Posted inଜାତୀୟ

ସିସୋଡିଆଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୯।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସିସୋଡିଆଙ୍କୁ ପ୍ରାୟ ୮ଘଣ୍ଟା ଧରି ପଚରାଉଚରା କରିବା ପରେ ଗୁରୁବାର ଗିରଫ କରିଛି। ଦିଲ୍ଲୀର ଅବକାରୀ ନୀତି ମାମଲା ତଥା କଥିତ ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଛି ଇଡି। ଏନେଇ ଇଡି ଗୁରୁବାର ଦିଲ୍ଲୀର ତିହାର ଜେଲ୍‌ରେ ସିସୋଡିଆଙ୍କୁ ଦ୍ୱିତୀୟ ଥର ଲାଗି ପଚରାଉଚରା କରିଥିଲା। ତେବେ ଏହି ସମୟରେ ଇଡିକୁ ସିସୋଡିଆଙ୍କଠାରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ତାଙ୍କୁ ଗିରଫ କରିଛି। ଏହାପୂର୍ବରୁ ମଙ୍ଗଳବାର ବି ଇଡି ଜେଲ୍‌ରେ ସିସୋଡିଆଙ୍କୁ ପଚରାଉଚରା କରିଥିଲା। ସୂଚନା ମୁତାବକ, ସିବିଆଇ ମାମଲାରେ ମନୀଷ ସିସୋଡିଆଙ୍କ ଜାମିନ ଶୁଣାଣି ଶୁକ୍ରବାର ରୋଜ୍‌ ଏଭେନ୍ୟୁ କୋର୍ଟରେ ହେବାର ଥିଲା। ହେଲେ ଏହାର ଦିନକ ପୂର୍ବରୁ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିସୋଡିଆଙ୍କୁ ଗିରଫ କରିଛି। ତିହାର ଜେଲ୍‌ର ବନ୍ଦ ଥିବା ସିସୋଡିଆଙ୍କୁ ପଚରାଉଚରା ପାଇଁ ଇଡି କୋର୍ଟରୁ ଅନୁମତି ନେଇଥିଲା। କୋର୍ଟ ମଧ୍ୟ ଇଡିକୁ ସିସୋଡିଆଙ୍କ ବୟାନ ରେକର୍ଡ ପାଇଁ ୩ଦିନର ସମୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ନିର୍ବାଚନ: ଭୋଟ ବର୍ଜନ କରି ଅନଶନରେ ବସିଲେ ଗ୍ରମାବାସୀ

ନୋଏଡା,୧୯।୪: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୮ଟି ଆସନରେ ମତଦାନ ଚାଲିଛି। ଶୁକ୍ରବାର ୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।...

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri