Posted inଗଜପତି

ବିକାଶ ଅପେକ୍ଷାରେ ମାନ୍ଦ୍ରାବାଜୁ ଗାଁ

ଆର.ଉଦୟଗିରି,୨୩ା୬(ଡି.ଏନ.ଏ.): ମୋହନା ବ୍ଲକ ରାଇପଙ୍କା ପଞ୍ଚାୟତ ମାନ୍ଦ୍ରାବାଜୁ ଗ୍ରାମରେ ବିକାଶ ଅପହଞ୍ଚ। ଏବେ ବି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। କେବଳ ରାସ୍ତା ନିର୍ମାଣକୁ ବାଦ ଦେଲେ ଅନ୍ୟ କୌଣସି ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିନାହିଁ।
ମାନ୍ଦ୍ରାବାଜୁ ଗ୍ରାମରେ ପ୍ରାୟ ୮୦ ପରିବାର ବସବାସ କରନ୍ତି। ମୋଟ ୫୦୦ ଲୋକଙ୍କ ମଧ୍ୟରୁ ମାତ୍ର ୧୨ ଜଣ ଅର୍ଥାତ୍‌ ପରିବାରକୁ ମିଳିଛି ସରକାରୀ ସହାୟତା। ଅନ୍ୟମାନଙ୍କ ପାଇଁ ଏଠି ସରକାରୀ ଯୋଜନା ସାତ ସପନ ପାଲଟିଛି। ସ୍ବାସ୍ଥ୍ୟସେବା ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ଦେହ ଖରାପ ହେଲେ ରାଇପଙ୍କା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡ଼ୁଛି। ସେଠାରେ ବି ନିୟମିତ ଡାକ୍ତର ରହୁ ନ ଥିବାରୁ ବାଧ୍ୟ ହୋଇ ୨୫ କି.ମି. ଦୂର ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ଗ୍ରାମବାସୀ। ଗାଁରେ ରାସ୍ତାଘାଟର ଉନ୍ନତି କିମ୍ବା ଅନ୍ୟ କୌଣସି ଉନ୍ନୟନମୂଳକ କାମ ହୋଇପାରିନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗଜପତି ଜିଲାରେ ପ୍ରାୟ ଦୁଇ ଦଶନ୍ଧି ଧରି ଲାଗି ରହିଥିବା ମାଓବାଦୀ ସମସ୍ୟାର ଉତ୍ପତି ଏହି ଗାଁରୁ ହୋଇଥିବା କୁହାଯାଏ। କାରଣ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଲାଗି ରହିଥିବା ଜମି ବିବାଦକୁ କେନ୍ଦ୍ର କରି ୧୯୯୯ ମସିହା ଡିସେମ୍ବର ୩୦ ତାରିଖରେ ପୋଲିସ ଦ୍ୱାରା କିଛି ଆଦିବାସୀ ନିହତ ହୋଇଥିଲେ। ସେବେଠାରୁ ଏହି ଗାଁ ମାଓବାଦୀଙ୍କ ଉତ୍ପତି ସ୍ଥଳ ଭାବେ ବିବେଚିତ ହୋଇଗଲା। ମାଓବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ପରିଚିତ ଜିଲାର ଅନେକ ଦୁର୍ଗମ ଅଞ୍ଚଳରେ ଏବେ ବି ସରକାରୀ ଯୋଜନା ଅପହଞ୍ଚ। ଅନ୍ୟପକ୍ଷରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି, ଏହି ଗ୍ରାମର ଲୋକଙ୍କୁ ଟଙ୍କିକିଆ ଚାଉଳଠୁ ଆରମ୍ଭ କରି ରାସ୍ତା, ଭତ୍ତା ଯୋଗାଇ ଦିଆଯାଉଛି। ଅନ୍ୟ ଯୋଜନାଗୁଡିକୁ ଖୁବଶୀଘ୍ର ପହଞ୍ଚାଇବା ପାଇଁ ସରକାର ପଦକ୍ଷେପ ନେଉଥିବା ସୂଚନା ମିଳିଛି। ମାଓବାଦୀ ପ୍ରବଣ ଅଞ୍ଚଳର ଉନ୍ନତି କରି ସରକାରୀ ବିରୋଧୀ ମନୋଭାବରୁ ଦୂରେଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ବିକାଶ ଅଧୁରା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

ପାରଳାଖେମୁଣ୍ଡିରୁ ରୂପେଶ, ମୋହନାରୁ ଅନ୍ତର୍ଯ୍ୟାମୀ ଲଢ଼ିବେ ବିଧାନସଭା ନିର୍ବାଚନ

ପାରଳାଖେମୁଣ୍ଡି,୩ା୪(ଗିରିଧାରୀ ପରିଚ୍ଛା): ବହୁପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବାକିଥିବା ସମସ୍ତ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀ ଘୋଷଣା ହୋଇଛି। ଆଜି ବିଜେଡି ଦ୍ୱିତୀୟ ପର୍ଯ୍ୟାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri