Posted inଜାତୀୟ

ବଳାତ୍କାର, ହତ୍ୟା ଅଭିଯୋଗରେ ନିର୍ଦ୍ଦୋଷରେ ୮ ବର୍ଷ ଜେଲ କାଟିଥିବା ବ୍ୟକ୍ତିଙ୍କୁ ସରକାର ଦେବେ ଚାକିରି

ଇମ୍ଫାଲ,୫ ।୧: ବଳାତ୍କାର ଓ ହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତି ନିର୍ଦ୍ଦୋଶରେ ୮ ବର୍ଷ ଜେଲ କାଟିଥିବା ବେଳେ ଏବେ ମଣିପୁର ସରକାର ତାଙ୍କୁ ସରକାରୀ ଚାକିରି ଯୋଗାଇ ଦେବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ୨୦୧୩ରେ ରିସର୍ଚ୍ଚ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ । ଘଟଣା ପରେ ଲୋକେ ରାଗରେ ତାଙ୍କ ଘର ମଧ୍ୟ ଜାଳି ଦେଇଥିଲେ । ଏହି ମାମଲାର ବିଚାର ହେଉ ହେଉ ଦୀର୍ଘ ୮ ବର୍ଷ ବିତି ଯାଇଥିଲା । ଯାହାଫଳରେ ବ୍ୟକ୍ତି ଜଣକ ୮ବର୍ଷ ଜେଲରେ କାଟିଥିଲେ । ସୋମବାର ଏହି ମାମଲାର ଶୁଣାଣି କରି କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି । କୋର୍ଟର ରାୟ ଆସିବା ପରେ ମଣିପୁର ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କୁ ସରକାରୀ ଚାକିରି ଦିଆଯିବ । ତେବେ ବିଚାର ପ୍ରକ୍ରିୟା ବିଳମ୍ବ ହେବାରୁ ସେ ତାଙ୍କର ମୂଲ୍ୟବାନ ୮ ବର୍ଷ ଜେଲରେ କାଟିଛନ୍ତି । ସେହି ସମୟ ମଧ୍ୟରେ ସେ କିଛି ଭଲ କାମ କରିପାରି ଥାଆନ୍ତେ ପୁଣି ନିଜ ପରିବାରକୁ ସାହାଯ୍ୟ ମଧ୍ୟ କରିପାରି ଥାଆନ୍ତେ । ତେଣୁ ଏବେ ସରକାର ତାଙ୍କୁ ଚାକିରି ଦେବାକୁ ସ୍ଥିର କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଅଫର ସେ ନିଶ୍ଚୟ ଗ୍ରହଣ କରିବେ ଓ ଆଗକୁ ଭଲ କାମ କରିବେ ବୋଲି ଆଶା କରାଯାଏ । ସୂଚନାଯୋଗ୍ୟ, ତୌଦମ ଜିବଲ ସିଂ ରିମ୍ସ ପ୍ୟାଥୋଲୋଜି ଡିପାର୍ଟମେଣ୍ଟରେ ଜଣେ ଜୁନିୟର ରିସର୍ଚ୍ଚ ସ୍କଲାରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା । ୫ ଏପ୍ରିଲ ୨୦୧୩ରେ ମୃତା ଯୁବତୀଙ୍କ ଶରୀର ବାଙ୍ଗଲଖେଇ ଲୋକୁଲ କେନାଲରେ ମିଳିଥିଲା । ହେଲେ ଘଟଣାର ଦୁଇ ଦିନ ପୂର୍ବରୁ ଯୁବତି ନିଖୋଜ ଥିବା ସେତେବେଳେ କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଚାଲିଥିବା ଜୁଆ ଖେଳ: ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?