Posted inଜାତୀୟ

୮ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା

ମାଙ୍ଗାଲୁରୁ,୨୪।୧୧: ୮ ବର୍ଷୀୟା ଝିଅକୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ବୁଧବାର ୪ ଜଣଙ୍କୁ ଗିରଫ କରିଛି କର୍ନାଟକ ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜୟବନ (୨୧), ମୁକେଶ ସିଂ (୨୦), ମନୀଷ ତୀର୍କି (୩୩) ଓ ମୁନୀମ ସିଂ (୨୦)।

୪ ଦିନ ତଳେ ଜୟବାନ, ମୁକେଶ ଓ ମନୀଷ ରବିବାର ନାବାଳିକାଙ୍କୁ ବଳାତ୍କାର କରିବାକୁ ଯୋଜନା କରିଥିଲେ। ଘଟଣା ଦିନ ସେମାନଙ୍କୁ ଯୋଗ ଦେଇଥିଲେ ମୁନୀମ। ରବିବାର ଅପରାହ୍ନରେ ଫ୍ୟାକ୍ଟ୍ରି କମ୍ପାଉଣ୍ଡରେ ଖେଳୁଥିବା ବେଳେ ପୀଡ଼ିତାଙ୍କୁ ରୁମକୁ ଉଠାଇ ନେଇଥିଲେ ଜୟବନ। ସେଠାରେ ତାଙ୍କୁ ଗଣବଳାତ୍କାର କରିବା ପରେ ବେକ ଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ ଡ୍ରେନରେ ଫୋପାଡ଼ି ଦେଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଅପରାହ୍ନ ୩ଟାରେ ଝିଅକୁ ଖୋଜା ଖୋଜି କରିଥିଲେ ଘର ଲୋକେ। ପ୍ରାୟ ୬ଟା ବେଳେ ଝିଅର ମୃତଦେହ ମିଳିବା ପରେ ମାଙ୍ଗାଲୁରୁ ପୋଲିସକୁ ସୂଚନା ଦିଆଯାଇଥିଲା।

ଫ୍ୟାକ୍ଟ୍ରିରେ ୬ ଶିଶୁଙ୍କ ସମେତ ମୋଟ ୪୧ ଜଣ କାମ କରୁଥିଲେ। ସେମାନଙ୍କ ମଧ୍ୟରେ ୨୧ ଜଣ ବାହାର ରାଜ୍ୟରୁ ଥିଲେ। ଫ୍ୟାକ୍ଟ୍ରିର ସିସିଟିଭି ଫୁଟେଜ ଓ କଲ ଡେଟଲ୍ସ ରେକର୍ଡକୁ ଆଧାର କରି ଘଟଣା ଦିନ କାମରେ ଉପସ୍ଥିତ ଥିବା ୧୯ ଶ୍ରମିକଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କମିଶନର ଏନ୍‌. ଶଶି କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନବନ୍ନା ଅଭିଯାନ’ ପାଇଁ ବାହାରୁ ଗୁଣ୍ଡା ଆଣିଥିଲା ଭାଜପା: ମମତା

କୋଲକାତା,୧୪।୯: ପଶ୍ଚିମବଙ୍ଗର ମମତା ସରକାରଙ୍କ ଦୁର୍ନୀତି ବିରୋଧରେ ଭାଜପା ‘ନବନ୍ନା ଅଭିଯାନ’ ଆରମ୍ଭ କରିଥିଲା। ଏହି ସମୟରେ ବିକ୍ଷୋଭକାରୀଙ୍କ ସହିତ ପୋଲିସ ସହିତ ସଂଘର୍ଷ ଘଟି...

ଦେଶରେ କମିଛି ଅଣକରୋନା ମୃତ୍ୟୁ

ନୂଆଦିଲ୍ଲୀ,୧।୫: କରୋନା ଜନିତ ମୃତ୍ୟୁକୁ ବାଦ୍‌ଦେଲେ ଦେଶରେ ଅନ୍ୟ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ଲକ୍‌ଡାଉନ ଯୋଗୁ ଦୁର୍ଘଟଣା ସଂଖ୍ୟା କମିଛି। ସେହିପରି ହସ୍ପିଟାଲକୁ ଆସୁଥିବା...

ରାଜନୈତିକ ହିଂସା: ମମତା ସରକାର କାଠଗଡ଼ାରେ

ନୂଆଦିଲ୍ଲୀ,୨୩।୧୨: ପଶ୍ଚିମବଙ୍ଗରେ ଜାରି ରହିଥିବା ରାଜନୈତିକ ହିଂସାକୁ ନେଇ ସୁପ୍ରିମ୍‌କୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। ଏହାକୁ ଆଇନଜୀବୀ ବିନିତ ଢଣ୍ଡା ଦାଖଲ କରିଛନ୍ତି। ରାଜ୍ୟରେ...

ନଓ୍ବାବ, ଅନିଲଙ୍କୁ ଭୋଟ ଦେବାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୯।୬: ଜେଲରେ ଥିବା ମହାରାଷ୍ଟ୍ରର ଦୁଇ ବିଧାୟକ ତଥା ମନ୍ତ୍ରୀ ନୱାବ ମଲ୍ଲିକ ଏବଂ ଅନିଲ ଦେଶମୁଖଙ୍କୁ ଗୁରୁବାର ଏକ ବଡ଼ ଝଟକା ଲାଗିଛି। ଜୁନ...

ଆଇସିଜେ ରାୟ: ଭାରତର ବୃହତ୍‌ ବିଜୟ

ହେଗ୍‌,୧୮ା୭(ପି.ଟି./ଆଇଏଏନ୍‌ଏସ୍‌): କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବୁଧବାର ଅନ୍ତର୍ଜାତୀୟ ଅଦାଲତ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରେଫାଇଲ୍‌ ମାମଲାର ରାୟ ପ୍ରକାଶ ବେଳେ...

ବିଦେଶରେ ବି ସାଥିରେ ରହିବେ ଏସ୍‌ପିଜି ସୁରକ୍ଷାକର୍ମୀ: ଅମାନ୍ୟ କଲେ ଯାତ୍ରା ହେବ ରଦ୍ଦ

ନୂଆଦିଲ୍ଲୀ,୭।୧୦: ଏଣିକି ବିଦେଶ ଗସ୍ତ ସମୟରେ ମଧ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସାଥିରେ ଏସ୍‌ପିଜି ସୁରକ୍ଷାକର୍ମୀ ରହିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ...

ଶେଷ ହେଲା ମହାରାଷ୍ଟ୍ର-କର୍ନାଟକ ଜଳ ବିବାଦ

ବେଙ୍ଗାଲୁରୁ,୧୯।୬: ଆପୋଷ ବୁଝାମଣାରେ ମରୁଡି ପ୍ରବଣ ଅଞ୍ଚଳକୁ ଜଳ ଯୋଗାଣ ଓ ବନ୍ୟା ପରିଚାଳନା ପାଇଁ ଉଭୟ ମହାରାଷ୍ଟ୍ର ଓ କର୍ନାଟକ ସରକାର ନିଷ୍ପତ୍ତି ନେଇଛନ୍ତି।...

କିରନ୍‌ ମୋତେ ବଦନାମ କରୁଛନ୍ତି: ନାରାୟଣସ୍ବାମୀ

ପୁଡୁଚେରୀ,୧୬।୧: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ପୁଣିଥରେ ଉପରାଜ୍ୟପାଳ କିରନ୍‌ ବେଦୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ଅଥବା ମୋ ପରିବାରର କେହି ଯଦି...

Advertisement
Archives

Model This Week