Posted inଖେଳ

ଲିଜେଣ୍ଡ୍ସ ଲଢ଼େଇରେ ଟାଇଗର୍ସର ବାଜିମାତ୍‌

କଟକ, ୨୭ା୯ (ସ୍ପୋଟର୍‌ସ ବ୍ୟୁରୋ):ବାରବାଟୀ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ମ୍ୟାଚରେ ମଣିପାଲ ଟାଇଗର୍ସ ୩ ରନରେ ଭିଲଓ୍ବାରା କିଙ୍ଗ୍ସକୁ ପରାସ୍ତ କରିଛି। ଟାଟେଣ୍ଡା ଟାଇବୁଙ୍କ ଅର୍ଦ୍ଧଶତକ ସହାୟତାରେ ମଣିପାଲ ଟାଇଗର୍ସ ୮ ଉଇକେଟ ହରାଇ ୧୭୫ ରନ କରିଥିଲା। ଜବାବରେ ଭିଲୱାରା କିଙ୍ଗ୍ସ ବିଜୟର ନିକଟତର ହୋଇଥିଲେ ହେଁ ୨୦ ଓଭରରେ ୯ ଉଇକେଟ ହରାଇ ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଲିଗ୍‌ରେ ମଣିପାଲ ଟାଇଗର୍ସ ଦଳର ୪ ମ୍ୟାଚରୁ ଏହା ପ୍ରଥମ ବିଜୟ।
ଅଧିନାୟକ ଇରଫାନ ପଠାନ ଟସ୍‌ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଓପନର ଟାଇବୁ ଓ ରାଇଡର ମଣିପାଲ ଟାଇଗର୍ସ ପାଇଁ ଭଲ ଆରମ୍ଭ କରିଥିଲେ। ତାଇବୁ (୫୪) ଚଳିତ ସିଜନରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବାବେଳେ ପ୍ରଥମ ମ୍ୟାଚ ଖେଳୁଥିବା ରାଇଡର ସଂଗ୍ରହ କରିଥିଲେ ୪୭ ରନ୍‌ । ପ୍ରଥମ ୬ ଓଭରରେ ଉଭୟ ଖେଳାଳି ବିନାକୌଣସି ଉଇକେଟ ହରାଇ ୬୩ ରନ୍‌ ସଂଗ୍ରହ କରିଥିଲେ। ମ୍ୟାଚର ୧୦ମ ଓଭରରେ ଉଭୟ ଖେଳାଳି ଶତକୀୟ ଭାଗୀଦାରି ପୂରଣ କରିଥିଲେ। ପ୍ରଥମ ଉଇକେଟରେ ଉଭୟ ୧୦୯ ରନ୍‌ ଯୋଡିଥିଲେ। ଟାଇବୁ ୩୦ ବଲଖେଳି ୫ ଚୌକା ଓ ୪ ଛକା ମାରିଥିଲେ। ଅନ୍ୟ ପକ୍ଷରେ ରାଇଡର ୩୫ ବଲ ଖେଳି ନିଜ ଇନିଂସ ମଧ୍ୟରେ ୫ ଚୌକା ଓ ୨ ଛକା ମାରିଥିଲେ। ମ୍ୟାଚର ୧୧ତମ ଓଭରବୋଲିଂ କରିଥିବା ୟୁସୁଫ ପଠାନ ଦୁଇବଲ ବ୍ୟବଧାନରେ ଟାଇବୁ ଓ ରାଇଡରଙ୍କୁ ଆଉଟ କରିଥିଲେ। ପରବର୍ତ୍ତୀ ଓଭରରେ ଖାତା ଖୋଲିବା ପୂର୍ବରୁ ପ୍ରଦୀପ ସାହୁଙ୍କୁ ଆଉଟ କରିଥିଲେ ଜେସଲ କାରିଆ। ୧୧୧ ରନରେ ୩ ଉଇକେଟ ହରାଇବା ପରେ ମହମ୍ମଦ କୈଫ୍‌ ଓ କୋରି ଆଣ୍ଡରସନଙ୍କମଧ୍ୟରେ ୫୭ ରନର ଭାଗୀଦାରି ହୋଇଥିଲା। ଆଣ୍ଡରସନ୍‌ ୨୪ ଓ କୈଫ୍‌ ୨୮ ରନ୍‌କରିବା ଫଳରେ ଦଳ ୧୭୫ ରନ୍‌ରେ ପହଞ୍ଚତ୍ଥିଲା। ଆଣ୍ଡରସନଙ୍କ ଇନିଂସରେ ୩ ଚୌକା ସାମିଲ ଥିବାବେଳେ କୈଫ୍‌ ୨ ଚୌକା ଓ ୧ ଛକା ମାରିଥିଲେ। ଶେଷ ଆଡକୁ ଟିନୋ ବେଷ୍ଟ ଘାତକ ବୋଲିଂ କରିବା ସହିତ ରନ୍‌ଗତିରେ ଅଙ୍କୁଶ ଲଗାଇଥିଲେ। ବେଷ୍ଟ ୨୦ ରନ ଦେଇ ୩ ଉଇକେଟ ନେଇଥିବାବେଳେ ୟୁସୁଫ ପଠାନ୍‌ ୨ଟି ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କମଧ୍ୟରେ ଫିଡେଲ ଏଡୱାର୍ଡସ ଓ ଜେସଲ କାରିଆଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
୧୭୬ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ଭିଲଓ୍ବାରା କିଙ୍ଗ୍ସ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫର୍ମରେ ଥିବା ୟୁସୁଫ ପଠାନ ୨୧ ବଲ୍‌ରୁ ୪୨ (୨ ଚୌକା, ୪ ଛକା) ରନ କରିଥିଲେ ହେଁ ଦଳର ବିଜୟ ପାଇଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ମଣିପାଲ ଟାଇଗର୍ସ ପକ୍ଷରୁ ଦିଲହରା ଫର୍ନାଣ୍ଡୋ ୪ଟି ଏବଂ ପରବିନ୍ଦର ଅଓ୍ବାନା ଓ ଅଧିନାୟକ ହରଭଜନ ସିଂ ୨ଟି ଲେଖାଏ ଉଇକେଟ ନେଇଥିଲେ। ଫର୍ନାଣ୍ଡୋଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା। ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି ଓ ଯୁଗ୍ମସମ୍ପାଦକ ମେହତାବ ଖାଁ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ।
ସଂକ୍ଷିପ୍ତ ସ୍କୋର
ମଣିପାଲ ଟାଇଗର୍ସ ୨୦ ଓଭରରେ ୧୭୫/୮ (ଟାଟେଣ୍ଡା ଟାଇବୁ-୫୪, ଜେସି ରାଇଡର-୪୭, ମହମ୍ମଦ କୈଫ-୩୨, କୋରେ ଆଣ୍ଡରସନ-୨୪, ଟିନୋ ବେଷ୍ଟ-୩/୨୦, ୟୁସୁଫ ପଠାନ-୨/୨୫, ଫିଡେଲ ଏଡଓ୍ବାଡର୍‌ସ-୧/୩୫, ଜେସଲ କାରିଆ-୧/୨୫)। ଭିଲଓ୍ବାରା କିଙ୍ଗ୍ସ ୨୦ ଓଭରରେ ୧୭୨/୯ (ୟୁସୁଫ ପଠାନ-୪୨, ଓ୍ବିଲିୟମ ପୋର୍ଟରଫିଲ୍ଡ-୨୮, ତନ୍ମୟ ଶ୍ରୀବାସ୍ତବ-୨୬, ଇରଫାନ ପଠାନ-୨୩, ଦିଲହରା ଫର୍ନାଣ୍ଡୋ-୪/୩୧, ହରଭଜନ ସିଂ-୨/୧୬, ପରବିନ୍ଦର ଅଓ୍ବାନା-୨/୩୪, ମୁଥୟା ମୁରଲୀଧରନ-୧/୩୧)।


Enter your email to get our daily news in your inbox.

All Right Reserved By Dharitri.Com

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri