ଘର ଉପରେ ଉପୁଡି ପଡ଼ିଲା ଆମ୍ବଗଛ: ମା’-ପୁଅ ଗୁରୁତର

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଏକ ଚାଳଛପର ଘର ଉପରେ ଏକ ଆମ୍ବଗଛ ଉପୁଡି ପଡିବାରୁ ଶାନ୍ତି ଦଳବେହେରା ନାମ୍ନୀ ଜଣେ ମହିଳା ଏବଂ ତାଙ୍କ ୭ ବର୍ଷର ପୁଅ ରାମ ଆହତ ହୋଇଛନ୍ତି।

ଉଭୟ ମା’, ପୁଅ ଗଛ ତଳେ ଚାପି ହୋଇ ରହିଥିବା ବେଳେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶାନ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଶାନ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଗତ ଦୁଇଦିନ ହେଲା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇଥିଲା। ହେଲେ ଶାନ୍ତିଙ୍କ ଘରକୁ ଲାଗି ଥିବା ଏକ ପୁରାତନ ଶୁଖିଲା ଆମ୍ବଗଛ ମୂଳ ମାଟି ବତୁରି ଦୋହଲି ଯାଇଥିଲା। ହେଲେ ସେଥିପ୍ରତି କାହାରି ନଜର ପଡି ନ ଥିଲା। ଗୁରୁବାର ସକାଳ ପ୍ରାୟ ସାଢ଼େ ୭ରେ ମା’ ପୁଅ ଘରେ ଥିବା ବେଳେ ଗଛଟି ମୂଳରୁ ଉପୁଡ଼ି ଘର ଉପରେ ପଡ଼ିଯାଇଥିଲା। ଫଳରେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଗଛର ଏକ ବଡ଼ ଡାଳ ମାଡ଼ରେ ଉଭୟେ ଆହତ ହୋଇଥିଲେ। ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ସଫା କରିଛନ୍ତି। କ୍ଷତିଗ୍ରସ୍ତ ଗରିବ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ରାଜ୍ୟ ସରକାର କୃଷକଙ୍କ ସୁଖ-ସମୃଦ୍ଧିକୁ ନେଇ ସମ୍ପୂର୍ଣ୍ଣ ପ୍ରତିବଦ୍ଧ’

ଖୋର୍ଦ୍ଧା,୩୦ା୪(ପ୍ରଭାତ ପାଣିଗ୍ରାହୀ): କୃଷି’ ହେଉଛି ଆମ ଅସ୍ତିତ୍ୱର ମୂଳ ଆଧାର। ଏହି କ୍ଷେତ୍ରରେ କୃଷକମାନେ ତାଙ୍କର ଅଦମ୍ୟ ପରିଶ୍ରମ, ଆଶା ଓ ଆତ୍ମବଳ ଦ୍ବାରା ଆଜି...

Pahalgam Mastermind: ଜଙ୍ଗଲରେ ଲୁଚିଛନ୍ତି ପହଲଗାମ ଆଟାକ୍‌ର ମାଷ୍ଟରମାଇଣ୍ଡ, ଘେରାବନ୍ଦୀ କରି ଆଟାକ୍‌ କରୁଛି ସେନା

ନୂଆଦିଲ୍ଲୀ,୩୦।୪: ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କୀ ଆକ୍ରମଣରେ ୨୬ ଜଣ ନିରୀହ ବ୍ୟକ୍ତିଙ୍କ ଜୀବନ ହରାଇଥିବା ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଭାବେ ହାସିମ ମୂଷାଙ୍କୁ...

କାନାଡାରେ ମିଳିଲା ନିଖୋଜ ଭାରତୀୟ ଛାତ୍ରୀଙ୍କ ମୃତଦେହ

ଓଟ୍ଟାଓ୍ବା,୩୦।୪ (ପି.ଟି.):କାନାଡାରେ ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀଙ୍କ ନାମ ବଂଶିକା (୨୧) ହୋଇଥିବାବେଳେ ସେ ପଞ୍ଜାବର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)...

ଗାନ୍ଧାରୀଭୂଇଁରେ ଚାରିଜଣଙ୍କ ଘର ଭାଙ୍ଗିଲେ ହାତୀପଲ

ରାଇକିଆ,୩୦।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା କରଡ଼ା ରେଞ୍ଜର ଇନ୍ଦ୍ରଗଡ ସେକ୍ସନରେ ହାତୀପଲଙ୍କ ଆକ୍ରମଣରେ ଚାରିଜଣଙ୍କ ଘରନଷ୍ଟ ହୋଇଛି । ମୂଜାଗଡ ରେଞ୍ଜରୁ କରଡ଼ା ରେଞ୍ଜରେ୨୬ ଗୋଟି...

କବିସୂର୍ଯ୍ୟ ବିଦ୍ୟାପୀଠରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଦିଗପହଣ୍ଡି,୩୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟସ୍ମୃତି ପରିଷଦ ପକ୍ଷରୁ ବୁଧବାର ପଣ୍ଡିତ କବିସୂର୍ଯ୍ୟ ବଳଦେବ ରଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ପବିତ୍ର...

ସର୍ଭିସ ରୋଡ ଉପରେ ରଖାଯାଇଛି ପିଚୁ ପକା ମେସିନ :ଯାତାୟାତରେ ବାଧା

ଚୌଦାର,୩୦।୪(ଆଶୁତୋଷ ଦାସ): ୫୫ନମ୍ବର ଜାତୀୟ ରାଜପଥ ମଙ୍ଗୁଳିଠାରୁ ଧୂମାବତୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଜାରି ରହିଛି। ରାଜପଥର ମୁଖ୍ୟ ରାସ୍ତା କାମ ଚାଲୁ...

India and Pakistan war: ପାକିସ୍ତାନ ପରମାଣୁ ଆଟାକ୍‌ କଲେ, ଓଡ଼ିଶା ଉପରେ ପଡିବ କି ବିପଦ? ବଡ଼ ଆକଳନ…

ନୂଆଦିଲ୍ଲୀ,୩୦।୪:ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ମଧ୍ୟରେ ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ଯଦି ଭାରତ ପାକିସ୍ତାନ ଉପରେ...

ମା’ଦରିଆ ରାମଚଣ୍ଡୀଙ୍କ ବିଗତ ବର୍ଷ ଅପେକ୍ଷା ଆୟ ବଢ଼ିଛି

କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ଦରିଆ ରାମଚଣ୍ଡୀଙ୍କ ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଝାମୁଯାତ୍ରାରେ ବିଗତ ବର୍ଷ ଅପେକ୍ଷା ଆୟ ବଢ଼ିଛି। ହୁଣ୍ଡି ଦାନବାକ୍ସ ମହାକାଳପଡ଼ା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri