Posted inଖେଳ

ଲିଜେଣ୍ଡ୍ସ ଲଢ଼େଇରେ ଟାଇଗର୍ସର ବାଜିମାତ୍‌

କଟକ, ୨୭ା୯ (ସ୍ପୋଟର୍‌ସ ବ୍ୟୁରୋ):ବାରବାଟୀ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ମ୍ୟାଚରେ ମଣିପାଲ ଟାଇଗର୍ସ ୩ ରନରେ ଭିଲଓ୍ବାରା କିଙ୍ଗ୍ସକୁ ପରାସ୍ତ କରିଛି। ଟାଟେଣ୍ଡା ଟାଇବୁଙ୍କ ଅର୍ଦ୍ଧଶତକ ସହାୟତାରେ ମଣିପାଲ ଟାଇଗର୍ସ ୮ ଉଇକେଟ ହରାଇ ୧୭୫ ରନ କରିଥିଲା। ଜବାବରେ ଭିଲୱାରା କିଙ୍ଗ୍ସ ବିଜୟର ନିକଟତର ହୋଇଥିଲେ ହେଁ ୨୦ ଓଭରରେ ୯ ଉଇକେଟ ହରାଇ ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଲିଗ୍‌ରେ ମଣିପାଲ ଟାଇଗର୍ସ ଦଳର ୪ ମ୍ୟାଚରୁ ଏହା ପ୍ରଥମ ବିଜୟ।
ଅଧିନାୟକ ଇରଫାନ ପଠାନ ଟସ୍‌ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଓପନର ଟାଇବୁ ଓ ରାଇଡର ମଣିପାଲ ଟାଇଗର୍ସ ପାଇଁ ଭଲ ଆରମ୍ଭ କରିଥିଲେ। ତାଇବୁ (୫୪) ଚଳିତ ସିଜନରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବାବେଳେ ପ୍ରଥମ ମ୍ୟାଚ ଖେଳୁଥିବା ରାଇଡର ସଂଗ୍ରହ କରିଥିଲେ ୪୭ ରନ୍‌ । ପ୍ରଥମ ୬ ଓଭରରେ ଉଭୟ ଖେଳାଳି ବିନାକୌଣସି ଉଇକେଟ ହରାଇ ୬୩ ରନ୍‌ ସଂଗ୍ରହ କରିଥିଲେ। ମ୍ୟାଚର ୧୦ମ ଓଭରରେ ଉଭୟ ଖେଳାଳି ଶତକୀୟ ଭାଗୀଦାରି ପୂରଣ କରିଥିଲେ। ପ୍ରଥମ ଉଇକେଟରେ ଉଭୟ ୧୦୯ ରନ୍‌ ଯୋଡିଥିଲେ। ଟାଇବୁ ୩୦ ବଲଖେଳି ୫ ଚୌକା ଓ ୪ ଛକା ମାରିଥିଲେ। ଅନ୍ୟ ପକ୍ଷରେ ରାଇଡର ୩୫ ବଲ ଖେଳି ନିଜ ଇନିଂସ ମଧ୍ୟରେ ୫ ଚୌକା ଓ ୨ ଛକା ମାରିଥିଲେ। ମ୍ୟାଚର ୧୧ତମ ଓଭରବୋଲିଂ କରିଥିବା ୟୁସୁଫ ପଠାନ ଦୁଇବଲ ବ୍ୟବଧାନରେ ଟାଇବୁ ଓ ରାଇଡରଙ୍କୁ ଆଉଟ କରିଥିଲେ। ପରବର୍ତ୍ତୀ ଓଭରରେ ଖାତା ଖୋଲିବା ପୂର୍ବରୁ ପ୍ରଦୀପ ସାହୁଙ୍କୁ ଆଉଟ କରିଥିଲେ ଜେସଲ କାରିଆ। ୧୧୧ ରନରେ ୩ ଉଇକେଟ ହରାଇବା ପରେ ମହମ୍ମଦ କୈଫ୍‌ ଓ କୋରି ଆଣ୍ଡରସନଙ୍କମଧ୍ୟରେ ୫୭ ରନର ଭାଗୀଦାରି ହୋଇଥିଲା। ଆଣ୍ଡରସନ୍‌ ୨୪ ଓ କୈଫ୍‌ ୨୮ ରନ୍‌କରିବା ଫଳରେ ଦଳ ୧୭୫ ରନ୍‌ରେ ପହଞ୍ଚତ୍ଥିଲା। ଆଣ୍ଡରସନଙ୍କ ଇନିଂସରେ ୩ ଚୌକା ସାମିଲ ଥିବାବେଳେ କୈଫ୍‌ ୨ ଚୌକା ଓ ୧ ଛକା ମାରିଥିଲେ। ଶେଷ ଆଡକୁ ଟିନୋ ବେଷ୍ଟ ଘାତକ ବୋଲିଂ କରିବା ସହିତ ରନ୍‌ଗତିରେ ଅଙ୍କୁଶ ଲଗାଇଥିଲେ। ବେଷ୍ଟ ୨୦ ରନ ଦେଇ ୩ ଉଇକେଟ ନେଇଥିବାବେଳେ ୟୁସୁଫ ପଠାନ୍‌ ୨ଟି ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କମଧ୍ୟରେ ଫିଡେଲ ଏଡୱାର୍ଡସ ଓ ଜେସଲ କାରିଆଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
୧୭୬ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ଭିଲଓ୍ବାରା କିଙ୍ଗ୍ସ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫର୍ମରେ ଥିବା ୟୁସୁଫ ପଠାନ ୨୧ ବଲ୍‌ରୁ ୪୨ (୨ ଚୌକା, ୪ ଛକା) ରନ କରିଥିଲେ ହେଁ ଦଳର ବିଜୟ ପାଇଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ମଣିପାଲ ଟାଇଗର୍ସ ପକ୍ଷରୁ ଦିଲହରା ଫର୍ନାଣ୍ଡୋ ୪ଟି ଏବଂ ପରବିନ୍ଦର ଅଓ୍ବାନା ଓ ଅଧିନାୟକ ହରଭଜନ ସିଂ ୨ଟି ଲେଖାଏ ଉଇକେଟ ନେଇଥିଲେ। ଫର୍ନାଣ୍ଡୋଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା। ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି ଓ ଯୁଗ୍ମସମ୍ପାଦକ ମେହତାବ ଖାଁ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ।
ସଂକ୍ଷିପ୍ତ ସ୍କୋର
ମଣିପାଲ ଟାଇଗର୍ସ ୨୦ ଓଭରରେ ୧୭୫/୮ (ଟାଟେଣ୍ଡା ଟାଇବୁ-୫୪, ଜେସି ରାଇଡର-୪୭, ମହମ୍ମଦ କୈଫ-୩୨, କୋରେ ଆଣ୍ଡରସନ-୨୪, ଟିନୋ ବେଷ୍ଟ-୩/୨୦, ୟୁସୁଫ ପଠାନ-୨/୨୫, ଫିଡେଲ ଏଡଓ୍ବାଡର୍‌ସ-୧/୩୫, ଜେସଲ କାରିଆ-୧/୨୫)। ଭିଲଓ୍ବାରା କିଙ୍ଗ୍ସ ୨୦ ଓଭରରେ ୧୭୨/୯ (ୟୁସୁଫ ପଠାନ-୪୨, ଓ୍ବିଲିୟମ ପୋର୍ଟରଫିଲ୍ଡ-୨୮, ତନ୍ମୟ ଶ୍ରୀବାସ୍ତବ-୨୬, ଇରଫାନ ପଠାନ-୨୩, ଦିଲହରା ଫର୍ନାଣ୍ଡୋ-୪/୩୧, ହରଭଜନ ସିଂ-୨/୧୬, ପରବିନ୍ଦର ଅଓ୍ବାନା-୨/୩୪, ମୁଥୟା ମୁରଲୀଧରନ-୧/୩୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟ ସୃଷ୍ଟି ହେବ ନାହିଁ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୯।୮(ପି.ଟି.): ଚାଇନା ମୋବାଇଲ କମ୍ପାନୀ ଭିଭୋ ସହ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ସ୍ପୋନ୍ସରଶିପ୍‌ ବାତିଲ ଘଟଣା ନେଇ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ...

ଦିନଥିଲା ଟ୍ରେନ୍‌ ଟଏଲେଟ୍‌ ପାଖରେ ବସି ଯାତ୍ରା କରୁଥିଲେ ଧୋନୀ, ଆଜି ଭାରତର ଶ୍ରେଷ୍ଠ ଅଧିନାୟକ

ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ରାଞ୍ଚି ପରି ଏକ ଛୋଟ...

ମହିଳା ଫିଫା ବିଶ୍ୱକପ୍‌: ଏସିଆର ଅଭିଯାନ ଶେଷ

ରେନ୍ନେସ (ଫ୍ରାନ୍ସ),୨୬।୬(ଏଏଫ୍‌ପି)- ମହିଳା ଫିଫା ବିଶ୍ୱକପ୍‌ ପ୍ରି କ୍ୱାର୍ଟର ଫାଇନାଲରୁୁ ଏସିଆନ୍‌ ଦଳଗୁଡ଼ିକର ଅଭିଯାନ ଶେଷ ହୋଇଛି। ଉଭୟ ଜାପାନ ଓ ଚାଇନା ପରାଜୟ ସହ...

ବିମାନବନ୍ଦରରେ ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା

ଚେନ୍ନାଇ,୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ସମସ୍ତ ମ୍ୟାଚ କରୋନା ଯୋଗୁ ଚଳିତ ବର୍ଷ କେବଳ ୬ଟି ସ୍ଥାନରେ ଖେଳାଯାଉଛି। ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ସ୍ଥାନ...

ସିଏସ୍‌କେର ଅନ୍ୟ ସଦସ୍ୟମାନେ ନେଗେଟିଭ୍‌

ନୂଆଦିଲ୍ଲୀ, ୨ା୯ (ପି.ଟି.)- ଗତ ସପ୍ତାହରେ କୋଭିଡ୍‌-୧୯ ଟେଷ୍ଟରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ୧୩ ଜଣ ସଦସ୍ୟଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ତେବେ ଏମାନଙ୍କୁ...

ଆଇପିଏଲ୍‌ର କେଉଁ ଟିମ୍‌ ସହ ଖେଳିବାକୁ ଆଗ୍ରହୀ ଇଂଲଣ୍ଡର ଏହି ମହିଳା କ୍ରିକେଟର୍‌

ଇଂଲଣ୍ଡ ମହିଳା କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଡାନିଏଲ୍‌ ଓ୍ବେଟ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳ ପକ୍ଷରୁ ଖେଳିବାକୁ...

୨୮ ବର୍ଷ ସାନ ଯୁବତୀଙ୍କୁ ବିବାହ କରିବେ ୬୬ ବର୍ଷୀୟ କ୍ରିକେଟର୍‌

କୋଲକତା,୨୬।୪:ଭାରତର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି। ତାଙ୍କର ଭାବି ସ୍ତ୍ରୀ ବୁଲବୁଲ...

ଫିଫା ଟୁର୍ନାମେଣ୍ଟର ସ୍ମରଣୀୟ ସ୍ମୃତି

ଭାରତରେ ପ୍ରଥମଥର ପାଇଁ ଆୟୋଜିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ସଫଳତାର ସହ ସମ୍ପନ୍ନ ହୋଇଛି। ଚାମ୍ପିୟନ ସ୍ପେନ୍‌ଠାରୁ ଆରମ୍ଭ କରି ଫାଇନାଲିଷ୍ଟ...

Advertisement
Archives

Model This Week