାଇ ଜବଲପୁର ଜିଲା କୋର୍ଟରେ…

ଲ୍ୟାମ୍ପ MDଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟି ଟଙ୍କାର ଅର୍ଥ ହେରଫେର କରି ଗଲେ ଜେଲ୍

କଲ୍ୟାଣସିଂହପୁର, ୨୨।୫ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ସମବାୟ ସମିତି (ଲ୍ୟାମ୍ପ)ରେ ଘଟିଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣାରେ ନୂଆ ମୋଡ଼…

ପାରାଦୀପରେ ମାଟି ତଳ ପାଇପ୍ ଲାଇନ୍‌ରୁ ତେଲ ଲିକ୍, ବିପୁଳ ପରିମାଣର ପେଟ୍ରୋଲ ନଷ୍ଟ

ପାରାଦୀପ,୨୨।୫ (ଶରତ ରାଉତ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ୧ ନଂ ଗେଟ୍ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସାଉଥ୍ ଅଏଲ ବର୍ଥ ଜେଟିରୁ ଆଇଓସିଏଲ ଟର୍ମିନାଲ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri