ଟଙ୍କା ମୂଲ୍ୟ ହ୍ରାସ ଅଣାୟତ୍ତ

ମୁମ୍ବାଇ, ୨୭ା୯(ପି.ଟି.):ଆମେରିକୀୟ ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ ସ୍ତରର ରେକର୍ଡ ଭାଙ୍ଗିଛି। ସୋମବାର ଟଙ୍କାର ମୂଲ୍ୟ ୫୪ ପଇସା ହ୍ରାସ ହୋଇଛି। ଫଳରେ ଡଲାରର ମୂଲ୍ୟ ୮୧.୬୩ ଟଙ୍କାକୁ ବୃଦ୍ଧି ପାଇଛି। ଗତ ଶୁକ୍ରବାର ୩୦ ପଇସା ହ୍ରାସ ପାଇ ଟଙ୍କା ମୂଲ୍ୟ ୮୧.୦୯ ହୋଇଥିଲା। ତେବେ ଲଗାତର ୪ କାରବାର ଦିବସରେ ଟଙ୍କା ମୂଲ୍ୟ ୧୯୩ ପଇସା ଖସିଥିବାବେଳେ ଡଲାର ମୂଲ୍ୟ ବର୍ତ୍ତମାନ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଟଙ୍କାର ଏହି ଦୁର୍ବଳତା ଗଁାଠୁ ସହର ଯାଏ ସମସ୍ତଙ୍କୁ ପ୍ରଭାବିତ କରିବ। ଆମଦାନୀକାରୀ, ରପ୍ତାନିକାରୀ, ବିଦେଶରେ ପଢ଼ୁଥିବା ଛାତ୍ର, ନିବେଶକ, ସାଧାରଣ ଗ୍ରାହକଙ୍କୁ ପ୍ରଭାବିତ କରିବ।
ଅନେକ କାରଣରୁ ଟଙ୍କା ମୂଲ୍ୟ ହ୍ରାସ ହୋଇଥାଏ। ସବୁଠାରୁ ସାଧାରଣ କାରଣ ହେଉଛି ଡଲାରର ଚାହିଦା ବୃଦ୍ଧି। ସେହିପରି ଅନ୍ତର୍ଜାତୀୟ ବଜାରରେ ଯେକୌଣସି ଅସ୍ଥିରତା ଯୋଗୁ ନିବେଶକମାନେ ବ୍ୟସ୍ତ ହୋଇ ଡଲାର କିଣିନେଇଥାନ୍ତି। ଏଭଳି ପରିସ୍ଥିତିରେ ଡଲାରର ଚାହିଦା ବଢ଼ିଥାଏ ଏବଂ ଅନ୍ୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଥାଏ। ଶେୟାର ବଜାରରେ ଅସ୍ଥିରତା ମଧ୍ୟ ଟଙ୍କାର ମୂଲ୍ୟ ଉପରେ ପ୍ରଭାବ ପକାଇଥାଏ। ସଦ୍ୟତମ ପ୍ରମୁଖ କାରଣ ହେଲା ଗତ ବୁଧବାର ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡେରାଲ ରିଜର୍ଭ’ ସୁଧହାର ୦.୭୫ ପ୍ରତିଶତ ବଢ଼଼ାଇବା ଏବଂ କଠୋର ଆଭିମୁଖ୍ୟ ବଜାୟ ରଖିବା ଆଶଙ୍କାରେ ଗତ ଗୁରୁବାର ଟଙ୍କା ମୂଲ୍ୟ ୮୩ ପଇସା ହ୍ରାସ ପାଇ ଡଲାର ମୂଲ୍ୟ ୮୦.୭୯ ଟଙ୍କା ହୋଇଥିଲା। କେବଳ ଟଙ୍କା ନୁହେଁ, ଅନ୍ୟ ଦେଶର ମୁଦ୍ରା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୬ଟି ପ୍ରମୁଖ ମୁଦ୍ରା ତଥା ୟୁରୋ, ଜାପାନିଜ୍‌ ୟେନ୍‌, ବ୍ରିଟିଶ୍‌ ପାଉଣ୍ଡ (ଷ୍ଟର୍ଲିଂ), କାନାଡିଆନ ଡଲାର, ସ୍ବିଡିଶ୍‌ କ୍ରୋନା ଓ ସୁଇସ୍‌ ଫ୍ରାଙ୍କ୍‌ ତୁଳନାରେ ଡଲାରର ଦୃଢ଼ତା ମାପୁଥିବା ‘ଡଲାର ସୂଚକାଙ୍କ’ ସର୍ବାଧିକ ସ୍ତର ୧୧୩.୭୧ରେ ପହଞ୍ଚିଛି। ଫୋରେକ୍ସ ବ୍ୟବସାୟୀଙ୍କ ମତରେ ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିବା ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ନିବେଶକମାନେ କୌଣସି ରିସ୍କ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଦେଖାଦେଉଛି। ଏଚ୍‌ଡିଏଫସି ସିକ୍ୟୁରିଟିଜ୍‌ର ଦିଲୀପ ପାରମାର କହିଛନ୍ତି ଯେ ଫେଡେରାଲ ରିଜର୍ଭ
ଟଙ୍କା ମୂଲ୍ୟ…
ଦ୍ୱାରା କଡ଼ା ଆଭିମୁଖ୍ୟ ଏବଂ ରୁଷିଆ-ୟୁକ୍ରେନ ତିକ୍ତତା ବୃଦ୍ଧି ଦ୍ୱାରା ଡଲାର ମୂଲ୍ୟ ଅନ୍ୟ ପ୍ରମୁଖ ମୁଦ୍ରାଗୁଡ଼ିକ ତୁଳନାରେ ବୃଦ୍ଧି ପାଇଛି। ଅନ୍ୟ ଏସୀୟ ମୁଦ୍ରା ପରି ଟଙ୍କା ମୂଲ୍ୟର ମଧ୍ୟ ରେକର୍ଡ ହ୍ରାସ ଘଟିଛି। ଘରୋଇ ଅର୍ଥନୀତି ସ୍ଥିତି ଦୃଢ଼ ହେବା ପରେ ମଧ୍ୟ ଟଙ୍କା ମୂଲ୍ୟର ବର୍ତ୍ତମାନ ଧାରା ଆଗକୁ ଜାରି ରହିପାରେ ବୋଲି ପାରମାର କହିଛନ୍ତି।
ଟଙ୍କା ଦୁର୍ବଳ ଯୋଗୁ ଭାରତର ଆମଦାନୀ ବିଲ୍‌ ବୃଦ୍ଧି ପାଇବ। ପୂର୍ବ ଅପେକ୍ଷା ଆମଦାନୀ ପାଇଁ ଭାରତକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆମଦାନୀ ଉପରେ ନିର୍ଭରଶୀଳ କମ୍ପାନୀଗୁଡିକର ମାର୍ଜିନ କମ୍‌ ରହିବ। ଫଳରେ ସେମାନେ ସାମଗ୍ରୀର ମୂଲ୍ୟ ବୃଦ୍ଧି କରି କ୍ଷତିପୂରଣ ପାଇବେ। ଏହା ମୁଦ୍ରାସ୍ଫୀତି ବୃଦ୍ଧି କରିବ। ପେଟ୍ରୋଲିୟମ ଉତ୍ପାଦ, ବିଦେଶ ଭ୍ରମଣ, ବିଦେଶରୁ ସେବା ନେବା ମଧ୍ୟ ମହଙ୍ଗା ହେବ। ଟଙ୍କାର ଦୁର୍ବଳତା ବୈଦେଶିକ ମୁଦ୍ରା ଭଣ୍ଡାରକୁ ଦୁର୍ବଳ କରିଥାଏ। ରାଜକୋଷ ଖାଲି କରିଦେଇଥାଏ, ଯାହାକି ଦେଶର ଅର୍ଥନୀତି ପାଇଁ ଗୁରୁତର ଚିନ୍ତାର ବିଷୟ। ଏହି ସମୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ତୀବ୍ର ହ୍ରାସ ପାଇଛି। ଟଙ୍କାର ସ୍ଥିିତି ନିୟନ୍ତ୍ରଣ ପାଇଁ ଆର୍‌ବିଆଇ ଖୋଲା ବଜାରରେ ଡଲାର ବିକ୍ରି କରୁଛି। କିନ୍ତୁ ଏହି ପ୍ରୟାସ ପର୍ଯ୍ୟାପ୍ତ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅନ୍ୟପକ୍ଷରେ ଟଙ୍କା ଦୁର୍ବଳ ଦ୍ୱାରା ବିଦେଶରେ କାର୍ଯ୍ୟ କରୁଥିବା ଆଇଟି କମ୍ପାନୀଗୁଡ଼ିକର ରୋଜଗାର ବୃଦ୍ଧି ପାଇବ, ଫାର୍ମା ସେକ୍ଟରର ରପ୍ତାନି ମଧ୍ୟ ବୃଦ୍ଧି ପାଇବ, ବୟନ କ୍ଷେତ୍ର ଲାଭ କରିବ। ଟେକ୍ସଟାଇଲ ରପ୍ତାନିର ବିଶ୍ୱ ମାନ୍ୟତାରେ ଭାରତ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଛି। ଟଙ୍କାର ଦୁର୍ବଳ ଧାରା ଏହି କ୍ଷେତ୍ରକୁ ବହୁତ ଲାଭ ଦେବ।
ସୁଧହାର ବୃଦ୍ଧି ଘଟିପାରେ
ଟଙ୍କା ମୂଲ୍ୟରେ ହ୍ରାସ ଯୋଗୁ ମୁଦ୍ରାସ୍ଫୀତି ବୃଦ୍ଧି ଘଟୁଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ସୁଧହାର ବୃଦ୍ଧି କରିବାକୁ ପଡ଼ିଥାଏ। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆର୍‌ବିଆଇ ଗତ ୪ ମାସ ମଧ୍ୟରେ ସୁଧହାର ୧.୪ ପ୍ରତିଶତ ବୃଦ୍ଧି କରିଛି। ଚଳିତମାସ ଶେଷ ସୁଦ୍ଧା ଆର୍‌ବିଆଇ ପୁଣି ଥରେ ସୁଧହାର ବୃଦ୍ଧି ଘଟାଇପାରେ ବୋଲି ବଜାର ବିଶେଷଜ୍ଞମାନେ କହୁଛନ୍ତି। ତେବେ ସୁଧହାର ବୃଦ୍ଧି ଯୋଗୁ ଋଣ ନେଇଥିବା ବ୍ୟକ୍ତିଙ୍କ ଇଏମ୍‌ଆଇ ବୃଦ୍ଧି ପାଇଛି। ଋଣ ମହଙ୍ଗା ହେଉଥିବାରୁ ଏମ୍‌ଏସ୍‌ଏମ୍‌ଇ, ରିଅଲ ଇଷ୍ଟେଟ ଆଦି କ୍ଷେତ୍ର ଉପରେ ଚାପ ପଡ଼ୁଛି। ଏଥିରୁ ରୋଜଗାର ବୃଦ୍ଧିରେ ବାଧା ସୃଷ୍ଟି ହେଉଛି। ବିଶେଷଜ୍ଞମାନେ କହିଛନ୍ତି ଯେ ମୁଦ୍ରାସ୍ଫୀତି ରୋକିବାର ଉପାୟଗୁଡ଼ିକ ଦ୍ୱାରା ଅର୍ଥବ୍ୟବସ୍ଥାର ଚକ ଗଡ଼ିବା ବନ୍ଦ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri