ଟଙ୍କା ମୂଲ୍ୟ ହ୍ରାସ ଅଣାୟତ୍ତ

ମୁମ୍ବାଇ, ୨୭ା୯(ପି.ଟି.):ଆମେରିକୀୟ ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ ସ୍ତରର ରେକର୍ଡ ଭାଙ୍ଗିଛି। ସୋମବାର ଟଙ୍କାର ମୂଲ୍ୟ ୫୪ ପଇସା ହ୍ରାସ ହୋଇଛି। ଫଳରେ ଡଲାରର ମୂଲ୍ୟ ୮୧.୬୩ ଟଙ୍କାକୁ ବୃଦ୍ଧି ପାଇଛି। ଗତ ଶୁକ୍ରବାର ୩୦ ପଇସା ହ୍ରାସ ପାଇ ଟଙ୍କା ମୂଲ୍ୟ ୮୧.୦୯ ହୋଇଥିଲା। ତେବେ ଲଗାତର ୪ କାରବାର ଦିବସରେ ଟଙ୍କା ମୂଲ୍ୟ ୧୯୩ ପଇସା ଖସିଥିବାବେଳେ ଡଲାର ମୂଲ୍ୟ ବର୍ତ୍ତମାନ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଟଙ୍କାର ଏହି ଦୁର୍ବଳତା ଗଁାଠୁ ସହର ଯାଏ ସମସ୍ତଙ୍କୁ ପ୍ରଭାବିତ କରିବ। ଆମଦାନୀକାରୀ, ରପ୍ତାନିକାରୀ, ବିଦେଶରେ ପଢ଼ୁଥିବା ଛାତ୍ର, ନିବେଶକ, ସାଧାରଣ ଗ୍ରାହକଙ୍କୁ ପ୍ରଭାବିତ କରିବ।
ଅନେକ କାରଣରୁ ଟଙ୍କା ମୂଲ୍ୟ ହ୍ରାସ ହୋଇଥାଏ। ସବୁଠାରୁ ସାଧାରଣ କାରଣ ହେଉଛି ଡଲାରର ଚାହିଦା ବୃଦ୍ଧି। ସେହିପରି ଅନ୍ତର୍ଜାତୀୟ ବଜାରରେ ଯେକୌଣସି ଅସ୍ଥିରତା ଯୋଗୁ ନିବେଶକମାନେ ବ୍ୟସ୍ତ ହୋଇ ଡଲାର କିଣିନେଇଥାନ୍ତି। ଏଭଳି ପରିସ୍ଥିତିରେ ଡଲାରର ଚାହିଦା ବଢ଼ିଥାଏ ଏବଂ ଅନ୍ୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଥାଏ। ଶେୟାର ବଜାରରେ ଅସ୍ଥିରତା ମଧ୍ୟ ଟଙ୍କାର ମୂଲ୍ୟ ଉପରେ ପ୍ରଭାବ ପକାଇଥାଏ। ସଦ୍ୟତମ ପ୍ରମୁଖ କାରଣ ହେଲା ଗତ ବୁଧବାର ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡେରାଲ ରିଜର୍ଭ’ ସୁଧହାର ୦.୭୫ ପ୍ରତିଶତ ବଢ଼଼ାଇବା ଏବଂ କଠୋର ଆଭିମୁଖ୍ୟ ବଜାୟ ରଖିବା ଆଶଙ୍କାରେ ଗତ ଗୁରୁବାର ଟଙ୍କା ମୂଲ୍ୟ ୮୩ ପଇସା ହ୍ରାସ ପାଇ ଡଲାର ମୂଲ୍ୟ ୮୦.୭୯ ଟଙ୍କା ହୋଇଥିଲା। କେବଳ ଟଙ୍କା ନୁହେଁ, ଅନ୍ୟ ଦେଶର ମୁଦ୍ରା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୬ଟି ପ୍ରମୁଖ ମୁଦ୍ରା ତଥା ୟୁରୋ, ଜାପାନିଜ୍‌ ୟେନ୍‌, ବ୍ରିଟିଶ୍‌ ପାଉଣ୍ଡ (ଷ୍ଟର୍ଲିଂ), କାନାଡିଆନ ଡଲାର, ସ୍ବିଡିଶ୍‌ କ୍ରୋନା ଓ ସୁଇସ୍‌ ଫ୍ରାଙ୍କ୍‌ ତୁଳନାରେ ଡଲାରର ଦୃଢ଼ତା ମାପୁଥିବା ‘ଡଲାର ସୂଚକାଙ୍କ’ ସର୍ବାଧିକ ସ୍ତର ୧୧୩.୭୧ରେ ପହଞ୍ଚିଛି। ଫୋରେକ୍ସ ବ୍ୟବସାୟୀଙ୍କ ମତରେ ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିବା ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ନିବେଶକମାନେ କୌଣସି ରିସ୍କ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଦେଖାଦେଉଛି। ଏଚ୍‌ଡିଏଫସି ସିକ୍ୟୁରିଟିଜ୍‌ର ଦିଲୀପ ପାରମାର କହିଛନ୍ତି ଯେ ଫେଡେରାଲ ରିଜର୍ଭ
ଟଙ୍କା ମୂଲ୍ୟ…
ଦ୍ୱାରା କଡ଼ା ଆଭିମୁଖ୍ୟ ଏବଂ ରୁଷିଆ-ୟୁକ୍ରେନ ତିକ୍ତତା ବୃଦ୍ଧି ଦ୍ୱାରା ଡଲାର ମୂଲ୍ୟ ଅନ୍ୟ ପ୍ରମୁଖ ମୁଦ୍ରାଗୁଡ଼ିକ ତୁଳନାରେ ବୃଦ୍ଧି ପାଇଛି। ଅନ୍ୟ ଏସୀୟ ମୁଦ୍ରା ପରି ଟଙ୍କା ମୂଲ୍ୟର ମଧ୍ୟ ରେକର୍ଡ ହ୍ରାସ ଘଟିଛି। ଘରୋଇ ଅର୍ଥନୀତି ସ୍ଥିତି ଦୃଢ଼ ହେବା ପରେ ମଧ୍ୟ ଟଙ୍କା ମୂଲ୍ୟର ବର୍ତ୍ତମାନ ଧାରା ଆଗକୁ ଜାରି ରହିପାରେ ବୋଲି ପାରମାର କହିଛନ୍ତି।
ଟଙ୍କା ଦୁର୍ବଳ ଯୋଗୁ ଭାରତର ଆମଦାନୀ ବିଲ୍‌ ବୃଦ୍ଧି ପାଇବ। ପୂର୍ବ ଅପେକ୍ଷା ଆମଦାନୀ ପାଇଁ ଭାରତକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆମଦାନୀ ଉପରେ ନିର୍ଭରଶୀଳ କମ୍ପାନୀଗୁଡିକର ମାର୍ଜିନ କମ୍‌ ରହିବ। ଫଳରେ ସେମାନେ ସାମଗ୍ରୀର ମୂଲ୍ୟ ବୃଦ୍ଧି କରି କ୍ଷତିପୂରଣ ପାଇବେ। ଏହା ମୁଦ୍ରାସ୍ଫୀତି ବୃଦ୍ଧି କରିବ। ପେଟ୍ରୋଲିୟମ ଉତ୍ପାଦ, ବିଦେଶ ଭ୍ରମଣ, ବିଦେଶରୁ ସେବା ନେବା ମଧ୍ୟ ମହଙ୍ଗା ହେବ। ଟଙ୍କାର ଦୁର୍ବଳତା ବୈଦେଶିକ ମୁଦ୍ରା ଭଣ୍ଡାରକୁ ଦୁର୍ବଳ କରିଥାଏ। ରାଜକୋଷ ଖାଲି କରିଦେଇଥାଏ, ଯାହାକି ଦେଶର ଅର୍ଥନୀତି ପାଇଁ ଗୁରୁତର ଚିନ୍ତାର ବିଷୟ। ଏହି ସମୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ତୀବ୍ର ହ୍ରାସ ପାଇଛି। ଟଙ୍କାର ସ୍ଥିିତି ନିୟନ୍ତ୍ରଣ ପାଇଁ ଆର୍‌ବିଆଇ ଖୋଲା ବଜାରରେ ଡଲାର ବିକ୍ରି କରୁଛି। କିନ୍ତୁ ଏହି ପ୍ରୟାସ ପର୍ଯ୍ୟାପ୍ତ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅନ୍ୟପକ୍ଷରେ ଟଙ୍କା ଦୁର୍ବଳ ଦ୍ୱାରା ବିଦେଶରେ କାର୍ଯ୍ୟ କରୁଥିବା ଆଇଟି କମ୍ପାନୀଗୁଡ଼ିକର ରୋଜଗାର ବୃଦ୍ଧି ପାଇବ, ଫାର୍ମା ସେକ୍ଟରର ରପ୍ତାନି ମଧ୍ୟ ବୃଦ୍ଧି ପାଇବ, ବୟନ କ୍ଷେତ୍ର ଲାଭ କରିବ। ଟେକ୍ସଟାଇଲ ରପ୍ତାନିର ବିଶ୍ୱ ମାନ୍ୟତାରେ ଭାରତ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଛି। ଟଙ୍କାର ଦୁର୍ବଳ ଧାରା ଏହି କ୍ଷେତ୍ରକୁ ବହୁତ ଲାଭ ଦେବ।
ସୁଧହାର ବୃଦ୍ଧି ଘଟିପାରେ
ଟଙ୍କା ମୂଲ୍ୟରେ ହ୍ରାସ ଯୋଗୁ ମୁଦ୍ରାସ୍ଫୀତି ବୃଦ୍ଧି ଘଟୁଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ସୁଧହାର ବୃଦ୍ଧି କରିବାକୁ ପଡ଼ିଥାଏ। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆର୍‌ବିଆଇ ଗତ ୪ ମାସ ମଧ୍ୟରେ ସୁଧହାର ୧.୪ ପ୍ରତିଶତ ବୃଦ୍ଧି କରିଛି। ଚଳିତମାସ ଶେଷ ସୁଦ୍ଧା ଆର୍‌ବିଆଇ ପୁଣି ଥରେ ସୁଧହାର ବୃଦ୍ଧି ଘଟାଇପାରେ ବୋଲି ବଜାର ବିଶେଷଜ୍ଞମାନେ କହୁଛନ୍ତି। ତେବେ ସୁଧହାର ବୃଦ୍ଧି ଯୋଗୁ ଋଣ ନେଇଥିବା ବ୍ୟକ୍ତିଙ୍କ ଇଏମ୍‌ଆଇ ବୃଦ୍ଧି ପାଇଛି। ଋଣ ମହଙ୍ଗା ହେଉଥିବାରୁ ଏମ୍‌ଏସ୍‌ଏମ୍‌ଇ, ରିଅଲ ଇଷ୍ଟେଟ ଆଦି କ୍ଷେତ୍ର ଉପରେ ଚାପ ପଡ଼ୁଛି। ଏଥିରୁ ରୋଜଗାର ବୃଦ୍ଧିରେ ବାଧା ସୃଷ୍ଟି ହେଉଛି। ବିଶେଷଜ୍ଞମାନେ କହିଛନ୍ତି ଯେ ମୁଦ୍ରାସ୍ଫୀତି ରୋକିବାର ଉପାୟଗୁଡ଼ିକ ଦ୍ୱାରା ଅର୍ଥବ୍ୟବସ୍ଥାର ଚକ ଗଡ଼ିବା ବନ୍ଦ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?