ପ୍ରେମବିିବାହ କରାଇଦେବାକୁ ସମଲେଇଙ୍କୁ ଚିଠି

ସମ୍ବଲୁପୁର,୨୭ା୯(ବ୍ୟୁରୋ):ନିଜ ପ୍ରେମକୁ ପାଇବା ପାଇଁ ବର୍ତ୍ତମାନ ସମୟରେ ଯୁବତୀଯୁବକ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। କେହିକେହି ଠାକୁରଙ୍କ ନିକଟରେ ଗୁହାରି ପଡ଼ୁଛନ୍ତି। ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ମାନସିକ ମଧ୍ୟ ରଖୁଛନ୍ତି। ହେଲେ ଏବେ ଜଣେ ଯୁବତୀ ମନ୍ଦିର ହୁଣ୍ଡି ବାକ୍ସରେ ଏକ ଚିଠି ପକାଇ ନିଜର ପ୍ରେମ ବିବାହକୁ ସାକାର କରାଇଦେବାକୁ ମା’ସମଲେଇଙ୍କୁ ନିବେଦନ କରିଥିବା ଜାଣିବାକୁ ମିଳିଛି। ଏହି ଘଟଣା ଏବେ ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ନରେ ସମ୍ବଲପୁର ଅଧିଷ୍ଠାତ୍ରୀ ମା’ ସମଲେଇ ମନ୍ଦିରରେ ହୁଣ୍ଡି ଖୋଲାଯାଇଥିଲା। ଏଥିରୁ ଟଙ୍କା, ସିନ୍ଦୂର, ବେଲପତ୍ର ଭଳି ସାମଗ୍ରୀ ସହ ୪ ଗୋଟି ହାତଲେଖା ଚିଠି ବାହାରିଥିଲା। ଏଥିମଧ୍ୟରୁ ତେଲୁଗୁ ଓ ବଙ୍ଗଳା ଭାଷାରେ ୨ଟି ଏବଂ ଓଡ଼ିଆରେ ଲେଖାଥିବା ୨ଟି ଚିଠି ରହିଥିଲା। ଓଡ଼ିଆରେ ଲେଖା ହୋଇଥିବା ଚିଠିରେ ଜଣେ ଯୁବତୀ ଉଲ୍ଲେଖ କରିଛନ୍ତି, ”ଜୟ ମଁା ସମଲେଇ, ମଁା ଗୋ ମୋର ଜୁହାର ଗ୍ରହଣ କରିବୁ, ମୁଇଁ ତୋର ନିକେ ଗୁଟେ ଆଶା ନେଇ ଆସିଛେ। ତୁଇ ମାଁ ଗୋ ମୋର ପ୍ୟାର ରବୀନ୍ଦ୍ର ସାଙ୍ଗରେ ସମସ୍ତଙ୍କ ସହମତିରେ ବିବାହ କରାଇ ଦେ। ଜୟ ମଁା ଜଗତ୍‌ଜନନୀ କି ଜୟ“ ବୋଲି ଉଲ୍ଲେଖ ରହିଛି। ସେହିପରି ଅନ୍ୟ ଏକ ଚିଠିରେ ଜଣେ ଯୁବକ ନିଟ୍‌ ପରୀକ୍ଷାରେ ସଫଳତା ପାଇବା ଆଶାରେ ମା’ଙ୍କୁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ ବାବୁ କହିଛନ୍ତି, ଅଧିକାଂଶ ସମୟରେ ଏଭଳି ଚିଠି ହୁଣ୍ଡିରୁ ବାହାରିଥାଏ। ମା’ଙ୍କ ପାଖରେ ଭକ୍ତମାନେ ଗୁହାରି କରିବା ପାଇଁ ଭିନ୍ନ ପନ୍ଥା ଆପଣେଇଥାନ୍ତି। ଝିଅ ବିବାହ, ଚାକିରି, ବଦଳି, ଚାକିରିରେ ପଦୋନ୍ନତି, ପରିବାରରେ ଶାନ୍ତି ଆଣିଦେବା, ଦମ୍ପତିଙ୍କ ମନୋମାଳିନ୍ୟ ବନ୍ଦ କରାଇବା ଭଳି ଅନେକ ସମସ୍ୟା ଉପରେ ଭକ୍ତମାନେ ଚିଠି ଲେଖି ଗୁହାରି କରନ୍ତି। ଚିଠି ଦେବା ସହିତ ନଡିଆ, ଫୁଲ ଦେବାକୁ କହି ମା’ଙ୍କ ନିକଟରେ ମାନସିିକ କରନ୍ତି। ଏହା ନୂଆ କଥା ନୁହେଁ। ହେଲେ ଜଣେ ଯୁବତୀ ତାଙ୍କ ମନର କଥାକୁ ମା’ଙ୍କୁ ଜଣାଇବା ପାଇଁ ହୁଣ୍ଡି ମାଧ୍ୟମରେ ପତ୍ର ଲେଖି ପକାଇବା ତାଙ୍କର ମା’ଙ୍କ ପ୍ରତି ସମର୍ପଣ ଭାବକୁ ବୁଝାଉଛି। ହୁଣ୍ଡିରୁ ନଗଦ ୪ ଲକ୍ଷ ୫୯ ହଜାର ଟଙ୍କା ବାହାରିଥିଲା। ପ୍ରାୟ ୨ମାସ ପରେ ହୁଣ୍ଡି ଖୋଲାଯାଇଥିଲା ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ସଦସ୍ୟ ପ୍ରଫୁଲ୍ଲ ହୋତା, ହେମନ୍ତ ମିଶ୍ର, ଦେବୋତ୍ତର ବିଭାଗ ଅଧିକାରୀ, ପୋଲିସ ଅଧିକାରୀ, ସ୍ଥାନୀୟ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?