Posted inଜାତୀୟ

ବଳାତ୍କାର, ହତ୍ୟା ଅଭିଯୋଗରେ ନିର୍ଦ୍ଦୋଷରେ ୮ ବର୍ଷ ଜେଲ କାଟିଥିବା ବ୍ୟକ୍ତିଙ୍କୁ ସରକାର ଦେବେ ଚାକିରି

ଇମ୍ଫାଲ,୫ ।୧: ବଳାତ୍କାର ଓ ହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତି ନିର୍ଦ୍ଦୋଶରେ ୮ ବର୍ଷ ଜେଲ କାଟିଥିବା ବେଳେ ଏବେ ମଣିପୁର ସରକାର ତାଙ୍କୁ ସରକାରୀ ଚାକିରି ଯୋଗାଇ ଦେବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ୨୦୧୩ରେ ରିସର୍ଚ୍ଚ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ । ଘଟଣା ପରେ ଲୋକେ ରାଗରେ ତାଙ୍କ ଘର ମଧ୍ୟ ଜାଳି ଦେଇଥିଲେ । ଏହି ମାମଲାର ବିଚାର ହେଉ ହେଉ ଦୀର୍ଘ ୮ ବର୍ଷ ବିତି ଯାଇଥିଲା । ଯାହାଫଳରେ ବ୍ୟକ୍ତି ଜଣକ ୮ବର୍ଷ ଜେଲରେ କାଟିଥିଲେ । ସୋମବାର ଏହି ମାମଲାର ଶୁଣାଣି କରି କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି । କୋର୍ଟର ରାୟ ଆସିବା ପରେ ମଣିପୁର ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କୁ ସରକାରୀ ଚାକିରି ଦିଆଯିବ । ତେବେ ବିଚାର ପ୍ରକ୍ରିୟା ବିଳମ୍ବ ହେବାରୁ ସେ ତାଙ୍କର ମୂଲ୍ୟବାନ ୮ ବର୍ଷ ଜେଲରେ କାଟିଛନ୍ତି । ସେହି ସମୟ ମଧ୍ୟରେ ସେ କିଛି ଭଲ କାମ କରିପାରି ଥାଆନ୍ତେ ପୁଣି ନିଜ ପରିବାରକୁ ସାହାଯ୍ୟ ମଧ୍ୟ କରିପାରି ଥାଆନ୍ତେ । ତେଣୁ ଏବେ ସରକାର ତାଙ୍କୁ ଚାକିରି ଦେବାକୁ ସ୍ଥିର କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଅଫର ସେ ନିଶ୍ଚୟ ଗ୍ରହଣ କରିବେ ଓ ଆଗକୁ ଭଲ କାମ କରିବେ ବୋଲି ଆଶା କରାଯାଏ । ସୂଚନାଯୋଗ୍ୟ, ତୌଦମ ଜିବଲ ସିଂ ରିମ୍ସ ପ୍ୟାଥୋଲୋଜି ଡିପାର୍ଟମେଣ୍ଟରେ ଜଣେ ଜୁନିୟର ରିସର୍ଚ୍ଚ ସ୍କଲାରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା । ୫ ଏପ୍ରିଲ ୨୦୧୩ରେ ମୃତା ଯୁବତୀଙ୍କ ଶରୀର ବାଙ୍ଗଲଖେଇ ଲୋକୁଲ କେନାଲରେ ମିଳିଥିଲା । ହେଲେ ଘଟଣାର ଦୁଇ ଦିନ ପୂର୍ବରୁ ଯୁବତି ନିଖୋଜ ଥିବା ସେତେବେଳେ କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri