ମଣିପୁର ଅଶାନ୍ତ

ମଣିପୁର। ଭାରତର ଉତ୍ତର-ପୂର୍ବାଞ୍ଚଳର ଏକ ରାଜ୍ୟ। ‘ସପ୍ତ ଭଗ୍ନୀର ଦେଶ’। ‘ଭାରତର ସୁଇଜରଲାଣ୍ଡ’। ବଣ ପାହାଡ଼ଘେରା ଉପତ୍ୟକା। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ମଣିପୁରୀ ନୃତ୍ୟ ବିଶ୍ୱ ବିଖ୍ୟାତ। ଆୟତନ ଓଡ଼ିଶାର ଛଅ ଭାଗରୁ ଭାଗେ। ଲୋକସଂଖ୍ୟା କଟକ ଜିଲାଠାରୁ କମ୍‌। ଅଧିବାସୀମାନେ ସରଳ ଓ ଶାନ୍ତିପ୍ରିୟ। କୃଷି ସେମାନଙ୍କର ପ୍ରଧାନ ଜୀବିକା।
ମଣିପୁରରେ ବାସ କରନ୍ତି ମୁଖ୍ୟତଃ ମେଇତି, ନାଗା ଓ କୁକି-ଜୋ। ମେଇତିମାନେ ହିନ୍ଦୁ ସମ୍ପ୍ରଦାୟର ଏବଂ ଏମାନଙ୍କ ସଂଖ୍ୟା ଶତକଡ଼ା ୫୩ ଭାଗ। ନାଗା ଓ କୁକି-ଜୋ ଆଦିବାସୀ ଖ୍ରୀଷ୍ଟିଆନ ସମ୍ପ୍ରଦାୟର। ନାଗାମାନଙ୍କ ସଂଖ୍ୟା ଶତକଡ଼ା ୨୦ ଭାଗ ହୋଇଥିବା ବେଳେ କୁକି-ଜୋ’ଙ୍କ ସଂଖ୍ୟା ଶତକଡ଼ା ୧୬ ଭାଗ। ନାଗା ଓ କୁକି-ଜୋ ଜନଜାତି ବଣ ପାହାଡ଼ ଇଲାକାରେ ବସବାସ କରୁଥିବା ସ୍ଥଳେ ମେଇତିମାନେ ମଣିପୁରର ମଧ୍ୟ ସ୍ଥଳରେ ଥିବା ଉପତ୍ୟକାରେ ବାସ କରନ୍ତି। ଅନ୍ୟାନ୍ୟ ସମ୍ପ୍ରଦାୟ ଅପେକ୍ଷା ମେଇତିମାନେ ଅଧିକ ସ୍ବଚ୍ଛଳ ବର୍ଗର ଏବଂ ଶିକ୍ଷିତ ମଧ୍ୟ।

ମଣିପୁରର ଶତକଡ଼ା୯୦ ଭାଗ ହେଉଛି ପାହାଡ଼ିଆ ଅଞ୍ଚଳ ଏବଂ ୧୦ଭାଗ ଉପତ୍ୟକାର ସମତଳ ଅଞ୍ଚଳ। କିନ୍ତୁ ବଜେଟ ହୁଏ ପାହାଡ଼ିଆ ଅଞ୍ଚଳ ଲାଗି କମ୍‌ ଓ ସମତଳ ଅଞ୍ଚଳ ପାଇଁ ଅଧିକ। ଏତାଦୃଶ ପକ୍ଷପାତିତା ମେଇତି ଓ କୁକି-ଜୋ’ଙ୍କ ମଧ୍ୟରେ ବିଭେଦର ଅନ୍ୟତମ କାରଣ ହୋଇ ରହିଆସିଛି। ଏହାର ସୁଯୋଗ ନେଉଛନ୍ତି ସେଠାରେ ସକ୍ରିୟ ଥିବା ଏକ ଡଜନରୁ ଅଧିକ ଉଗ୍ରବାଦୀ ଗୋଷ୍ଠୀ।

୨୦୨୨ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠ ମେଇତିମାନଙ୍କୁ ତଫସିଲଭୁକ୍ତ ଜନଜାତି ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇ ଭାରତୀୟ ଜନତା ପାର୍ଟି ୬୦ଟି ଆସନରୁ ୩୭ଟି ଆସନ ଦଖଲ କରିଥିଲା। ମେଇତିମାନେ ଜନଜାତି ଅନ୍ତର୍ଭୁକ୍ତ ହେଲେ କୁକି-ଜୋ ପାଇଆସୁଥିବା ସୁବିଧା ସୁଯୋଗ ସଙ୍କୁଚିତ ହେବ ବୋଲି ଏକ ଆଶଙ୍କା ସୃଷ୍ଟି ହେଲା। ଫଳରେ ମେଇତି ଓ କୁକି-ଜୋ’ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧିଲା। ଦୁର୍ଭାଗ୍ୟକୁ ମେଇତିମାନଙ୍କୁ ତଫସିଲଭୁକ୍ତ ଜନଜାତି ଅନ୍ତର୍ଭୁକ୍ତ କରିବାକୁ ମଣିପୁର ଉଚ୍ଚ ନ୍ୟାୟାଳୟ ୨୦୨୩ ମାର୍ଚ୍ଚ ୨୭ରେ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। ନିଅଁାରେ ଘିଅ ଢାଳିଲା ଭଳି ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ସମଗ୍ର ମଣିପୁରରେ ନିଅଁା ଜାଳିଦେଲା। ଗୋଟିଏ ପକ୍ଷରେ ମେଇତି ଓ ଅନ୍ୟ ପକ୍ଷରେ ନାଗା, କୁକି-ଜୋ। ଉଭୟଙ୍କ ମଧ୍ୟରେ ଲାଗିଗଲା ଜାତିଆଣ ଦଙ୍ଗା। ୨୦୨୩ ମେ ୩ରେ ଦଙ୍ଗା ଉଗ୍ର ରୂପ ନେଲା। ସଂଖ୍ୟାଗରିଷ୍ଠ ମେଇତିମାନେ ସଂଖ୍ୟାଲଘୁ ନାଗା, କୁକି-ଜୋ’ଙ୍କ ଉପରେ ଆକ୍ରମଣ କଲେ। ଘରଦ୍ୱାର ସମେତ ଚର୍ଚ୍ଚଗୁଡ଼ିକୁ ପୋଡ଼ିଜାଳି ଦେଲେ। ସଂଖ୍ୟାଲଘୁମାନେ ବଣପାହାଡ଼ରେ ଆଶ୍ରୟ ନେଲେ। ମେ ୪ ରେ ଏକ ବୀଭତ୍ସ ଘଟଣା ଘଟିଗଲା। ଗୋଟିଏ କୁକି ଆଦିବାସୀ ପରିବାରର ୩ ଜଣ ମହିଳା ଓ ୨ଜଣ ପୁରୁଷଙ୍କୁ ପୋଲିସ ଉଦ୍ଧାର କରି ଆଣୁଥିଲା ବେଳେ ମେଇତିମାନେ ପୋଲିସଠାରୁ ସେମାନଙ୍କୁ ଛଡ଼େଇ ନେଇ ବିବସ୍ତ୍ର କଲେ, ନିର୍ଯାତନା ଦେଲେ ଏବଂ ଗଣବଳାତ୍କାର କଲେ। ସେମାନଙ୍କ ସହିତ ଥିବା ପୀଡ଼ିତାଙ୍କ ବାପା ଓ ଭାଇ ତାହାକୁ ବିରୋଧ କରିବାରୁ ସେମାନଙ୍କୁ ଦୁର୍ବୃତ୍ତମାନେ ହତ୍ୟାକଲେ। ଏହି ଭଳି ଆହୁରି ଅନେକ ଘଟଣା ଘଟିଗଲା। ବୀରେନ୍‌ ସିଂ ସରକାର ଦଙ୍ଗା ନିୟନ୍ତ୍ରଣ କରିପାରିଲେ ନାହିଁ।

ଆଜକୁ ଦେଢ଼ବର୍ଷ ହେଲା ପ୍ରତ୍ୟେକ ଦିନ ଏହି ଭଳି ଘଟଣା ଘଟିଚାଲିଛି। ଗତ ନଭେମ୍ବର ୧୧ରେ ମେଇତିମାନଙ୍କ ଶରଣାର୍ଥୀ ଶିବିର ଉପରେ କୁକି ଉଗ୍ରପନ୍ଥୀମାନେ ଆକ୍ରମଣ କରି ୩ ଜଣ ମହିଳା ଓ ୩ ଜଣ ଶିଶୁଙ୍କୁ ଅପହରଣ କରିନେଲେ। ପରଦିନ ସେମାନଙ୍କ ମୃତଦେହ ନଦୀରେ ଭାସୁଥିବାର ଦେଖାଗଲା। ମେଇତିମାନେ କ୍ଷୁବ୍ଧ ହେଲେ। ନଭେମ୍ବର ୧୫ରେ ମେଇତିମାନଙ୍କ ଆକ୍ରମଣରେ ୧୧ ଜଣ କୁକି ନିହତ ହେଲେ। ସେହି ଦିନଠାରୁ ଦଙ୍ଗା ହିଂସ୍ର ହୋଇଉଠିଛି। ମନ୍ତ୍ରୀ, ବିଧାୟକ ଏବଂ ଏପରିକି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉତ୍ତ୍ୟକ୍ତ ଜନତା ନିଅଁା ଲଗାଇ ଦେଇଛନ୍ତି। ଏବେ ସେଠାରେ କର୍ଫ୍ୟୁ। ସ୍କୁଲ କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ। ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଦ। ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ।

ଦୀର୍ଘଦିନ ଧରି ମଣିପୁର ଅଶାନ୍ତ ହୋଇଉଠିଥିଲା ବେଳେ ଏଥିପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତା କୌଣସି ଦିଗରୁ ଗ୍ରହଣୀୟ କି ସ୍ପୃହଣୀୟ ନୁହେଁ। ଭାରତର ଖ୍ୟାତନାମା ବକ୍ସିଂ ଚାମ୍ପିୟନ ମେରି କମ୍‌ ଏବଂ ଦୀର୍ଘ ୧୬ବର୍ଷ ଅନଶନରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା ‘ଆଇରନ୍‌ ଲେଡି’ ଇରମ୍‌ ଚାନୁ ଶର୍ମିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥରେ ମଣିପୁର ଗସ୍ତ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେ ଏ ଯାବତ୍‌ ସେଠାକୁ ଯାଇନାହାନ୍ତି। ବିରୋଧୀ ଦଳଙ୍କ ମେଣ୍ଟ ‘ଇଣ୍ଡିଆ’ର ପ୍ରତିନିଧିମାନେ ସେଠାକୁ ଯାଇ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ପ୍ରଧାନମନ୍ତ୍ରୀଙ୍କୁ ଥରେ ଗସ୍ତ କରିବାକୁ ଅନୁରୋଧ ବି କଲେ। ମାତ୍ର ସେ ନୀରବ! ମଣିପୁର ବିଧାନସଭାର ବିରୋଧୀ ଏବଂ ଏପରିକି ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂ’ଙ୍କ ଇସ୍ତଫା ଦାବି କରିଥିବା ସତ୍ତ୍ୱେ କେନ୍ଦ୍ର ସରକାର ସେଥି ପ୍ରତି ତିଳେ ହେଲେ କର୍ଣ୍ଣପାତ କରୁ ନାହାନ୍ତି। ମହିଳାମାନଙ୍କ ଉପରେ ଅତ୍ୟାଚାର ଚାଲିଥିଲେ ମଧ୍ୟ ଜାତୀୟ ମହିଳା କମିଶନ ଉଁ କି ଚୁଁ ହେଉନାହାନ୍ତି।

ମଣିପୁର ଏକ ସୀମାନ୍ତ ଅଞ୍ଚଳ। ଉଗ୍ରପନ୍ଥୀମାନେ ସେଠାରେ ସକ୍ରିୟ। ସରକାର କାଳକ୍ଷେପଣ ନୀତି ଗ୍ରହଣ ନ କରି ତୁରନ୍ତ ସର୍ବଦଳୀୟ ପ୍ରତିନିଧି ସେଠାକୁ ପଠାଇ ସମାଧାନର ସୂତ୍ର ବାହାର କରନ୍ତୁ। ମଣିପୁରବାସୀଙ୍କ ବହୁଦିନର ଦାବି ଆସାମ, ମେଘାଳୟ, ତ୍ରିପୁରା ଓ ମିଜୋରାମ ପରି ସେଠାରେ ଟେରିଟୋରିଆଲ୍‌ କାଉନ୍‌ସିଲ ଗଠନ ନିମିତ୍ତ ତୁରନ୍ତ ବ୍ୟବସ୍ଥା କରନ୍ତୁ। ନଚେତ ୫୩ ଭାଗ ହିନ୍ଦୁଙ୍କୁ ସରକାରଙ୍କ ସନ୍ତୁଷ୍ଟୀକରଣ ନୀତି ଦେଶ ପାଇଁ ମହଙ୍ଗା ସାବ୍ୟସ୍ତ ହେବ।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?