ମଣ୍ଡପରେ ବାହାନଗା ରେଳ ଦୁର୍ଘଟଣାର ଦୃଶ୍ୟ

ଭଦ୍ରକ,୧୮।୧୦ (ସନାତନ ରାଉତ): ଚଳିତବର୍ଷ ଭଦ୍ରକ ଗାନ୍ଧୀପଡ଼ିଆ ସାର୍ବଜନୀନ ଦୁର୍ଗାପୂଜା ୭୬ବର୍ଷରେ ପଦାର୍ପଣ କରୁଛି। ଆଉ ଦୁଇଦିିନ ପରେ ସପ୍ତମୀ ପୂଜା ଆରମ୍ଭ ହେବାକୁ ଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ପାର୍ଶ୍ୱମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବାଲେଶ୍ୱର ଜିଲା ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ଦୃଶ୍ୟ ଏଥର ପୂଜା ମଣ୍ଡପରେ ଦେଖିବାକୁ ମିଳିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ରେଳ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଓ ଆହତମାନଙ୍କୁ ଉଦ୍ଧାର କାର୍ଯ୍ୟକୁ ପାର୍ଶ୍ୱମୂର୍ତ୍ତି ଭାବେ ଶିଳ୍ପୀ ଉତ୍ତରବାହିନୀର ଦାମୋଦର ନାୟକ ନିଖୁଣ ଭାବେ ଗଢ଼ିଛନ୍ତି।
ଖୁବ୍‌ ଆଡ଼ମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି ପୂଜାର ବଜେଟ ସାଢ଼େ ୪ଲକ୍ଷ ଟଙ୍କା ରହିଛି। ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୮ ଫୁଟ୍‌ ରଖାଯାଇଥିବା ବେଳେ ତୋରଣ ଓ ଆଲୋକ ସଜ୍ଜା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତବର୍ଷ ଏହି ପୂଜାକୁ ସହଯୋଗ କରି ଆସୁଥିବା ମୂର୍ତ୍ତି କାରିଗରଠାରୁ ଆରମ୍ଭ କରି ବିଭିନ୍ନ ସଦସ୍ୟଙ୍କୁ ସମ୍ମାନିତ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ଭଜନ, ସୁଗମ ସଙ୍ଗୀତ, ମୋଗଲ ତାମସା ଆଦି ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।
୧୯୨୮ରେ କାମାକ୍ଷା ଚରଣ ଘୋଷ ନିଜ ଘରେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ପରେ ଏହି ଘରୋଇ ପୂଜା ସାର୍ବଜନୀନ ପୂଜାର ରୂପ ନେଇଥିଲା। ୧୯୪୮ରେ ଗାନ୍ଧୀପଡ଼ିଆ, ନରିପୁର, ନୂଆବଜାର, ବଙ୍କସାହି ଓ ଚନ୍ଦନବଜାର ଅଞ୍ଚଳର ଅଧିବାସୀମାନଙ୍କ ସହଯୋଗରେ ଭଦ୍ରକରେ ସାଳନ୍ଦୀ ନଦୀବନ୍ଧ ଶିମିଳିଗଛ ମୂଳରେ ସାର୍ବଜନୀନ ପୂଜା ଆରମ୍ଭ ହୋଇଥିଲା। ୧୯୫୭ରେ ନଦୀବନ୍ଧ କଡ଼ରୁ ଗାନ୍ଧୀପଡ଼ିଆ ମଣ୍ଡପକୁ ପୂଜା ସ୍ଥାନାନ୍ତର ହୋଇଥିଲା। ୧୯୬୦ରେ ସିମେଣ୍ଟର ପୂଜା ମଣ୍ଡପ ନିର୍ମାଣ ଆରମ୍ଭ ହୋଇ ୧୯୭୧ରେ ଛାତ ପଡ଼ିଥିଲା। ଏହି ପୂଜାକୁ ଆରମ୍ଭ କରିଥିବା ଦୀନବନ୍ଧୁ ମିତ୍ର, ଡା. ନିହାର ଚନ୍ଦ୍ର ଘୋଷ, ସତୀଶ ଦେ, ବଳରାମ ସାହୁ, ରାମଚନ୍ଦ୍ର ସାହୁ, ପ୍ରାଣକୃଷ୍ଣ ବିଶ୍ୱାଳ, ମଦନଲାଲ ଶର୍ମା, ରଘୁନାଥ କର, ରାମଟାଲ ସିଂ, ମୁଳଚାନ୍ଦ ହୀରାଲାଲ, ଶେଖ୍‌ ସାଦତ ଅଲ୍ଲୀ, ମୁରଲୀ ମନୋହର ପ୍ରଭୁ ଦୟାଲ, ସୁବାସ ଦେ, ସାନନ୍ଦ ପ୍ରସାଦ ସାହୁ, ରାମେଶ୍ୱର ଲାଲ ଗୁପ୍ତା ସମସ୍ତେ ପରଲୋକ ଗମନ କରିସାରିଛନ୍ତି। ଗତବର୍ଷ ୭୫ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବାକୁ କମିଟି ପକ୍ଷରୁ ସହରର ଅନ୍ୟ ୧୬ଟି ସାର୍ବଜନୀନ ପୂଜା ମଣ୍ଡପରୁ ମାଟି ସଂଗ୍ରହ କରାଯାଇ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ଗଢ଼ାଯାଥିଲା। ତେବେ ପ୍ରତିବର୍ଷ ପୂଜାରେ ଆୟବ୍ୟୟର ହିସାବ ସାର୍ବଜନୀନ କରାଯାଉଛି। ନୂଆବଜାର ବ୍ୟବସାୟୀ, ସ୍ଥାନୀୟ ଅଧିବାସୀଙ୍କ ସମର୍ଥନ ଓ ସହଯୋଗରେ ଏହି ପୂଜା ୭୬ ବର୍ଷରେ ପହଞ୍ଚତ୍ପାରିଛିି ବୋଲି କମିଟି ସଭାପତି ସୌମାଭ କୁମାର ଦେ ଓ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଗୁପ୍ତା କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?