ଚାଷରେ ଲାଗୁନିି ମନ୍ଦାକିନୀ ବ୍ୟାରେଜ୍‌

ନିରାକାରପୁର,୧୯।୩ (ଡି.ଏନ୍‌.ଏ.): ଚାଷୀଙ୍କ ଉନ୍ନତି ପାଇଁ ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ଗଡ଼ଠାରେ ମନ୍ଦାକିନୀ ନଦୀରେ ୧୯୮୧ ଡିସେମ୍ବର ୨୧ରେ ଏକ ବ୍ୟାରେଜ୍‌ ନିର୍ମାଣ କରାଯାଇଥିଲା। ଫଳରେ ଜିଲାର ଟାଙ୍ଗୀ ଓ ଖୋର୍ଦ୍ଧା ବ୍ଲକ ଏବଂ ପୁରୀ ଜିଲା କଣାସ ବ୍ଲକର ପ୍ରାୟ ୩୭ରୁ ଊର୍ଦ୍ଧ୍ୱ ରାଜସ୍ବ ଗ୍ରାମର ଚାଷୀମାନେ ଉପକୃତ ହୋଇପାରିବେ। ମାତ୍ର ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏହି ବ୍ୟାରେଜ୍‌ ଏବେ ଚାଷ ସେବାରେ ଲାଗୁ ନ ଥିବା ଜଣାପଡ଼ିଛି।
ଖରିଫ ଋତୁରେ ବିଭାଗ ପକ୍ଷରୁ ନଦୀରେ ପାଣିକୁ ଠୁଳ କରି ନ ରଖାଯିବାରୁ ଖରିଫ ଋତୁରେ ୨୦୦୦ରୁ ଊର୍ଦ୍ଧ୍ୱ ଓ ରବି ଋତୁରେ ୪୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମି ଜଳସେଚିତ ହେବାରୁ ବଞ୍ଚିିତ ହେଉଛି। ଅଧିକାରୀଙ୍କ ଅଣଦେଖା ଯୋଗୁ ଏହି ବ୍ୟାରେଜ୍‌ ସଂଲଗ୍ନ କେନାଲଗୁଡିକ ଅସ୍ତିତ୍ୱ ହରାଇବାକୁ ବସିଛି। କେନାଲ ବନ୍ଧର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ବର୍ଷାଦିନେ କ୍ଷତି ହେଉଛି। ପ୍ରତିବର୍ଷ କେନାଲ ସଫେଇ ଏବଂ ଚେକ୍‌ ଡ୍ୟାମ ନଁାରେ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଏଥିରେ ଚାଷୀମାନେ ଉପକୃତ ହୋଇପାରୁ ନାହାନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଖରିଫ ଫସଲ ପରେ ଟାଇଚୁଙ୍ଗ୍‌ ଧାନ ସମେତ ବିଭିନ୍ନ କିସମର ପନିପରିବା ଉତ୍ପାଦନ ହେଉଥିଲା। ଫଳରେ ଚାଷୀମାନେ ସେମାନଙ୍କର ପରିବାର ପ୍ରତିପୋଷଣ କରୁୁଥିଲେ। କେନାଲର ଦୁରବସ୍ଥା ଯୋଗୁ ପ୍ରାୟ ୨୦/୨୫ବର୍ଷ ହେବ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଚାଷୀ ଚାଷ କାମ ଛାଡ଼ି ଶ୍ରମିକ ଭାବେ ଖଟୁଛନ୍ତି। ଏହାର ତଦନ୍ତ କରାଗଲେ ବହୁ ଗୁମର ପଦାକୁ ଆସନ୍ତା ବୋଲି ଚାଷୀମାନେ କହିିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଓ ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଚାଷୀଙ୍କ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସରିନି, ମାଟିତଳୁ ଉଠିଗଲା ପାଇପ୍‌

ବରଗଡ଼ ଅଫିସ୍‌,୨୬।୭:ବରଗଡ଼ ଓ ସୁବର୍ଣ୍ଣପୁର ଜିଲା ଅଧୀନ ୧୪୧ଗ୍ରାମର ୩୧,୩୫୦ହେକ୍ଟର ମରୁଡ଼ିଗ୍ରସ୍ତ ଚାଷଜମିକୁ ଜଳଯୋଗାଣ ପାଇଁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାମ ଚାଲିଛି। ଏହାଦ୍ୱାରା...

ମଧୁବାବୁ ଆଇନ ସହାୟତା ଯୋଜନା ବାଟବଣା

ପୁରୁଷୋତ୍ତମପୁର, ୧୮ା୭(ଡି.ଏନ୍‌.ଏ.)-ରାଜ୍ୟ ସରକାର ଗରିବ ଲୋକଙ୍କୁ ଆଇନ ସହାୟତା ଯୋଗାଇ ଦେବାକୁ ମଧୁବାବୁ ଆଇନ ସହାୟତା ଯୋଜନା ପ୍ରଣୟନ କରିଥିଲେ। ମାତ୍ର ଏହି ଯୋଜନା ଏବେ...

ଜିଲାର ଅର୍ଦ୍ଧାଧିକ ଚାଷଜମି ଜଳସେଚନରୁ ବଞ୍ଚିତ

କେନ୍ଦ୍ରାପଡ଼ା ଅଫିସ,୪।୨: ରବି ଫସଲ ପାଇଁ ଚଳିତ ବର୍ଷ କେନାଲରେ ପାଣି ଛଡା ଯିବ ନାହିଁ। ଜଳ ସମ୍ପଦର ଏହି ନିଷ୍ପତ୍ତିକୁ କେନ୍ଦ୍ରାପଡ଼ା ଜିଲାର ଚାଷୀ...

କରତକଳରୁ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାଠ, ଯନ୍ତ୍ରାଂଶ ଜବତ

ଭୋଗରାଇ,୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ୩ ବେଆଇନ କରତକଳ ଉପରେ ଗତ ଶନିବାର ବାଲେଶ୍ୱର ଟାସ୍କଫୋର୍ସ ଓ ପୋଲିସର ଚଢ଼ାଉ କରି ରବିବାର ବନବିଭାଗ ପକ୍ଷରୁ...

ଶିଶୁକନ୍ୟାଙ୍କୁ ଉଠାଇନେଇ ବଳାତ୍କାର

ପୁରୀ ଅଫିସ,୨୪ା୧: ପୁରୀ ଟାଉନ ଥାନା ଅଞ୍ଚଳରେ ରବିବାର ଜଣେ ଶିଶୁକନ୍ୟା(୫)ଙ୍କୁ ବଳାତ୍କାର କରାଯାଇଛି। ଏହି ଲଜ୍ଜାଜନକ ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ...

ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଗୋଟିଏ ଭିୟୁ ପଏଣ୍ଟ

ଦାରିଙ୍ଗବାଡ଼ି,୨୫ା୫(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସାରା ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ରହିଛି। ସେପ୍ଟେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟ ତଥା...

ସଦରରେ ୮୧.୭୩, ଓଡ଼ାପଡ଼ାରେ ୮୦.୪୩%

ଢେଙ୍କାନାଳ ଅଫିସ, ୧୯ ।୨ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟରେ ରାଜନୈତିକ ହିଂସାକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥିବା ଢେଙ୍କାନାଳ ଜିଲାରେ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ...

ସ୍ବାସ୍ଥ୍ୟ ବୋଝ ଦୂର କରିବ ସ୍ମାର୍ଟକାର୍ଡ

ଢେଙ୍କାନାଳ ଅଫିସ, ୨୮ା୧୧-ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶନିବାର ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ନେଉଳପୋଇ, ଯୋରନ୍ଦା, କାଲୁରିଆ, ବାଇସିଙ୍ଗା,...

Advertisement
Archives

Model This Week