Posted inଖେଳ

ମନୀଷ କୁମାର ଜାତୀୟ ଚାମ୍ପିୟନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ମନୀଷ କୁମାର ଜାତୀୟ ୧୮ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି। ୧୧ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୯ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ପଶ୍ଚିମବଙ୍ଗର ଆରଣ୍ୟକ ଘୋଷ ଏବଂ ମଧ୍ୟପ୍ରଦେଶର ଆୟୁଷ ଶର୍ମା ୯ ପଏଣ୍ଟ ଲେଖାଏ ପାଇଥିଲେ ହେଁ ବୁକୋଲଜରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୨୧୦୫ ରେଟିଂରେ ଥିବା ମନୀଷ ୮ ମ୍ୟାଚରେ ବିଜୟୀ ହୋଇଥିବାବେଳେ ୨ଟି ମ୍ୟାଚ ଡ୍ର ରଖିଥିଲେ ଏବଂ ମାତ୍ର ଗୋଟିଏ ମ୍ୟାଚରେ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ସଂକଳ୍ପ ଗୁପ୍ତା(୨୪୨୯)ଙ୍କଠାରୁ ହାରିଥିଲେ। ତେବେ ସେ ପରେ ୨ ଆଇଏମ୍‌ କୌସ୍ତୁଭ ଚାଟାର୍ଜୀ(୨୪୩୧) ଏବଂ ଏମ. ପ୍ରଣେଶ(୨୪୩୭)ଙ୍କୁ ହରାଇଥିବାବେଳେ ଆରଣ୍ୟକ ଘୋଷ(୨୪୪୦)ଙ୍କ ସହ ମ୍ୟାଚ ଡ୍ର ରଖିଥିଲେ। ଅନ୍ୟ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ଜଗଦୀଶ ବାରିକ ୮ ପଏଣ୍ଟ ସହିତ ୧୬, ସମ୍ବିତ ପଣ୍ଡା ୭.୫ ପଏଣ୍ଟ ସହ ୨୩, ହର୍ଷିତ ରଞ୍ଜନ ୬.୫ ପଏଣ୍ଟ ସହ ୬୩, ମହିତୋଶ ଦେ ୫ ପଏଣ୍ଟ ସହିତ ୧୨୮ ଏବଂ ଇନ୍ଦ୍ରଜିତ ସୂର୍ଯ୍ୟପ୍ରାଞ୍ଜଳ ୧୬୬ତମ ସ୍ଥାନରେ ରହିଛନ୍ତି। ମନୀଷ କୁମାରଙ୍କୁ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟାଚାର୍ଯ୍ୟ, ସଭାପତି ରଞ୍ଜନ ମହାନ୍ତି, ମୁଖ୍ୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଏସ୍‌ଆର୍‌ ଚେସ୍‌ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ସିରିଜ, ଆଇପିଏଲ୍‌ରୁ ଆୟାର ଆଉଟ୍‌

ପୁଣେ,୨୫।୩(ପି.ଟି.): ଭାରତୀୟ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ବାଦ୍‌ ପଡିଛନ୍ତି।...

ଆର୍‌ସିବିକୁ ଜିତାଇଲେ ଡୁ’ପ୍ଲେସି, ଓ୍ବାନିନ୍ଦୁ

ମୁମ୍ବାଇ,୮।୫: ପ୍ରଥମେ ଅଧିନାୟକ ଫାଫ ଡୁ’ପ୍ଲେସିଙ୍କ ଅର୍ଦ୍ଧଶତକ ପରେ ଓ୍ବାନିନ୍ଦୁ ହସରଙ୍ଗାଙ୍କ ୫ ଉଇକେଟ ସଫଳତା ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସହଜ ବିଜୟ...

କରୋନା ଭୟ ସତ୍ତ୍ୱେ ଅଲିମ୍ପିକ୍ସ ବକ୍ସିଂ କ୍ୱାଲିଫାୟର ଚାଲିଛି

ଲଣ୍ଡନ, ୧୬ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ଭୟ ସତ୍ତ୍ୱେ ୟୁରୋପ୍‌ ଫାଇଟରମାନଙ୍କ ଲାଗି ବକ୍ସିଂ କ୍ୱାଲିଫାୟର୍ସ ଲଣ୍ଡନଠାରେ ଯଥାରୀତି ଚାଲିଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ବକ୍ସିଂ...

ମାତ୍ର ୧୯ବର୍ଷ ବୟସରେ ବିଶ୍ୱକପ୍‌ରେ ଦୁଇଥର ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨୮।୫: ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ରେକର୍ଡର ବର୍ଷା କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେହିପରି ଯଦି ବିଶ୍ୱକପ୍‌ ରେକର୍ଡ ଉପରେ ନଜର...

ବିଶ୍ୱ ଚାମ୍ପିୟନଶିପ ସନ୍ତରଣକାରୀ ଗିରଫ

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ),୨୯।୭(ଏଏଫ୍‌ପି)- ହଙ୍ଗେରି ସନ୍ତରଣକାରୀ ତାମସ କେଣ୍ଡରସି ବିଶ୍ୱ ଚାମ୍ପିୟନଶିପ ବେଳେ ଏକ ନାଇଟ୍‌ କ୍ଲବ ଡ୍ୟାନ୍ସରଙ୍କୁ ଛୁଇଁବା କାରଣରୁ ଗିରଫ ହୋଇଛନ୍ତି। ତାଙ୍କ...

ପୁରୁଷ ଟେଷ୍ଟ ପରିଚାଳନା କରିବେ ପ୍ରଥମ ମହିଳା ଅଫିସିଆଲ କ୍ଲେର ପୋଲୋସାକ

ସିଡ୍‌ନୀ,୬।୧- ଅଷ୍ଟ୍ରେଲିଆର କ୍ଲେର ପୋଲୋସାକ ପ୍ରଥମ ମହିଳା ମ୍ୟାଚ୍‌ ଅଫିସିଆଲ ଭାବେ ପୁରୁଷଙ୍କ ଟେଷ୍ଟ ମ୍ୟାଚ୍‌ ପରିଚାଳନା କରିବାକୁ ଯାଉଛନ୍ତି। ଏଠାରେ ଭାରତ ଓ ଅଷ୍ଟ୍ରେଲିଆ...

ଇନ୍ଦୋର ଟେଷ୍ଟ: ଭାରତର ଇନିଂସ ବିଜୟ: ୩ ଦିନରେ ଖେଳ ଶେଷ, ଅଗ୍ରଓ୍ବାଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

ଇନ୍ଦୋର,୧୬।୧୧(ପି.ଟି.): ଯୁବ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱିଶତକ ଓ ପରେ ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ...

ଡିସିି ପାଇଁ ବିଜୟ ଲକ୍ଷ୍ୟ ୧୭୨ …

ମୁମ୍ବାଇ, ୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି...

Advertisement
Archives

Model This Week